Tuesday, June 30, 2026 08:37 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦୈନିକ ସଂକ୍ରମଣ ୧୨ ହଜାର ପାର୍, ୧୯ ମୃତ

ଦେଶରେ ୪୧୪,୧୮୮ନୂଆ ସଂକ୍ରମିତ, ୩୯୧୫ ମୃତ

by Our Correspondent
07 May, 2021- 10:00 AM
in Latest News, News
1 min read
0
ଦୈନିକ ସଂକ୍ରମଣ ୧୨ ହଜାର ପାର୍, ୧୯ ମୃତ

ଭୁବନେଶ୍ୱର: ଯାହା ଆକଳନ କରାଯାଉଥିଲା ତାହା ହିଁ ଘଟୁଛି । ହୁ ହୁ ହୋଇ ବଢ଼ି ଚାଲିଛି କରୋନା । ରାଜ୍ୟରେ ଦୈନିକ ସଂକ୍ରମଣ ଆଜି ୧୨ ହଜାର ପାର୍ କରିଛି । ଗତ ୨୪ ଘଣ୍ଟାରେ ୧୨,୨୩୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ୧୯ ଜଣଙ୍କର ମୃତ୍ୟୁ ହୋଇଛି । ଦୈନିକ ସଂକ୍ରମଣ ଓ ମୃତ୍ୟୁରେ ଏହା ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଦେଇଛି । ଆଗକୁ ଦୈନିକ ସଂକ୍ରମଣ ୧୭ ହଜାର ଟପିଯିବ ବୋଲି ଅନୁମାନ କରାଯାଉଛି ।

ଦୈନିକ ସଂକ୍ରମଣରେ ଖୋର୍ଦ୍ଧା ଜିଲ୍ଲାକୁ ଆଜି ପଛରେ ପକାଇଛି ସୁନ୍ଦରଗଡ଼ । ଜିଲ୍ଲାରେ ୨୦୭୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୮୨୮ ନୂଆ ପଜିଟିଭ୍ ସହ ଖୋର୍ଦ୍ଧା ଜିଲ୍ଲା ଦ୍ୱିତୀୟ ସ୍ଥାନକୁ ଚାଲିଆସିଛି । ଏହାପଛକୁ ରହିଛି କଟକ ଜିଲ୍ଲା । ଜିଲ୍ଲାରୁ ୯୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡିରୁ ୫୮୦, ସମ୍ବଲପୁରରୁ ୫୪୪, ଅନୁଗୁଳରୁ ୪୮୦, ବରଗଡରୁ ୪୭୫ ଏବଂ ବାଲେଶ୍ୱରରୁ ୪୩୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୧୨ ହଜାର ୪୦୦ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୬,୮୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏ ପର୍ଯ୍ୟନ୍ତ ମୋଟ ସୁସ୍ଥଙ୍କ ସଂଖ୍ୟା ୪ ଲକ୍ଷ ୨୩ ହଜାର ୨୫୭ରେ ପହଞ୍ଚିଛି । ରାଜ୍ୟରେ ଆକ୍ଟିଭ୍ କେସ୍ ଅଛନ୍ତି ୮୬,୯୫୦ ।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୯ ଜଣଙ୍କର ପ୍ରାଣ ନେଇଛି କରୋନା । ଗତକାଲି ୧୭ ଜଣଙ୍କର ଜୀବନ ଯାଇଥିଲା ।

ଦେଶରେ ମଧ୍ୟ ଦୈନିକ ସଂକ୍ରମଣ ପୂର୍ବ ରେକର୍ଡ ଭାଙ୍ଗିଛି । ଗତକାଲି ଦୈନିକ ସଂକ୍ରମଣ ୪୧୨,୨୬୨ ଏବଂ ମୃତ୍ୟୁ ସଂଖ୍ୟା ୩୯୮୦ ଥିଲା ବେଳେ ଆଜି ଦୈନିକ ସଂକ୍ରମଣ ୪୧୪,୧୮୮ ଏବଂ ମୃତ୍ୟୁସଂଖ୍ୟା ୩୯୧୫ ରହିଛି ।

ମହାରାଷ୍ଟ୍ରରେ ସର୍ବାଧିକ ୬୨,୧୯୪, କର୍ଣ୍ଣାଟକରେ ୪୯,୦୫୮, କେରଳ ୪୨,୪୬୪, ଉତ୍ତର ପ୍ରଦେଶ ୨୬,୬୨୨, ତାମିଲନାଡୁ ୨୪,୮୯୮, ଆନ୍ଧ୍ର ପ୍ରଦେଶ ୨୧,୯୫୪, ଦିଲ୍ଲୀ ୧୯,୧୩୩ ଏବଂ ପଶ୍ଚିମବଙ୍ଗରେ ୧୮,୪୩୧ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Previous Post

ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ଥିବା ଲୋକଙ୍କୁ ପ୍ରାଥମିକତା

Next Post

ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଲା କରୋନା

Next Post
ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଲା କରୋନା

ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଲା କରୋନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA