Friday, April 17, 2026 03:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ନାବାଳିକା ଗଣଦୁଷ୍କର୍ମ: ତଦନ୍ତ ଧୀମା, ସନ୍ଦେହରେ ପୁଲିସର ଭୂମିକା

by Our Correspondent
12 Sep, 2020- 11:33 PM
in Crime, Latest News, News
1 min read
0
ନାବାଳିକା ଗଣଦୁଷ୍କର୍ମ: ତଦନ୍ତ ଧୀମା, ସନ୍ଦେହରେ ପୁଲିସର ଭୂମିକା

ଭୁବନେଶ୍ୱର: ପୁଲିସରେ ନାବାଳିକା ଗଣଦୁଷ୍କର୍ମ ମାମଲାକୁ ୧୩ ଦିନ ବିତିଲାଣି । ମାତ୍ର ୭ ଅଭିଯୁକ୍ତଙ୍କ ପାଖରେ ଏପର୍ଯ୍ୟନ୍ତ ପହଞ୍ଚିପାରିନି କମିଶନରେଟ୍ ପୁଲିସ । ସେପଟେ ମାମଲା ଚପାଇ ଦେବାକୁ ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡା ଉଦ୍ୟମ କରିଥିବାର ସଙ୍ଗୀନ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ । ଓଲଟି ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ପକ୍ଷରୁ ଜବାବ ନୋଟିସ୍ କୁ ଖାତିର କରିନାହାନ୍ତି ଏମଡି । ଇତିମଧ୍ୟରେ ଏଭଳି ସମ୍ବେଦନଶୀଳ ମାମଲାକୁ ସମ୍ପୂର୍ଣ୍ଣ ମିଛ ବୋଲି ରାୟ ଶୁଣାଇବା ସହ ପୀଡ଼ିତାଙ୍କ ମାଆଙ୍କୁ ବ୍ଲାକମେଲର୍ କହିସାରିଲେଣି ଓଟିଭି କର୍ତ୍ତୃପକ୍ଷ । ହେଲେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନର ନାଁ ଗନ୍ଧ ନାହିଁ ।

ଖୋଦ୍ ରାଜଧାନୀ ଛାତି ଉପରେ ଘଟିଥିବା ଏହି ଜଘନ୍ୟ କାଣ୍ଡକୁ ଉଭୟ ପୁଲିସ ଓ ଅଭିଯୁକ୍ତ ପକ୍ଷ ଚପାଇଦେବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଲାଣି । ଏଭଳି ଜଘନ୍ୟ ମାମଲାରେ ପୁଲିସ ସିସିଟିଭି ଫୁଟେଜ୍ ଜବତ କରିବା ସହ ଅଭିଯୁକ୍ତଙ୍କ ଧରି ପ୍ୟାରେଡ୍, ଡାକ୍ତରୀ ପରୀକ୍ଷା ଏବଂ ଡିଏନଏ ଟେଷ୍ଟ କରିବାର ନିୟମ ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ହାତବାନ୍ଧି ବସିଛି ।

ଉଲ୍ଲେଖଥାଉକି, ଅଭିଯୁକ୍ତମାନଙ୍କ ବିରୋଧରେ ଆଇପିସିର ୩୭୬(ଡିଏ), ୩୭୬(୨), ୫୦୬, ୩୪ ଏବଂ ପୋକସୋ ଆକ୍ଟ, ୨୦୧୨ ର ଧାରା ୬ ଦଫା ଲାଗିଛି । ତେବେ ଦଫା, ତଦନ୍ତ ପ୍ରକ୍ରିୟା ଓ ଗତିବିଧିକୁ ଦେଖିଲେ ମାମଲାକୁ ରଫାଦଫା କରି ଦୋଷୀଙ୍କୁ ଖସାଇ ଦେବାକୁ ଉଦ୍ୟମ ହେଉଥିବା ଅଭିଯୋଗ ହେଲାଣି । ଦୋଷୀଙ୍କୁ ଖସାଇବାକୁ ଗଳାବାଟ ରଖାଯାଇଥିବା ଅନେକଙ୍କର ସନ୍ଦେହ ହେଲାଣି ।

ସନ୍ଦେହ-୧: ମାମଲା ରୁଜୁ ହେବାର ୧୩ ଦିନ ବିତିଯାଇଛି । ପୀଡ଼ିତାଙ୍କ ୧୬୧ ବୟାନ ରେକର୍ଡ, ଡାକ୍ତରୀ ପରୀକ୍ଷା ଇତ୍ୟାଦି ସରିଲାଣି । କିନ୍ତୁ ଅଭିଯୁକ୍ତମାନେ ଖୁଲମ୍ ଖୋଲା ବୁଲୁଛନ୍ତି । ଏପରିକି ନିର୍ଭୟରେ ଅଫିସ୍ ଆସି ଡ୍ୟୁଟି କରୁଥିବା ଜଣାପଡ଼ିଛି । ଅଭିଯୁକ୍ତଙ୍କ ବିରୋଧରେ ପୋକସୋ ଭଳି କଡ଼ା ଆଇନର ଦଫା ଲାଗିଥିବାରୁ ପୁଲିସ ଅବିଳମ୍ବେ ସେମାନଙ୍କୁ ବାନ୍ଧି ଜେଲ୍ ପଠାଇବା କଥା । ମାତ୍ର ଏ କ୍ଷେତ୍ରରେ ପୁଲିସ ନିଷ୍କ୍ରିୟ ନାହିଁ କି? ଇତିମଧ୍ୟରେ ଓଟିଭିର ଦୁଇ ଅଭିଯୁକ୍ତ କର୍ମଚାରୀ ଆଗୁଆ ଜାମିନ୍ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୁତରାଂ ସେମାନଙ୍କୁ ଆଇନ ଶିକୁଳିରୁ ଖସେଇ ଦେବା ପାଇଁ ପୁଲିସ ସୁଯୋଗ ଦେଉନି ତ?

ସନ୍ଦେହ-୨: କୌଣସି ମାମଲାକୁ ଚପାଇବା ଏବଂ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ଏକ ଗର୍ହିତ ଅପରାଧ । ପୋକସୋ ଆକ୍ଟ,୨୦୧୨ ର ଧାରା ୨୧ରେ ଏଥିପାଇଁ କଠୋର ଦଣ୍ଡବିଧାନ ବ୍ୟବସ୍ଥା ରହିଛି । ଉକ୍ତ ନିର୍ଦ୍ଦିଷ୍ଟ ମାମଲାରେ ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡାଙ୍କୁ ଘଟଣା ସମ୍ପର୍କରେ ଜଣାଇ ପୀଡ଼ିତାଙ୍କ ମାଆ ନ୍ୟାୟ ଭିକ୍ଷା କରିଥିଲେ । ଘଟଣା ବାହାରେ ପ୍ରକାଶ ନ କରିବାକୁ ଅଭିଯୁକ୍ତମାନଙ୍କ ଧମକ ଯୋଗୁଁ ସେ ପୁଲିସକୁ ନ ଜଣାଇ ସିଧାସଳଖ ଏମଡିଙ୍କୁ ଜଣାଇଥିଲେ ବୋଲି କହିଛନ୍ତି । ମାତ୍ର ଏମଡି ଘଟଣାକୁ ଚାପିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।

ଏମଡିଙ୍କୁ କାନ୍ଦି କାନ୍ଦି ଘଟଣା ସମ୍ପର୍କରେ ସେ ଅବଗତ କରାଉଥିବାର ଅଡିଓ ମହିଳା କମିଶନଙ୍କଠାରୁ ଆରମ୍ଭ କରି ପୁଲିସ ପାଖରେ ରହିଛି । ଶିଶୁ ସୁରକ୍ଷା ଅଧିକାର କମିଶନଙ୍କଠାରେ ପୀଡ଼ିତାଙ୍କ ମାଆ ଏହାର ଲିଖିତ ଅଭିଯୋଗ ବି କରିଛନ୍ତି । ମାତ୍ର ଏହି ଗମ୍ଭୀର ଦିଗକୁ ପୁଲିସ ଏଡାଇଦେବା ଏବଂ ଓଟିଭି ଏମଡିଙ୍କ ବିରୋଧରେ ମାମଲା(ଦଫା ୨୧) ନଯୋଡିବା ପଛର ରହସ୍ୟ କ’ଣ? ସୁରକ୍ଷା ଦେବା ପାଇଁ ନୁହେଁ ତ?

ସନ୍ଦେହ-୩: ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରାଯିବା ସହ ଧମକାଇ ତାଙ୍କର ନଗ୍ନ ଫଟୋ ଉତ୍ତୋଳନ କରାଯାଇଛି । ନିଜର ୧୬୧ ଷ୍ଟେଟମେଣ୍ଟରେ ପୀଡ଼ିତା ଏହି ବୟାନ ଦେଇଛନ୍ତି । ଖାଲି ସେତିକି ନୁହେଁ, ଏହି ଫଟୋକୁ ମାସ୍ ମିଡ଼ିଆରେ ବ୍ୟବହାର କରାଯାଇଥିବା ତାଙ୍କ ମାଆ ଅଭିଯୋଗ କରିଛନ୍ତି । ଜଣେ ନାବାଳିକାଙ୍କ ପ୍ରତି ଏଭଳି ଘୃଣ୍ୟ, ଜଘନ୍ୟ କାର୍ଯ୍ୟ ପାଇଁ ପୋକସୋ ଆକ୍ଟ, ୨୦୧୨ର ଦଫା ୪୦ ଏବଂ ୧୫ ରହିଛି । ମାତ୍ର ପୁଲିସ ତାହା ଲଗାଇନାହିଁ । କାହିଁକି? ଦୋଷୀଙ୍କୁ ଖସାଇବା ପାଇଁ ପୁଲିସ ଉପରେ ଅଦୃଶ୍ୟ ଚାପ ରହିଛି କି?

ସନ୍ଦେହ-୪: ଏଭଳି ଜଘନ୍ୟ ମାମଲାରେ ପୁଲିସର କାର୍ଯ୍ୟାନୁଷ୍ଠାନ କ’ଣ ହେବା ଆବଶ୍ୟକ ତାହା ସୁପ୍ରିମକୋର୍ଟଙ୍କ ବିଭିନ୍ନ ରାୟରେ ସ୍ପଷ୍ଟ ଉଲ୍ଲେଖ ରହିଛି । ମୋଟାମୋଟି ଭାବେ ଅଭିଯୁକ୍ତଙ୍କ ପାଇଁ ଆଇପିସି ଧାରା ୩୬୬, ୩୯୫, ୩୯୬,୩୭୬(ଜି) ଏବଂ ୧୨୦(ବି) ଧାରା ମଧ୍ୟ ପ୍ରଯୁଜ୍ୟ । କିନ୍ତୁ ତାହା ହୋଇନାହିଁ ।

ସନ୍ଦେହ-୫: ଓଟିଭି ସଂସ୍ଥାରେ ଚାକିରି କରିଥିଲେ ପୀଡ଼ିତାଙ୍କ ମାଆ । ତାଙ୍କ ଝିଅକୁ ଗଣଦୁଷ୍କର୍ମ କରିଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ଅଛନ୍ତି ଓଟିଭିର ୨ କର୍ମଚାରୀ ଓ ୨ ସୁରକ୍ଷା କର୍ମୀ । ଓଟିଭି କର୍ତ୍ତୃପକ୍ଷ ତାଙ୍କ ସଫେଇରେ ବିଶାଖା ଗାଇଡଲାଇନ୍ କଥା କହିଥିଲେ । ସଂସ୍ଥାର ଆଭ୍ୟନ୍ତରୀଣ କମିଟି ଦ୍ୱାରା ତଦନ୍ତ କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସଂପୃକ୍ତ ମହିଳା ସହଯୋଗ କରି ନ ଥିବା ପ୍ରଥମେ ସଫେଇ ଦିଆଯାଇଥିଲା । ଏଠି ଅଭିଯୋଗକାରିଣୀଙ୍କ ନାବାଳିକା ଝିଅକୁ ଅଫିସ୍ ବାହାରେ ଗଣଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ଆସିଥିବାରୁ ଆଭ୍ୟନ୍ତରୀଣ ବିଶାଖା କମିଟିର ଭୂମିକା ଉପରେ ପ୍ରଶ୍ନ ଆସିଲାରୁ କଥା ଗୋଳେଇବାକୁ ଚେଷ୍ଟା ହେଉଛି । ଭ୍ରମ ଦୂର କରି ଏହାକୁ ତଦନ୍ତ ପରିସରଭୁକ୍ତ କରିବା ପୁଲିସର କାମ ନୁହେଁ କି?

ମାମଲାଟି ଅତ୍ୟନ୍ତ ଜଘନ୍ୟ ଓ ସମ୍ବେଦନଶୀଳ । ୧୩ ବର୍ଷର ନାବାଳିକାକୁ ୧୫ ଦିନ ଧରି ଗଣଦୁଷ୍କର୍ମ କରାଯାଇଥିବାର ଅଭିଯୋଗ । ତାହାପୁଣି ରାଜଧାନୀର ଛାତି ଉପରେ । ଅଭିଯୁକ୍ତକାରୀମାନେ ପୁଣି ପ୍ରମୁଖ ଚାନେଲ୍ ଓଟିଭି କର୍ମଚାରୀ । ମାମଲାକୁ ଚପାଇଦେବାକୁ ସଂସ୍ଥା ଏମଡି ଉଦ୍ୟମ କରିଥିବା ପୀଡ଼ିତାଙ୍କ ମା’ଙ୍କର ଅଭିଯୋଗ । ଏତେବଡ଼ ସଙ୍ଗୀନ ଅଭିଯୋଗ ଉପରେ ପୁଲିସର କାର୍ଯ୍ୟ ସନେ୍ଦହ ଘେରକୁ ଆସିଥିବା ବେଳେ ବିରୋଧୀ ଦଳ ଏବଂ ସାମାଜିକ କର୍ମୀମାନେ ପାଟି ଖୋଲୁନାହାନ୍ତି । ସମ୍ଭବତଃ ଏହାଠାରୁ ଅଧିକ ବିସ୍ମୟକର ଘଟଣା ଆଉ କିଛି ହୋଇ ନ ପାରେ ।

ସେପଟେ ଭୟ, ଆତଙ୍କ ଓ ମାନସିକ ଦୁଶ୍ଚିନ୍ତାରେ ଜୀବନ ବିତାଉଥିବା ପୀଡ଼ିତା ଓ ତାଙ୍କର ବିଧବା ମାଆଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ସେମାନଙ୍କ କ୍ଷେତ୍ରରେ କିଛି ଅଘଟଣ ହେଲେ ସେଥିପାଇଁ କିଏ ଦାୟୀ ହେବେ? ସେଥିପାଇଁ ସରକାର ଦାୟୀ ରହିବେ ତ? ଏ ପ୍ରଶ୍ନ ଆଜି ସାଧାରଣ ଜନତାଙ୍କର ।

Previous Post

ଚାଲିଗଲେ ଭିକୁ ସେଠ୍, ଆଦିତ୍ୟ ପୌଡୁୱାଲ୍

Next Post

ଦୁଃଖ ପରେ ଦୁଃଖ: କରୋନାରେ ଚାଲିଗଲେ ଅଜିତ୍ ଦାସ

Next Post
ଦୁଃଖ ପରେ ଦୁଃଖ: କରୋନାରେ ଚାଲିଗଲେ ଅଜିତ୍ ଦାସ

ଦୁଃଖ ପରେ ଦୁଃଖ: କରୋନାରେ ଚାଲିଗଲେ ଅଜିତ୍ ଦାସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA