Monday, May 11, 2026 10:29 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମହାନଦୀ ସ୍ରୋତ ମୁହଁରୁ ବଞ୍ଚିପାରିଲେନି ଅରିନ୍ଦମ

ଆଇସିୟୁରେ କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନା

by Our Correspondent
24 Sep, 2021- 03:36 PM
in Latest News, News
1 min read
0
ମହାନଦୀ ସ୍ରୋତ ମୁହଁରୁ ବଞ୍ଚିପାରିଲେନି ଅରିନ୍ଦମ

ଭୁବନେଶ୍ୱର: ସାମ୍ବାଦିକତା ପାଇଁ ଦୁଃସାହାସୀ ହେବାର ଦୁଃଖଦ ଓ ଭୟଙ୍କର ପରିଣତି । ମହାନଦୀର ଅକାତ କାତ ପାଣି ଓ ପ୍ରଖର ସ୍ରୋତରେ ଚାଲିଗଲା ଓଟିଭିର ମୁଖ୍ୟ ରିପୋର୍ଟର ଅରିନ୍ଦମ ଦାସଙ୍କ ଜୀବନ । ମୁଣ୍ଡୁଳି ବ୍ୟାରେଜ୍ ନିକଟ ମହାନଦୀରେ ଫସିଥିବା ଦନ୍ତାହାତୀର ଉଦ୍ଧାର କାର୍ଯ୍ୟର ଲାଇଭ୍ ରିପୋର୍ଟିଂ କରିବାକୁ ଓଡ୍ରାଫ୍ ବୋଟ୍ ରେ ମହାନଦୀକୁ ଯାଇଥିବା ଅରିନ୍ଦମ ଦୁନିଆରୁ ସବୁଦିନ ପାଇଁ ଚାଲିଗଲେ ।

ସହଯୋଗୀ କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନା ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଗୁରୁତର ଅବସ୍ଥାରେ ଓଡ୍ରାଫ୍ ର ୪ ଜଣ ଯବାନଙ୍କୁ ଉଦ୍ଧାର କରାଯାଇଥିଲା ବେଳେ ଜଣେ ନିଖୋଜ ଅଛନ୍ତି । ଏଭଳି ହୃଦୟ ବିତାରକ ଅଘଟଣକୁ ସହଜରେ ହଜମ କରିହେଉନି । ଅରିନ୍ଦମଙ୍କ ଅକାଳ ବିୟୋଗ ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଛି ।

ଚନ୍ଦକା ଜଙ୍ଗଲରୁ ଗଡି ମହାନଦୀ ପାର୍ ହେଉଥିବା ୧୭ ଜଣିଆ ହାତୀପଲରୁ ଗୋଟିଏ ଦନ୍ତାହାତୀ ମୁଣ୍ଡୁଳି ବ୍ୟାରେଜ୍ ମହାନଦୀରେ ଆଜି ବଡ଼ି ସକାଳୁ ଫସି ରହିଛି । ଦନ୍ତାହାତୀ ଫସି ରହିଥିବାର ଦୃଶ୍ୟର ରିପୋର୍ଟିଂ ପାଇଁ ସକାଳୁ ସେଠାରେ ପହଞ୍ଚିଥିଲେ ଅରିନ୍ଦମ । ସାଙ୍ଗରେ ଥିଲେ କ୍ୟାମେରାମ୍ୟାନ୍ ପ୍ରଭାତ । ଦୀର୍ଘ ସମୟ ଧରି ଲାଇଭ୍ ରିପୋର୍ଟିଂ କରିଥିଲେ । ଏହି ସମୟରେ ଓଡ୍ରାଫ୍ ର ଏକ ୫ ଜଣିଆ ଟିମ୍ ହାତୀ ଉଦ୍ଧାର ପାଇଁ ମହାନଦୀକୁ ବୋଟ୍ ନେଇ ପଶିଥିଲେ । ଆଉ ମହାନଦୀ ଭିତରୁ ରିପୋର୍ଟିଂ ପାଇଁ ଅରିନ୍ଦମ ସହଯୋଗୀ ପ୍ରଭାତଙ୍କୁ ଧରି ସେମାନଙ୍କ ସାଙ୍ଗରେ ଯାଇଥିଲେ । ତେବେ ହାତୀକୁ ଘଉଡ଼ାଉ ଥିବା ବେଳେ ସ୍ରୋତ ମୁହଁରେ ପିଟି ହୋଇ ଓଲଟିଗଲା ରବର ବୋଟ୍ ।

ଅରିନ୍ଦମ ଓ ପ୍ରଭାତଙ୍କ ସମେତ ୫ ଜଣ ଓଡ୍ରାଫ୍ ଟିମ୍ ବୁଡ଼ିଗଲେ । ତେବେ ଜଣଙ୍କ ବ୍ୟତୀତ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଥିଲା । ଅରିନ୍ଦମ ଓ ପ୍ରଭାତଙ୍କ ସମେତ ସମସ୍ତ ଗୁରୁତର ମାନଙ୍କୁ ଏସସିବି ମେଡ଼ିକାଲ୍ ରେ ଭର୍ତ୍ତି କରାଯାଇଥିଲା । ମାତ୍ର କିଛି ସମୟ ପରେ ଅରିନ୍ଦମଙ୍କୁ ମୃତ ବୋଲି ଘୋଷଣା କରିଥିଲେ ଅଧୀକ୍ଷକ ଡାକ୍ତର ଭୁବନାନନ୍ଦ ମହାରଣା । ପ୍ରଭାତଙ୍କ ଅବସ୍ଥା ମଧ୍ୟ ଗୁରୁତର ଅଛି । ତାଙ୍କୁ ଆଇସିୟୁରେ ଚିକିତ୍ସା କରାଯାଉଛି ।

ଓଡ଼ିଶା ମିଡ଼ିଆ ଜଗତରେ ଅରିନ୍ଦମ ଜଣେ ଜଣାଶୁଣା ସାମ୍ବାଦିକ । କ୍ରାଇମ୍ ଓ ପ୍ରାକୃତିକ ଦୁର୍ବିପାକ ଘଟଣା ରିପୋର୍ଟିଂରେ ରୁଚି ରଖୁଥିବା ଅରିନ୍ଦମ ୨୦୦୪ ମସିହାରେ ଧରିତ୍ରୀରୁ ସାମ୍ବାଦିକତା କ୍ୟାରିୟର୍ ଆରମ୍ଭ କରିଥିଲେ । ୨୦୦୯ ମସିହାରେ ସେ ଓଟିଭିରେ ଯୋଗଦେଇଥିଲେ । ସେବେଠାରୁ ସେ ଓଟିଭିରେ କାର୍ଯ୍ୟ କରୁଥିଲେ । ଜଣେ ନିର୍ଭିକ ଓ ସାହାସୀ ସାମ୍ବାଦିକ ଭାବେ ସେ ଜଣାଶୁଣା ଥିଲେ । ସର୍ବୋପରି ଜଣେ ବିନ୍ଦାସ, ପରୋପକାରୀ ଓ ଉତ୍ତମ ସ୍ୱଭାବର ମଣିଷ ଥିଲେ ଅରିନ୍ଦମ । ବଡ଼ମାନଙ୍କୁ ସମ୍ମାନ ଓ ସାନମାନଙ୍କୁ ସ୍ନେହ ଓ ଶ୍ରଦ୍ଧା କରିବା ତାଙ୍କ ଯୁବ ବ୍ୟକ୍ତିତ୍ୱର ଅନ୍ୟତମ ଆକର୍ଷଣ ଥିଲା ।

ଅରିନ୍ଦମଙ୍କୁ ହରାଇ ସାମ୍ବାଦିକ ଜଗତ ସ୍ତବ୍ଧ ହୋଇଯାଇଛି । ତାଙ୍କର ମାଆ, ପତ୍ନୀ ଓ ଏକମାତ୍ର ସନ୍ତାନ ଅଛନ୍ତି । କିଛିବର୍ଷ ତଳେ ତାଙ୍କ ବାପା ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।

Previous Post

କଳିଙ୍ଗ ଷ୍ଟାଡିୟମ୍ ରେ ଜୁନିୟର୍ ବିଶ୍ୱକପ୍ ହକି

Next Post

XIM hosting The Annual Urban Conclave SAMAVESH’21

Next Post
XIM hosting The Annual Urban Conclave SAMAVESH’21

XIM hosting The Annual Urban Conclave SAMAVESH’21

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA