Tuesday, June 23, 2026 09:22 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦୁଃଖ ପରେ ଦୁଃଖ: କରୋନାରେ ଚାଲିଗଲେ ଅଜିତ୍ ଦାସ

by Our Correspondent
13 Sep, 2020- 04:38 PM
in Latest News, News
1 min read
0
ଦୁଃଖ ପରେ ଦୁଃଖ: କରୋନାରେ ଚାଲିଗଲେ ଅଜିତ୍ ଦାସ

ଭୁବନେଶ୍ୱର: ଓଡିଆ ଚଳଚିତ୍ର ଓ କଳା ଜଗତ ପାଇଁ ଚାଲିଛି ଦୁଃଖର ସମୟ । ଆଉ ଜଣେ ରତ୍ନଙ୍କୁ ଆଜି ହରାଇ ଦେଇଛି । ବର୍ଷୀୟାନ ଅଭିନେତା, ନିର୍ଦ୍ଦେଶକ ଅଜିତ୍ ଦାସ ଆଉ ନାହାନ୍ତି । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।

କିଛି ଦିନ ତଳେ ତାଙ୍କର ପ୍ରିୟ ବନ୍ଧୁ ବିଜୟ ମହାନ୍ତିଙ୍କ ମୃତ୍ୟୁ ଏବଂ ଗତକାଲି ନିର୍ଦ୍ଦେଶକ ଶିଶିର ମୋହନ ପତି ଓ ଯାତ୍ରା ଖଳନାୟକ ମହେନ୍ଦ୍ର ଦାସ ଓରଫ୍ ଭିକୁ ସେଠ୍ ଙ୍କର ମୃତ୍ୟୁ କଳାକାର ଜଗତକୁ ଶୋକରେ ରଖିଥିଲା ବେଳେ ଆଜି ଅଜିତ୍ ଦାସଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବଧ କରିଦେଇଛି ।

ନ୍ୟାସନାଲ୍ ସ୍କୁଲ୍ ଅଫ ଡ୍ରାମାର ସ୍ନାତକଧାରୀ ଅଜିତ୍ ଦାସ ମଞ୍ଚ ନାଟକରୁ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ । ୧୯୭୬ ମସିହାରେ ‘ସିନ୍ଦୁର ବିନ୍ଦୁ’ ଚଳଚିତ୍ରରେ ଏକ ଖଳନାୟକ ଚରିତ୍ରରେ ତାଙ୍କର ଫିଲ୍ମ ଅଭିନୟ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଅଭିମାନ, ପୁର୍ନମିଳନ, ଗୌରୀ, ବଳିଦାନ, ଫୁଲଚନ୍ଦନ, ହାକିମ୍ ବାବୁ, ବାଟ ଅବାଟ, ମା, ତୁଣ୍ଡବାଇଦ, ପରଦେଶୀ ଚଢ଼େଇ ଏହିଭଳି ୧୦୦ରୁ ଅଧିକ ଚଳଚିତ୍ରରେ ଖଳନାୟକ, ନାୟକ ଓ ଚରିତ୍ର ଭୂମିକାରେ ଅଭିନୟ କରି ନିଜର ପରାକାଷ୍ଠା ଦେଖାଇଥିଲେ । ଜଣେ ଉଚ୍ଚକୋଟୀର ନିର୍ଦ୍ଦେଶକ ଭାବେ ମଧ୍ୟ ତାଙ୍କର ଖ୍ୟାତି ଥିଲା ।

ମଞ୍ଚ ଓ ନାଟକ ପ୍ରତି ତାଙ୍କର ପ୍ରବଳ ଦୁର୍ବଳତା ଥିଲା । ମଞ୍ଚ ଓ ନାଟକରେ ତାଙ୍କର ଅଭିନୟ ଓ ନିର୍ଦ୍ଦେଶନା ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ୭୦ ରୁ ଅଧିକ ମଞ୍ଚ ଓ ନାଟକରେ ସେ ଅଭିନୟ ଓ ନିର୍ଦ୍ଦେଶନା ଦେଇଥିଲେ । ବିଜୟ ମହାନ୍ତି ଓ ଅଜିତ୍ ଦାସ ଯୋଡି ଓଡ଼ିଶା ଚଳଚିତ୍ର, ମଞ୍ଚ ଓ ନାଟକ ଜଗତର ଏକ ମାଇଲଖୁଣ୍ଟ ଥିଲେ । ଉଭୟଙ୍କ ବ୍ୟକ୍ତିତ୍ୱ ଓ ନିଶା ପ୍ରାୟ ସମାନ ଥିଲା । ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟରେ ଅଧାପନା କରୁଥିଲା ବେଳେ ବହୁ କଳାକାରଙ୍କୁ ତିଆରି କରିଥିଲେ ।

ବିଜୟ ମହାନ୍ତିଙ୍କ ମୃତ୍ୟୁର ଦିନ କେଇଟା ପରେ ଅଜିତ୍ ଦାସଙ୍କ ମୃତ୍ୟୁ ସମସ୍ତଙ୍କୁ ଦାରୁଣ ଦୁଃଖ ଦେଇଛି । ଓଡ଼ିଶା କଳାଜଗତ ପାଇଁ ଅପୂରଣୀୟ କ୍ଷତି ସୃଷ୍ଟି କରିଛି । ଖାଲି ଉଚ୍ଚକୋଟିର ଅଭିନୟ ନୁହେଁ, ଜଣେ ଭଲ ମଣିଷ ଥିଲେ ଅଜିତ୍ ଦାସ । ଅଭିନୟ ଓ ବ୍ୟକ୍ତିତ୍ୱ ରେ ବିଜୟ ମହାନ୍ତି ଓ ଅଜିତ୍ ଦାସ କେହି କାହାରିଠାରୁ କମ ନ ଥିଲେ । ଉଚ୍ଚକୋଟୀର ଅଭିନୟ ସାଙ୍ଗକୁ ଅତ୍ୟନ୍ତ ଭଦ୍ର ଓ ଅମାୟିକ ବ୍ୟକ୍ତିତ୍ୱ ପାଇଁ ସମସ୍ତଙ୍କର ସମ୍ମାନ ଓ ଶ୍ରଦ୍ଧାର ପାତ୍ର ଥିଲେ ।

ଅଜିତ୍ ଦାସଙ୍କ ମୃତ୍ୟୁରେ ସବୁ ମହଲରେ ଗଭୀର ଶୋକପ୍ରକାଶ ପାଇଛି ।

Previous Post

ନାବାଳିକା ଗଣଦୁଷ୍କର୍ମ: ତଦନ୍ତ ଧୀମା, ସନ୍ଦେହରେ ପୁଲିସର ଭୂମିକା

Next Post

ଓଟିଭି ଡର କି? ୧୬ ଦିନ ବିତିଲା, ପୁଲିସ ଚଙ୍କୁନି

Next Post
ଓଟିଭି ଡର କି? ୧୬ ଦିନ ବିତିଲା, ପୁଲିସ ଚଙ୍କୁନି

ଓଟିଭି ଡର କି? ୧୬ ଦିନ ବିତିଲା, ପୁଲିସ ଚଙ୍କୁନି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA