Saturday, April 18, 2026 03:49 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

କ’ଣ ଟଙ୍କା ପାଇଁ ମା’ ନିଜ ନାବାଳିକା ଝିଅକୁ ଧର୍ଷିତା ସଜାଇଦେଲା?

by Our Correspondent
10 Sep, 2020- 10:07 PM
in Crime, Latest News, News
1 min read
0
କ’ଣ ଟଙ୍କା ପାଇଁ ମା’ ନିଜ ନାବାଳିକା ଝିଅକୁ ଧର୍ଷିତା ସଜାଇଦେଲା?

ଭୁୁବନେଶ୍ୱର: ରାଜଧାନୀ ଛାତି ଉପରେ ଜଣେ ନାବାଳିକା ୧୫ ଦିନ ଧରି ଗଣଦୁଷ୍କର୍ମର ଶିକାର ହେବା ଅଭିଯୋଗ ତାଙ୍କ ମାଆ ମହିଳା ଥାନାଠାରୁ ଆରମ୍ଭ କରି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ମହିଳା କମିଶନଙ୍କ ପାଖରେ ଅଭିଯୋଗ ଆଣିଛନ୍ତି । ପୁଲିସ ମାମଲାର ଛାନଭିନ୍ କରୁଥିବା ବେଳେ ରାଜ୍ୟର ପ୍ରମୁଖ ଟିଭି ଚାନେଲ୍ ଓଟିଭି ଏହି ସମ୍ବେଦନଶୀଳ ଖବରକୁ ଚାପି ରଖିଥିଲା । ଏବେ ତାହାକୁ ଖବର ଆକାରରେ ନୁହେଁ, ବରଂ ଅଦାଲତ ଭଳି ରାୟ ଶୁଣାଇଛି । ସଂପୃକ୍ତା ମହିଳାଙ୍କ ଅଭିଯୋଗ ମିଥ୍ୟା, ଭିତ୍ତିହୀନ ବୋଲି ଲୋକଙ୍କୁ ଜଣାଉଛି ।

ଓଟିଭି ଖବରର ଏହି ବ୍ୟତିକ୍ରମ ଓ ବ୍ୟସ୍ତତା ପଛର କାରଣ ହେଉଛି, ଅଭିଯୁକ୍ତମାନଙ୍କ ମଧ୍ୟରେ ଅଛନ୍ତି ୪ ଜଣ ନିଜ ଚାନେଲ୍ କର୍ମଚାରୀ । ୨ ଜଣ ଅଫିସ୍ ରେ କାମ କରୁଛନ୍ତି ଆଉ ୨ ଜଣ ଅଫିସ୍ ସୁରକ୍ଷାକର୍ମୀ । ଦ୍ୱିତୀୟ ବଡ଼ କାରଣ ହେଉଛି ଏହି ମାମଲାରେ ଛନ୍ଦି ହୋଇଛନ୍ତି ସ୍ୱୟଂ ବସ୍ ଜାଗୀମଙ୍ଗତ ପଣ୍ଡା ।

ମାମଲା ସମ୍ପର୍କରେ ଜାଗୀ ପ୍ରଥମରୁ ଅବଗତ ଥିଲେ ମଧ୍ୟ ଚାପି ଦେବାକୁ ଉଦ୍ୟମ କରିଥିବା ପୀଡ଼ିତାଙ୍କ ମାଆ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସେ ବିସ୍ତୃତ ଭାବେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ପାଖରେ ଅଭିଯୋଗ ଦାଖଲ କରିଛନ୍ତି । ଆଜି ମହିଳା କମିଶନଙ୍କୁ ଭେଟି ମଧ୍ୟ ଏହା ଜଣାଇଛନ୍ତି । ପୀଡ଼ିତାଙ୍କ ମାଆ ଓ ଏମଡି ଜାଗୀଙ୍କ ମଧ୍ୟରେ କଥାବାର୍ତ୍ତାର ଅଡିଓ କ୍ଲିପ୍ ଦିଆଯାଇଛି ।

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କଠାରେ ପୀଡ଼ିତାଙ୍କ ମାଆ ଦେଇଥିବା ପିଟିସନ୍ ଉପରେ କମିଶନ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ସହ ଓଟିଭି ଏମଡି ଜାଗୀ ପଣ୍ଡାଙ୍କୁ ୪୮ ଘଣ୍ଟାର ମହଲତ୍ ଦେଇଛନ୍ତି । ସେହିଭଳି ମହିଳା କମିଶନଙ୍କ ପକ୍ଷରୁ ୧୫ ଦିନ ମଧ୍ୟରେ ପୁଲିସଠାରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମଗାଯାଇଛି ।

ଦୁଇ କମିଶନଙ୍କ ଏଭଳି ତତ୍ପରତା ଓଟିଭି କର୍ତ୍ତୃପକ୍ଷଙ୍କୁ ବିଚଳିତ କରିଛି । କମିଶନଙ୍କୁ ସହଯୋଗର ହାତ ବଢ଼ାଇବା ପରିବର୍ତ୍ତେ ଓଲଟି ମାମଲାକୁ ରାଜନୀତି ଜାଲରେ ଛନ୍ଦିବାକୁ ଉଦ୍ୟମ କରିଛି । କମିଶନଙ୍କ ଉପରେ କାହାରି ଚାପ ଅଛି ବୋଲି ପ୍ରଶ୍ନ କରିଛି ।

ଓଟିଭି ବିଚାରରେ ସଂପୃକ୍ତ ମହିଳା ନିଜର ୧୩ ବର୍ଷର ଝିଅକୁ ଧର୍ଷିତା ସଜାଇ ଓଟିଭି କର୍ତ୍ତୃପକ୍ଷଙ୍କୁ ବ୍ଲାକମେଲିଂ କରି ଅର୍ଥଦାବି କରୁଥିଲେ । ସଫଳ ନ ହେବାରୁ ଥାନାରେ ଏତଲା ଦେଇଛନ୍ତି । ସଂପୃକ୍ତା ନାବାଳିକାକୁ ଓଟିଭି କର୍ମଚାରୀମାନେ ୧୫ ଦିନ ଧରି ଗଣଦୁଷ୍କର୍ମ କରିବା ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି କର୍ତ୍ତୃପକ୍ଷ ସିଧା ସିଧା ରାୟ ଶୁଣାଇଛନ୍ତି ।

ମଙ୍ଗଳବାର ଦିନ ପ୍ରଥମେ ଓଟିଭି କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ନାଁରେ ଏହି ଲଜ୍ଜା ଓ ଅମାନବୀୟ ସଫେଇ ରଖିଥିବା ବେଳେ ଆଜି ସେଥିରେ ନୂଆ ତଥ୍ୟ ଯୋଡିଛି । ନାବାଳିକା ଗଣଦୁଷ୍କର୍ମ ଭଳି ଏକ ଗୁରୁତର ସ୍ପର୍ଶକାତର ପ୍ରସଙ୍ଗରେ ଓଟିଭି ପୁଲିସକୁ ତଦନ୍ତରେ ସହଯୋଗ କରିବା ପରିବର୍ତ୍ତେ ଜଜମେଣ୍ଟ ଶୁଣାଇ କେବଳ ନିଜଠାରୁ ଦୋଷ ଛଡ଼ାଇବାକୁ ଉଦ୍ୟମ କରିନି । ବରଂ ନିଜ ସଂସ୍ଥାରେ କିଛି ମାସ ତଳେ କାମ କରୁଥିବା ଜଣେ ବିଧବା ମହିଳା ଓ ତାଙ୍କ ୧୩ ବର୍ଷର ଝିଅର ଇଜ୍ଜତ ଉପରେ ପ୍ରଶ୍ନ ତୋଳିଛି ।

ଅନ୍ୟପକ୍ଷରେ ଏତେବଡ଼ ମାମଲାକୁ ପୁଲିସ ଯେଭଳି ହାଣ୍ଡଲ୍ କରିବା କଥା ତାହା ଯେ କରୁନାହିଁ ତାହା ଜଳ ଜଳ । ଅଭିଯୁକ୍ତଙ୍କ ବିରୋଧରେ ପୋକସୋ ଆକ୍ଟ ଲାଗିଛି । ଇତିମଧ୍ୟରେ ୧୦ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ନ ପାରିବା ଏବଂ ମାମଲାରେ ଯୋଡି ହୋଇଥିବା ସଂସ୍ଥାର ଏମଡି ଜାଗୀ ପଣ୍ଡାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାର ରହସ୍ୟ ଉପରେ ପ୍ରଶ୍ନ ଉଠିଲାଣି । ଅଭିଯୁକ୍ତମାନେ ଓଟିଭି କର୍ମଚାରୀ ହୋଇଥିବାରୁ ମାମଲାକୁ ରଫାଦଫା କରିବାକୁ ପୁଲିସ ଉପରେ ଚାପ ଅଛି କି? ମାମଲାରେ ଜାଗୀ ପଣ୍ଡାଙ୍କ ନାଁ ସିଧାସଳଖ ଆସିଥିବାରୁ ପୁଲିସ ହାତ ଥରୁଛି କି?

ଏଭଳି ଏକ ଗମ୍ଭୀର ମାମଲାକୁ ନେଇ ଉଭୟ ଶାସକ ଓ ବିରୋଧୀ ଦଳର ଭୂମିକା ମଧ୍ୟ ସନ୍ଦେହଘେରକୁ ଆସିଛି । ବିଜେଡ଼ିର ମହିଳା ସଂଗଠନ ହେଉ କି କଂଗ୍ରେସ ଓ ବିଜେପିର ମହିଳା ସଂଗଠନ ଏପର୍ଯ୍ୟନ୍ତ କାହାରି ପାଟି ଖୋଲୁନାହିଁ । ଶିଶୁ ଓ ମହିଳାମାନଙ୍କ ସୁରକ୍ଷା ପାଇଁ ଲଢ଼ୁଥିବା ସାମାଜିକ ସଂଗଠନଗୁଡ଼ିକ ମଧ୍ୟ ଚୁପ୍ ରହିଛନ୍ତି । ବର୍ଷା-ଅନୁଭବ ପାରିବାରିକ ବିବାଦକୁ ନେଇ ରାଜରାସ୍ତା ଫଟାଉଥିବା ନାରୀନେତ୍ରୀ ଓ ସଂଗଠନଗୁଡ଼ିକ ନାବାଳିକା ଗଣଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ ଉପରେ ନିରବ ରହିବା ପଛରେ ରହସ୍ୟ ବୁଝାପଡୁନାହିଁ ।

Previous Post

ନାବାଳିକା ଗଣଦୁଷ୍କର୍ମ: ଜବାବ ରଖିବା ପାଇଁ ଜାଗୀଙ୍କୁ ୪୮ ଘଣ୍ଟାର ମହଲତ୍

Next Post

ଅଡିଓ ଭାଇରାଲ୍: ଓଟିଭି ଏମଡି ଓ ପୀଡ଼ିତା ମା’ ଙ୍କ ମଧ୍ୟରେ ଫୋନ୍ ବାର୍ତ୍ତାଳାପ

Next Post
ଅଡିଓ ଭାଇରାଲ୍: ଓଟିଭି ଏମଡି ଓ ପୀଡ଼ିତା ମା’ ଙ୍କ ମଧ୍ୟରେ ଫୋନ୍ ବାର୍ତ୍ତାଳାପ

ଅଡିଓ ଭାଇରାଲ୍: ଓଟିଭି ଏମଡି ଓ ପୀଡ଼ିତା ମା’ ଙ୍କ ମଧ୍ୟରେ ଫୋନ୍ ବାର୍ତ୍ତାଳାପ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA