Tuesday, June 23, 2026 05:26 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଟିଭି ଡର କି? ୧୬ ଦିନ ବିତିଲା, ପୁଲିସ ଚଙ୍କୁନି

by Our Correspondent
14 Sep, 2020- 09:56 PM
in Latest News, News
1 min read
0
ଓଟିଭି ଡର କି? ୧୬ ଦିନ ବିତିଲା, ପୁଲିସ ଚଙ୍କୁନି

– ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଯୁବକଂଗ୍ରେସର ଧାରଣା
– ଓଟିଭି ଏମଡିଙ୍କୁ ନୋଟିସ୍ ଦେଲେ ମହିଳା କମିଶନ
– ପୁଲିସକୁ ଦୁଇ ସପ୍ତାହ ସମୟ ଦେଲେ ଶିଶୁ ଅଧିକାର ସୁରକ୍ଷା କମିଶନ

ଭୁବନେଶ୍ୱର: ୧୩ ବର୍ଷର ନାବାଳିକା ଗଣଦୁଷ୍କର୍ମ ମାମଲାକୁ ୧୬ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ଗିରଫ ହେଲେ ନାହିଁ । ପୋକସୋ ଆକ୍ଟ ଭଳି କଠୋର ଆଇନକୁ ପୁଲିସ ନିଜ ଅଣ୍ଟିରେ ପୂରାଇ ଦେଇଛି । ଅଭିଯୁକ୍ତଙ୍କୁ ଖୋଲା ଛାଡ଼ି ଆଇନର ଭକ୍ଷକ ସାଜିଛି । ତେବେ କାହିଁକି? ଉପରୁ ଚାପ ଅଛି ନା ପଣ୍ଡା କମ୍ପାନୀର ଓଟିଭି ଆଡକୁ ଯିବାକୁ ଡର ଲାଗୁଛି?

ଆହୁରି ଗମ୍ଭୀର କଥା, ଖୋଦ୍ ରାଜଧାନୀ ଛାତିରେ ଏତେବଡ଼ ଜଘନ୍ୟ ଅଭିଯୋଗ ଆସିଛି । ଅଥଚ ତଦନ୍ତରେ ପୁଲିସର ନିଷ୍କ୍ରିୟତା ରାଜ୍ୟ ସରକାରଙ୍କୁ ବିଚଳିତ କରୁନି । ନା ସରକାର, ନା ସରକାରୀ ଦଳର ଏଥିପ୍ରତି ଭାବନା କି ଉଦବେଗ ଅଛି । ପଚାରିଲେ କାହାର ପାଟି ଖୋଲୁନାହିଁ ।

ମୁଖ୍ୟ ବିରୋଧୀ ଦଳର ଅସମ୍ଭବ ନିରବତା ବି ସମସ୍ତଙ୍କୁ ଚକିତ କରୁଛି । ଏ ପ୍ରସଙ୍ଗରେ ବିଜେପି ନାରୀନେତ୍ରୀମାନଙ୍କ ପାଟି ଓ ଟୁଇଟର ହାଣ୍ଡଲ୍ ରେ ତାଲା ପଡ଼ିଯାଇଛି । ଟିଭି ଷ୍ଟୁଡ଼ିଓରେ ବସି ସରକାରଙ୍କ ନାରୀ ନିର୍ଯ୍ୟାତନା ବିରୋଧରେ ଭାଷଣ ଦେଉଥିବା ତଥାକଥିତ ବୁଦ୍ଧିଜୀବୀମାନଙ୍କର ମଧ୍ୟ ଦେଖାନାହିଁ । କାରଣ କ’ଣ? କ’ଣ ଅଭିଯୁକ୍ତମାନେ ପଣ୍ଡା କମ୍ପାନୀର ଓଟିଭି କର୍ମଚାରୀ ବୋଲି? ଏମଡି ଜାଗୀ ପଣ୍ଡାଙ୍କ ଉପରକୁ ଅଙ୍ଗୁଳି ଉଠିଛି ବୋଲି?

ଏହି ମାମଲାର ଅଭିଯୁକ୍ତମାନେ ଓଟିଭି ଚାନେଲ୍ ର ନ ହୋଇ ଯଦି ଅନ୍ୟ କେହି ହୋଇଥାନ୍ତେ? ବିଜେପି ବାଲା ଓ ଟିଭିରେ ନାଗୁଆ ବସୁଥିବା ତଥାକଥିତ ବୁଦ୍ଧିଜୀବୀମାନେ ପାଟି ଚୁପ୍ କରି ବସିଥାଆନ୍ତେ କି? ସରକାର ଓ ତାଙ୍କ ପୁଲିସବାହିନୀକୁ ପାଣି ପିଆଉ ନ ଥାଆନ୍ତେ କି?

ଏହା ନିଚ୍ଛକ ସତ ଯେ ଏହି ମାମଲାରେ ଓଟିଭି ଏମଡି ଓ କର୍ମଚାରୀଙ୍କ ସଂପୃକ୍ତି ଅଭିଯୋଗ ଆସିଥିବାରୁ ସମସ୍ତେ ଚୁପ୍ ବସିଛନ୍ତି । ରହସ୍ୟଜନକଭାବେ ମାମଲାକୁ ମିଳିମିଶି କବର ଦେବାକୁ ଉଦ୍ୟମ ଚାଲିଛି । ଗଣଦୁଷ୍କର୍ମର ଶିକାର ନାବାଳିକା ଓ ତାଙ୍କର ଅସହାୟ ମାଆ ପ୍ରତି କାହାର ସମବେଦନା ନାହିଁ ।

ଦୁଃଖ ଓ ଭୟରେ ଜୀବନ କାଟୁଥିବା ପୀଡ଼ିତା ଓ ତାଙ୍କ ପରିବାର ପାଇଁ ଏକମାତ୍ର ଶାନ୍ତ୍ୱନା ହୋଇଛନ୍ତି ରାଜ୍ୟ ଯୁବ କଂଗ୍ରେସ ନେତାଗଣ । ଅଭିଯୁକ୍ତଙ୍କୁ ଗିରଫ ଏବଂ ପୀଡ଼ିତାଙ୍କ ନ୍ୟାୟ ଦେବା ଦାବିରେ ଯୁବ କଂଗ୍ରେସ ପକ୍ଷରୁ ଦୁଇଦିନ ତଳେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସଭାପତି ଓ ଅନ୍ୟ କର୍ମକର୍ତ୍ତାମାନେ ଆଜି କମିଶନରେଟ୍ ଅଫିସ୍ ସାମନାରେ ଧାରଣା ଦେଇଥିଲେ । ଅଭିଯୁକ୍ତଙ୍କୁ ଅତିଶୀଘ୍ର ଗିରଫ କରା ନ ଗଲେ ନିଆଁ ଜଳିବ ବୋଲି ଚେତାବନୀ ଦେଇଛନ୍ତି ।

ସେପଟେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା ପୁଲିସକୁ ମାଗିଥିବା ରିପୋର୍ଟ ସମୟକୁ ଗଡ଼େଇ ଦେଇଛି ପୁଲିସ । ୩ ଦିନ ମଧ୍ୟରେ ତଦନ୍ତ ଅଗ୍ରଗତି ରିପୋର୍ଟ ଦେବାକୁ ଥିଲା ବେଳେ କରୋନାର ଆଳ ଦେଖାଇ ୩ ସପ୍ତାହ ମାଗିଥିଲା କମିଶନରେଟ୍ ପୁଲିସ । ମାତ୍ର ଦୁଇ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ରଖିବାକୁ କମିଶନ ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଛନ୍ତି ।

ସେହିଭଳି ରାଜ୍ୟ ମହିଳା କମିଶନ ମଧ୍ୟ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ନାବାଳିକା ଝିଅ ଉପରେ ଗଣଦୁଷ୍କର୍ମର କାହାଣୀକୁ ମହିଳା କମିଶନ ଅଧ୍ୟକ୍ଷାଙ୍କଠାରେ ଲିଖିତ ଭାବେ ଜଣାଇଥିଲେ ତାଙ୍କ ମାଆ । ଓଟିଭି ଏମଡିଙ୍କୁ ମାମଲା ସମ୍ପର୍କରେ ସେ ପ୍ରଥମରୁ ଜଣାଇଥିଲେ ମଧ୍ୟ ସମୟ ଗଡ଼ାଇ ସେ ଚାପିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ଆଣିଥିଲେ ।

ଏମଡି ଓ ତାଙ୍କ ମଧ୍ୟରେ ହୋଇଥିବା ଟେଲିଫୋନ୍ ବାର୍ତ୍ତଳାପର ଅଡିଓ କ୍ଲିପ୍ ଦାଖଲ କରିଥିଲେ । ମହିଳା କମିଶନ ଅଧ୍ୟକ୍ଷା ମାମଲାକୁ ଗୁରୁତର ସହ ଗ୍ରହଣ କରିଛନ୍ତି । ଆସନ୍ତା ୨୧ ତାରିଖ ଦିନ ୧୧ଟା ବେଳେ ଓଟିଭି ଏମଡି ହାଜର ହୋଇ ପକ୍ଷ ରଖିବାକୁ କମିଶନ ଆଜି ନୋଟିସ୍ ଜାରି କରିଛନ୍ତି ।

ପୂର୍ବରୁ ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା ଓଟିଭି ଏମଡିଙ୍କଠାରୁ ଜବାବ ମାଗି ୪୮ ଘଣ୍ଟାର ମହଲତ୍ ଦେଇଥିଲେ ମଧ୍ୟ ଏମଡି ଜାଗୀ ପଣ୍ଡା ତାହାକୁ ଭ୍ରୃକ୍ଷେପ କରିନାହାନ୍ତି । ବରଂ ଅଫିସ କର୍ମକର୍ତ୍ତାଙ୍କ ସହ ପୀଡ଼ିତା ମାଆଙ୍କର ଟେଲିଫୋନ୍ କଥାବାର୍ତ୍ତାର ଅଡିଓ କ୍ଲିପ୍ ପୁଲିସକୁ ଦିଆ ନ ଯାଇ ତାଙ୍କ ଟିଭି ଚାନେଲ୍ ରେ ପ୍ରସାରଣ କରାଯାଇଛି ।

ଅଭିଯୋଗକୁ ମିଛ କହି ଓଲଟି ଅଭିଯୋଗକାରିଣୀଙ୍କୁ ଓଲଟି ଦୋଷୀ ସଜାଇବାକୁ ଉଦ୍ୟମ କରାଯାଇଛି । ଏଥିପାଇଁ ଆଜି ଚାନେଲ୍ ର ଇନପୁଟ୍ ଅଡିଟରଙ୍କୁ ମହିଳା ଥାନା ପୁଲିସ ଡାକି ଜେରା କରିଛି ।

Previous Post

ଦୁଃଖ ପରେ ଦୁଃଖ: କରୋନାରେ ଚାଲିଗଲେ ଅଜିତ୍ ଦାସ

Next Post

ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରେ ସଫଳତାର ସହ ନିଟ୍ ପରୀକ୍ଷା ପରିଚାଳନା

Next Post
ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରେ ସଫଳତାର ସହ ନିଟ୍ ପରୀକ୍ଷା ପରିଚାଳନା

ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରେ ସଫଳତାର ସହ ନିଟ୍ ପରୀକ୍ଷା ପରିଚାଳନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA