Tuesday, June 23, 2026 10:01 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନାବାଳିକା ଗଣଦୁଷ୍କର୍ମ: ଜବାବ ରଖିବା ପାଇଁ ଜାଗୀଙ୍କୁ ୪୮ ଘଣ୍ଟାର ମହଲତ୍

by Our Correspondent
10 Sep, 2020- 12:32 PM
in Crime, Latest News, News
1 min read
0
ନାବାଳିକା ଗଣଦୁଷ୍କର୍ମ: ଜବାବ ରଖିବା ପାଇଁ ଜାଗୀଙ୍କୁ ୪୮ ଘଣ୍ଟାର ମହଲତ୍

ଭୁବନେଶ୍ୱର: ଓଟିଭି ଚାନେଲ୍ ର କିଛି କର୍ମଚାରୀଙ୍କ ଦ୍ୱାରା ଜଣେ ୧୩ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲା ଆଜି ଜଟିଳ ମୋଡ଼ ନେଇଛି । ମାମଲାକୁ ଚପାଇ ଦେବା ପାଇଁ ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡା ଉଦ୍ୟମ କରିଥିବା ପୀଡ଼ିତାଙ୍କ ମାଆ ଆଣିଥିବା ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ଏହି ଅଭିଯୋଗର ଜବାବ ରଖିବା ପାଇଁ ଜାଗୀଙ୍କୁ ଏକ ନୋଟିସ୍ ଜରିଆରେ ୪୮ ଘଣ୍ଟା ମହଲତ ଦେଇଛନ୍ତି ଆୟୋଗ । ଏଥିସହ ଅଭିଯୁକ୍ତଙ୍କୁ ୪୮ ଘଣ୍ଟା ମଧ୍ୟରେ ଗିରଫ ସହ ପୀଡ଼ିତା ଓ ତାଙ୍କ ପରିବାରକୁ ସୁରକ୍ଷା ଦେବା ପାଇଁ ପୁଲିସ କମିଶନରକୁ ନୋଟିସ୍ ଦେଇଛନ୍ତି ।

ସୂଚନାଯୋଗ୍ୟ, ପୀଡ଼ିତାଙ୍କ ବିଧବା ମା ଓଟିଭିରେ ରିସେପସିନିଷ୍ଟ ଭାବେ କାର୍ଯ୍ୟ କରୁଥିଲେ । ଅଭିଯୋଗ ଅନୁଯାୟୀ, ତାଙ୍କ ଡୁ୍ୟଟି ବେଳର ସୁଯୋଗ ନେଇ ଘରେ ଏକୁଟିଆ ରହୁଥିବା ୧୩ ବର୍ଷର ଝିଅକୁ ଓଟିଭିର ଦୁଇଜଣ କର୍ମଚାରୀ, ଦୁଇଜଣ ସୁରକ୍ଷା କର୍ମୀ ଏବଂ ରାଉରକେଲାର ଜଣେ ପୁଲିସ ସାଙ୍ଗ ଏହିଭଳି ୭ ଜଣ ୧୫ ଦିନ ଧରି ଗଣଦୁଷ୍କର୍ମ କରିଥିଲେ । ଏକଥା ପ୍ରଘଟ କଲେ ମାଆ ଓ ଝିଅଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ । ଗତ ଅଗଷ୍ଟ ୩୦ ତାରିଖରେ ପୀଡ଼ିତାଙ୍କ ମା ମହିଳା ଥାନାରେ ଏତଲା ଦେବା ପରେ ଘଟଣା ସାମନାକୁ ଆସିଥିଲା ।

ଦୁଇଦିନ ତଳେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ କରିଥିବା ଆବେଦନରେ ଅଭିଯୋଗକାରିଣୀ ମହିଳାଙ୍କ କହିବାନୁଯାୟୀ, ଏହି ଜଘନ୍ୟ ଘଟଣା ସମ୍ପର୍କରେ ଝିଅଠାରୁ ଜାଣିବା ପରେ ସେ ସିଧାସଳଖ ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡାଙ୍କୁ ରିପୋର୍ଟ କରି ନ୍ୟାୟଭିକ୍ଷା କରିଥିଲେ । ମାତ୍ର ଜାଗୀ ଏଥିପ୍ରତି ଆଖି ବୁଜିଦେଇଥିଲେ । ନା ସେ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ନା ପୁଲିସକୁ ଜଣାଇଲେ । ଜାଗୀଙ୍କୁ ଭେଟିବାକୁ ସେ ବାରମ୍ବାର ଉଦ୍ୟମ କରିଥିଲେ ମଧ୍ୟ ସେ ଭେଟ ଦେଇ ନ ଥିଲେ । ବରଂ ମାମଲାକୁ ଚପାଇ ଦେବାକୁ ଚାହିଁଥିଲେ । ଶେଷରେ ନିରୁପାୟ ହୋଇ ମହିଳା ଥାନାରେ ଅଭିଯୋଗ କଲି ବୋଲି ପୀଡ଼ିତାଙ୍କ ମାଆ ଦର୍ଶାଇଛନ୍ତି ।

ଇତିମଧ୍ୟରେ ଓଟିଭି ନିଜ ଆଡୁ ସ୍ପଷ୍ଟୀକରଣ ଦେଇ ଅଭିଯୋଗକୁ ମିଛ ବୋଲି ରାୟ ଶୁଣାଇ ଦେଇଛି । ମହିଳାଜଣଙ୍କ ଓଟିଭି କର୍ତ୍ତୃପକ୍ଷଙ୍କୁ ବ୍ଲାକ୍ ମେଲିଂ କରି ଅର୍ଥ ଆଦାୟ କରିବାକୁ ଚାହୁଁଥିଲେ ବୋଲି ନିର୍ଲଜ ସଫେଇ ଦେଇଛି ।

ଏତେବଡ଼ ଗମ୍ଭୀର ମାମଲା ପ୍ରମୁଖ ଗଣମାଧ୍ୟମଗୁଡ଼ିକରେ ଖବର ନ ହେବା ସମସ୍ତଙ୍କୁ ବିସ୍ମିତ୍ କରିଛି । ପ୍ରମୁଖ ବିରୋଧୀ ଦଳର ମହିଳା ମୋର୍ଚ୍ଚା ନେତ୍ରୀମାନଙ୍କର ପାଟି ଚୁପ୍ ରହିଛି । ମହିଳା ସାମାଜିକ ସଂଗଠନଗୁଡ଼ିକର ବି ସ୍ୱର ଆସୁନାହିଁ । ଆହୁରି ଗମ୍ଭୀର କଥା କି ପୁଲିସ ତଦନ୍ତ ମଧ୍ୟ ଧୀମା ଗତିରେ ଚାଲିଛି । ଏତଲା ହେବାର ୧୦ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିପାରୁନି ପୁଲିସ । ଏତେବଡ଼ ମାମଲାକୁ ମିଳିମିଶି ଚପାଇ ଦେବା ଉଦ୍ୟମ ପଛରେ କ’ଣ ରହସ୍ୟ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

Previous Post

ଆଇଏଏସ୍ ଅଦଳବଦଳ: ବଦଳିଲେ ୪ ଜିଲ୍ଲାପାଳ

Next Post

କ’ଣ ଟଙ୍କା ପାଇଁ ମା’ ନିଜ ନାବାଳିକା ଝିଅକୁ ଧର୍ଷିତା ସଜାଇଦେଲା?

Next Post
କ’ଣ ଟଙ୍କା ପାଇଁ ମା’ ନିଜ ନାବାଳିକା ଝିଅକୁ ଧର୍ଷିତା ସଜାଇଦେଲା?

କ’ଣ ଟଙ୍କା ପାଇଁ ମା’ ନିଜ ନାବାଳିକା ଝିଅକୁ ଧର୍ଷିତା ସଜାଇଦେଲା?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA