ଭୁୁବନେଶ୍ୱର: କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତ ଖୋଲି ଦେଇଛନ୍ତି । କୋଭିଡ୍ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ଆଜି ୩ଟି ଜିଲ୍ଲାକୁ ୭ କୋଟି ଟଙ୍କା ସହାୟତା ଦେଇଛନ୍ତି । ପୁରୀ ଜିଲ୍ଲାକୁ ୨ କୋଟି, ସୁବର୍ଣ୍ଣପୁର ଜିଲ୍ଲାକୁ ୧ କୋଟି ଏବଂ ସମ୍ବଲପୁରକୁ ୪.୬୨ କୋଟି ମଂଜୁର କରାଯାଇଛି ।
ପୂର୍ବରୁ ପୁରୀ ଜିଲ୍ଲାକୁ ୧୪ କୋଟି ୫୯ ଲକ୍ଷ ୭୪ ହଜାର ଟଙ୍କା ସହାୟତା ଦିଆଯାଇଥିଲା । ଅତିରିକ୍ତ ୨ କୋଟି ସହ ଜିଲ୍ଲାରେ କୋଭିଡ୍ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୬ କୋଟି ୫୯ ଲକ୍ଷ ୭୪ ହଜାର ସହାୟତା ମିଳିଛି ।
ସେହିଭଳି ପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲାକୁ ଅଢ଼େଇ କୋଟି ଦିଆଯାଇଥିଲା । ଏବେ ଆଉ କୋଟିଏ ଟଙ୍କା ସହ ଜିଲ୍ଲାକୁ ମିଳିଛି ସାଢ଼େ ତିନି କୋଟି ସହାୟତା ।
ସମ୍ବଲପୁର ଜିଲ୍ଲାକୁ ପୂର୍ବରୁ ୧୧ କୋଟି ୫୦ ଲକ୍ଷ ଦିଆଯାଇଥିଲା । ଆଜି ୪ କୋଟି ୬୨ ଲକ୍ଷ ୮୦ ହଜାର ମଂଜୁର ପରେ ମୋଟ ୧୬ କୋଟି ୧୨ ଲକ୍ଷ ୮୦ ହଜାର ଟଙ୍କା ସହାୟତା ପାଇଛି ସମ୍ବଲପୁର ।
ଦୁଇଦିନ ତଳେ କଟକ ମହାନଗର ନିଗମକୁ ୧୦ କୋଟି ଟଙ୍କା ସହାୟତା ମଂଜୁର କରିଥିଲେ ମୁଖ୍ୟମନ୍ତ୍ରୀ ।