Tuesday, June 30, 2026 12:14 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ଥିବା ଲୋକଙ୍କୁ ପ୍ରାଥମିକତା

ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ୧୭ ଲକ୍ଷ ଲୋକ

by Our Correspondent
06 May, 2021- 06:34 PM
in Health, Latest News, News
1 min read
0
ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ଥିବା ଲୋକଙ୍କୁ ପ୍ରାଥମିକତା

ଭୁବନେଶ୍ୱର: ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ଥିବା ଲୋକଙ୍କୁ ଟିକାକରଣରେ ପ୍ରାଥମିକତା ଦିଆଯିବ । ସେମାନଙ୍କ ଛଡ଼ା କୌଣସି ନୂଆ ଲୋକଙ୍କୁ ଏବେ ଟିକା ଦିଆଯିବନି । ଟିକା ଅର୍ଡର ଦିଆଯାଇଛି । ଆସିଲେ ସମସ୍ତଙ୍କୁ ମିଳିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ।

ରାଜ୍ୟରେ ୪୫ ବର୍ଷରୁ ଉଦ୍ଧ୍ୱର୍ ବୟସର ମୋଟ ୧ କୋଟି ୧୬ ଲକ୍ଷ ଲୋକ ଅଛନ୍ତି । ଏମାନଙ୍କ ମଧ୍ୟରୁ ୪୩ ଲକ୍ଷ ୫୫ ହଜାର(୩୭.୫%) ଲୋକ ପ୍ରଥମ ଡୋଜ୍ ନେଇସାରିଲେଣି । ୨୩ ଲକ୍ଷ ୪୩ ହଜାର ୯୦୭ ଲୋକଙ୍କ ଦ୍ୱିତୀୟ ଡୋଜ୍ ସମୟ ହୋଇଥିବା ବେଳେ ୫ ଲକ୍ଷ ୯୬ ହଜାର(୨୫%) ଲୋକ ଦ୍ୱିତୀୟ ଡୋଜ୍ ନେଲେଣି । ଆଉ ୧୭ ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ପାଇବେ ।

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଦିଆଯାଉଥିବା କୋଭାକ୍ସିନ୍ ଟିକା ଦ୍ୱିତୀୟ ଡୋଜ୍ ରେ କିଛି ସମସ୍ୟା ନାହିଁ । ମାତ୍ର ରାଜ୍ୟର ଅନ୍ୟ ଅଞ୍ଚଳ ପାଇଁ ଦିଆଯାଉଥିବା କୋଭିସିଲ୍ଡ ଟିକା ର ଅଭାବ ଅଛି । ତୁରନ୍ତ ୧୫ ଲକ୍ଷ ଡୋଜ୍ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି । ୧୫ ତାରିଖ ଭିତରେ ୫/୬ ଲକ୍ଷ ଡୋଜ୍ ଆସିବ । ଏଥିରେ ଦ୍ୱିତୀୟ ଡୋଜ୍ ବାଲାଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

କୋଭିସିଲ୍ଡ ଟିକାକରଣରେ କରୋନା ପ୍ରଭାବିତ ସହରାଞ୍ଚଳଗୁଡ଼ିକୁ ପ୍ରାଥମିକତା ଦିଆଯିବ । ତେବେ ଏବେ ସମସ୍ତଙ୍କୁ କୋୱିନ୍ ପୋର୍ଟାଲ୍ ରେ ନାଁ ରେଜିଷ୍ଟି୍ର କରିବାକୁ ହେବ । ଗାଁ ଗହଳିରେ ରହୁଥିବା ଲୋକମାନେ ଆଇଟି ବିଭାଗ ଦ୍ୱାରା ଖୋଲିଥିବା କମନ ସର୍ଭିସ୍ ସେଣ୍ଟରରେ ରେଜିଷ୍ଟ୍ରି କରିପାରିବେ ।

ଏସିଏସ୍ ଶ୍ରୀ ମହାପାତ୍ର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଯେଉଁମାନେ ଘରୋଇ ହସ୍ପିଟାଲ୍ ରେ ପ୍ରଥମ ଡୋଜ୍ ନେଇଛନ୍ତି ସେମାନେ ସରକାରୀ କେନ୍ଦ୍ରରେ ମାଗଣାରେ ଦ୍ୱିତୀୟ ଡୋଜ୍ ନେଇପାରିବେ । ଲୋକଙ୍କ ସୁବିଧା ପାଇଁ ଆଗକୁ ଘରୋଇ ହସ୍ପିଟାଲରେ ଟିକାକେନ୍ଦ୍ର ଖୋଲାଯିବ । ସେଠାରେ ଟିକା ପାଇଁ ପଇସା ଦେବାକୁ ପଡିବନି । କେବଳ ପ୍ରଶାସନିକ ଖର୍ଚ୍ଚ ବାବଦରେ ୧୦୦ ଟଙ୍କା ଦେବାକୁ ହେବ ।

ବର୍ତ୍ତମାନ ସୁଦ୍ଧା ୯୭% ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ନେଇଛନ୍ତି । ସେମାନଙ୍କ ମଧ୍ୟରୁ ୮୭% ଦ୍ୱିତୀୟ ଡୋଜ୍ ନେଲେଣି । ୯୭% ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ୍ ନେଇଥିଲା ବେଳେ ୮୫% ଦ୍ୱିତୀୟ ଡୋଜ୍ ନେଲେଣି ।

ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣ ଆଜି ଶୀର୍ଷରେ ଛୁଇଁଛି । ସମସ୍ତେ କୋଭିଡ୍ ଗାଇଡଲାଇନ୍ ମାନି ଚଳିବାକୁ ଶ୍ରୀ ମହାପାତ୍ର ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

୧୫ କୋଟିରୁ ଅଧିକ ଫାଇନ୍

ରାଜ୍ୟରେ କୋଭିଡ୍ କଟକଣା ଭାଙ୍ଗିଥିବା ଲୋକଙ୍କଠାରୁ ୧୫ କୋଟିରୁ ଅଧିକ ଟଙ୍କା ଫାଇନ୍ ଆଦାୟ ହୋଇଛି । ମାସ୍କ ପିନ୍ଧି ନ ଥିବାରୁ ୬ କୋଟି ୩୪ ଲକ୍ଷ ଫାଇନ୍ ଆଦାୟ ହୋଇଥିବା ପୁଲିସ ଡିଜି ଶ୍ରୀ ଅଭୟ ସୂଚନା ଦେଇଛନ୍ତି । କୋଭିଡ୍ କଟକଣା ଭାଙ୍ଗିବା ଅଭିଯୋଗରେ ୫୫୩ ଜଣଙ୍କୁ ଗିରଫ କରାଯାଇଥିଲା ବେଳେ ୨୧,୪୦୬ ଗାଡ଼ି ସିଜ୍ ହୋଇଛନ୍ତି । ଏହାଛଡ଼ା ପୁଲିସ ସହଯୋଗରେ ଅନ୍ୟ ରାଜ୍ୟକୁ ୬,୩୫୪ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ପଠାଯାଇଥିବା ଡିଜି କହିଛନ୍ତି । କୋଭିଡ୍ ଗାଇଡଲାଇନ୍ ସମସ୍ତେ ଭଲ ଭାବରେ ମାନିବାକୁ ଡିଜି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

Previous Post

କୋଭିଡ୍ ପରିଚାଳନା: ୩ ଜିଲ୍ଲାକୁ ଆଉ ୭ କୋଟି ଦେଲେ ମୁଖ୍ୟମନ୍ତ୍ରୀ

Next Post

ଦୈନିକ ସଂକ୍ରମଣ ୧୨ ହଜାର ପାର୍, ୧୯ ମୃତ

Next Post
ଦୈନିକ ସଂକ୍ରମଣ ୧୨ ହଜାର ପାର୍, ୧୯ ମୃତ

ଦୈନିକ ସଂକ୍ରମଣ ୧୨ ହଜାର ପାର୍, ୧୯ ମୃତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA