Monday, June 29, 2026 09:38 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିିଦେଶରୁ ଟିକା କିଣିବେ ଓଡ଼ିଶା ସରକାର

ଗ୍ଲୋବାଲ୍ ଟେଣ୍ଡର ପାଇଁ କ୍ୟାବିନେଟ୍ ନିଷ୍ପତ୍ତି

by Our Correspondent
10 May, 2021- 08:09 PM
in Latest News, News
1 min read
0
ବିିଦେଶରୁ ଟିକା କିଣିବେ ଓଡ଼ିଶା ସରକାର

ଭୁବନେଶ୍ୱର: ଓଡ଼ିଶାବାସୀ ସମସ୍ତଙ୍କୁ ସହଜରେ ଟିକା ଉପଲବ୍ଧ କରାଇବା ପାଇଁ ରାଜ୍ୟ କ୍ୟାବିନେଟ୍ ରେ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଣିକି ବିଦେଶରୁ ଟିକା କିଣାଯାଇ ଟିକା ଅଭାବ ପୂରଣ କରାଯିବ । ଟିକା କ୍ରୟ ପାଇଁ ଗ୍ଲୋବାଲ ଟେଣ୍ଡର କରାଯିବ । ଏକ ବୈଷୟିକ କମିଟି ଦ୍ୱାରା ଏହାର ବିସ୍ତୃତ ରୂପରେଖ ପ୍ରସ୍ତୁତ ହେବ । ଟିକା ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କର ଏହା ସର୍ବୋତ୍ତମ ପ୍ରଚେଷ୍ଟା ବୋଲି କୁହାଯାଇଛି ।

ଗ୍ଲୋବାଲ୍ ଟେଣ୍ଡର ମାଧ୍ୟମରେ ବିଶ୍ୱର ପ୍ରମୁଖ କମ୍ପାନୀମାନଙ୍କଠାରୁ ଟିକା କିଣାଯିବ । ସେଥିପାଇଁ ବୈଷୟିକ କମିଟି କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ ଅନୁମତି ଦିଆଯାଇଛି । ଏହି କମିଟି ଗ୍ଲୋବାଲ୍ ଟେଣ୍ଡରର ଚୂଡ଼ାନ୍ତ ନିଷ୍ପତ୍ତି ନେବ । ଟିକାକରଣ ଜରିଆରେ ଯେତେଶୀଘ୍ର ସ୍ୱାଭାବିକ ଅବସ୍ଥା ଫେରାଇ ଅଣାଯିବ କମିଟି ସେ ଦିଗରେ କାର୍ଯ୍ୟ କରିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ରାଜ୍ୟବାସୀଙ୍କୁ କୋଭିଡ୍ ସଂକ୍ରମଣରୁ ରକ୍ଷା କରିବା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଇଥିଲା । ଇସ୍ରାଏଲ୍ ଭଳି ଦେଶର ବୃହତ୍ତ ଭାଗ ଟିକାକରଣ ପରେ ପୂର୍ବ ଅବସ୍ଥାକୁ ଫେରିଆସିଲାଣି । ଆମ ରାଜ୍ୟରେ ପ୍ରଥମରେ ଟିକା ନେଇଥିବା କୋଭିଡ୍ ସମ୍ମୁଖ ଯୋଦ୍ଧାମାନେ କୋଭିଡ୍ ସଂକ୍ରମଣରୁ ମୁକ୍ତ ଅଛନ୍ତି । ଯେଉଁମାନେ ବି ସଂକ୍ରମିତ ହୋଇଛନ୍ତି ସେମାନେ ଶୀଘ୍ର ଆରୋଗ୍ୟ ହୋଇଛନ୍ତି । ସୁତରାଂ ରାଜ୍ୟରେ ଯେତେଶୀଘ୍ର ପୂର୍ଣ୍ଣ ଟିକାକରଣ ହେବ, କୋଭିଡ୍ ସଂକ୍ରମଣରୁ ରାଜ୍ୟବାସୀ ସେତେଶୀଘ୍ର ସୁରକ୍ଷିତ ରହିପାରିବେ ।

ଟିକା ଏବଂ ଔଷଧ କ୍ଷେତ୍ରରେ ଟିକସ ଛାଡ଼ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ ବୋଲି କ୍ୟାବିନେଟ୍ ରେ ପ୍ରସ୍ତାବ ଗୃହୀତ ହୋଇଛି । ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଟିକା ଉପରୁ ଜିଏସଟି ଛାଡ଼ ପାଇଁ ଅନୁରୋଧ କରିଥିଲେ । ଏହାଦ୍ୱାରା କେବଳ ଓଡ଼ିଶା ନୁହେଁ, ସବୁ ରାଜ୍ୟ ଉପକୃତ ହେବେ ।

କେବଳ ସେତିକି ନୁହେଁ, ସେସ୍ ଓ ସରଚାର୍ଜ ରୁ ବିଭିନ୍ନ ରାଜ୍ୟକୁ ଭାଗ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ ବୋଲି କ୍ୟାବିନେଟ୍ ରେ ପ୍ରସ୍ତାବ ଅଣାଯାଇଛି । ଏହାଦ୍ୱାରା ରାଜ୍ୟ ସରକାରଙ୍କ ଉପରୁ ଆର୍ଥିକ ବୋଝ ହ୍ରାସ୍ ପାଇପାରିବ ।

କୋଭିଡ୍ ପରିଚାଳନାରେ ଯାହା ଆବଶ୍ୟକ ତାହା କରିବାକୁ କ୍ୟାବିନେଟ୍ ଅନୁମତି ଦେଇଛି । କୋଭିଡ୍ ଯୋଦ୍ଧାମାନଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇ ବୈଠକରେ ସଂକଳ୍ପ ପାରିତ ହୋଇଥିଲା ।

ସମସ୍ତେ କୋଭିଡ୍ ନିୟମ ମାନି ଚଳିବା ଏବଂ ନିହାତି ଆବଶ୍ୟକତା ନ ଥିଲେ ଘରୁ କେହି ବାହାରକୁ ନ ଯିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

ମୋଟ ୧୧ଟି ପ୍ରସ୍ତାବ ଉପରେ ଆଜି କ୍ୟାବିନେଟ୍ ମୋହର ଲାଗିଛି ।

କ୍ୟାବିନେଟ୍ ନିଷ୍ପତ୍ତି ସଂକ୍ରାନ୍ତରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

Previous Post

କିସ୍‍: ସତ୍ୟ ଏସ୍‍ ତ୍ରିପାଠୀ କୁଳାଧିପତି, ପ୍ରଫେସର ଦୀପକ ବେହେରା କୁଳପତି

Next Post

ଭୁବନେଶ୍ୱରରେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ !

Next Post
ଭୁବନେଶ୍ୱରରେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ !

ଭୁବନେଶ୍ୱରରେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA