ଭୁୁବନେଶ୍ୱର: ଆଇଏଏସ୍ ସ୍ତରରେ ରାଜ୍ୟ ସରକାର ଆଜି ଏକ ଅଦଳବଦଳ କରିଛନ୍ତି । ଏଥିରେ ଜଣେ ବରିଷ୍ଠ ଓଏଏସ୍ ଙ୍କୁ ମିଶାଇ ସମୁଦାୟ ୧୨ ଜଣଙ୍କର ବଦଳି ହୋଇଛି । ଯାଜପୁର, ବଲାଙ୍ଗୀର, ନୂଆପଡ଼ା, ଅନୁଗୁଳ ଜିଲ୍ଲାରେ ନୂଆ ଜିଲ୍ଲାପାଳ ନିଯୁକ୍ତି ହୋଇଛନ୍ତି ।
ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ଜାଗାରେ ବ୍ରହ୍ମପୁର ମହାନଗର ନିଗମର କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ଅବସ୍ଥାପିତ କରାଯାଇଛି । ଶ୍ରୀ ଦାସଙ୍କୁ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି ।
ମୟୁରଭଂଜ ପିଡିଡିଆରଡିଏ ଚଞ୍ଚଳ ରାଣାଙ୍କୁ ବଲାଙ୍ଗୀର ଜିଲ୍ଲାପାଳ ଭାବେ ବଦଳି କରାଯାଇଥିଲା ବେଳେ ସେଠାରେ ଥିବା ଅରିନ୍ଦମ ଡାକୁଆଙ୍କୁ ପଞ୍ଚାୟତିରାଜ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିଦେ୍ର୍ଦଶକ ଦାୟିତ୍ୱ ଦିଆଯାଇଛି ।
ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କ ଜାଗାରେ ମୟୁରଭଂଜ ଏଡିଏମ୍ ସ୍ୱାଧା ଦେବ ସିଂହ ଅବସ୍ଥାପିତ ହୋଇଛନ୍ତି ।
ଗଞ୍ଜାମ ପିଡିଡିଆରଡିଏ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅନୁଗୁଳ ଜିଲ୍ଲାପାଳ ଭାବେ ବଦଳି ହୋଇଥିଲା ବେଳେ ସେଠାରେ ଥିବା ମନୋଜ କୁମାର ମହାନ୍ତିଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି ।
ବ୍ରହ୍ମପୁର ଉପଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନେ୍ଦ ଗଞ୍ଜାମ ପିଡିଡିଆରଡିଏ ଭାବେ ବଦଳି ହୋଇଛନ୍ତି ।
ବ୍ରହ୍ମପୁର ମହାନଗର ନିଗମର ନୂଆ କମିଶନର ଭାବେ ଗୁଣୁପୁର ଉପଜିଲ୍ଲାପାଳ ସିଦେ୍ଦଶ୍ୱର ବଳିରାମ ବୋନ୍ଦାରଙ୍କୁ ଅବସ୍ଥାପିତ କରାଯାଇଛି ।
ଗଞ୍ଜାମରେ କୋଭିଡ୍ ପରିଚାଳନା ଦାୟିତ୍ୱରେ ଥିବା ଓଏସଡି କୀର୍ତ୍ତି ଭାସନ୍ ଭି ବ୍ରହ୍ମପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି ।
ସେହିଭଳି ଗଜପତିରେ କୋଭିଡ୍ ପରିଚାଳନାରେ ଥିବା ଓଏସଡି ଜେ ସୋନାଲ୍ ଗଜପତି ଉପଜିଲ୍ଲାପାଳ ହୋଇଛନ୍ତି ।