Saturday, July 4, 2026 11:31 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏକ ଦୁର୍ଘଟଣା : କ୍ରାଇମବ୍ରାଞ୍ଚ

ଡିଏଫଓ, ରୋଷେୟାଙ୍କୁ କ୍ଲିନ୍ ଚିଟ୍

by Our Correspondent
08 Oct, 2021- 09:18 PM
in Latest News, News
1 min read
0
ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏକ ଦୁର୍ଘଟଣା : କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କର ଭୂମିକା ନାହିଁ କି ରୋଷେୟା ମନ୍ମଥ କୁମ୍ଭଙ୍କର ଭୂମିକା ନାହିଁ । ତାଙ୍କ ମୃତ୍ୟୁର କାରଣ ପତ୍ନୀ ବିଦ୍ୟାଭାରତୀ ବି ନୁହଁନ୍ତି । ସୌମ୍ୟଙ୍କର ଦେହରେ ନିଆଁ ଲାଗିଛି ଦୁର୍ଘଟଣାରୁ । ବିଦ୍ୟାଭାରତୀଙ୍କର ଗୋଟିଏ ଭୁଲ୍ ଯେ ସ୍ୱାମୀଙ୍କ ଦେହରେ ନିଆଁ ଲାଗିଥିବା ବେଳେ ସେ ଅଧିକ ପାଣି ଢ଼ାଳି ନିଆଁକୁ ଲିଭାଇ ନ ଥିଲେ ।

ବହୁ ଚର୍ଚ୍ଚିତ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଜି ଏହି ସିଦ୍ଧାନ୍ତରେ ଉପନୀତ ହୋଇଛି । ଏଥିସହ ଡିଏଫଓ ଏବଂ ରୋଷେୟାଙ୍କୁ କ୍ଲିନଚିଟ୍ ଦେଇ ତଦନ୍ତରେ ଏକପ୍ରକାର ଡୋରି ବାନ୍ଧିଛି । ପତ୍ନୀ ବିଦ୍ୟାଭାରତୀଙ୍କ ଅବହେଳା ପାଇଁ ତାଙ୍କ ବିରୋଧରେ ୨୮୫ ଏବଂ ୩୦୪(ଏ) ଦଫା ଲଗାଇ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ ।

କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ତଦନ୍ତ ଫଳାଫଳ ଜଣାଇଥିଲେ । ସେ କହିଥିଲେ, ସୌମ୍ୟଙ୍କର ମୃତ୍ୟୁ ଆକ୍ସିଡେଣ୍ଟାଲ୍ ଡେଥ୍ । ମୃତ୍ୟୁକାଳୀନ ଜମାନବନ୍ଦୀ ଓ ତଦନ୍ତରୁ ଏହା ଜଣାପଡିଛି । ସୌମ୍ୟଙ୍କ କ୍ୱାଟର୍ସରେ ହିଁ ଏହି ଦୁର୍ଘଟଣା ଘଟିଛି । ଘଟଣାରେ ଡିଏଫଓ କିମ୍ବା ରୋଷେୟାଙ୍କର ସଂପୃକ୍ତି ନାହିଁ ।

କିରୋସିନିରୁ ନିଆଁ ଲାଗି ସୌମ୍ୟରଞ୍ଜନ ପୋଡ଼ି ଯାଇଥିଲେ । ତେବେ ବିଦ୍ୟାଭାରତୀଙ୍କ ଅବହେଳା ତଦନ୍ତରୁ ଜଣାପଡ଼ିଛି । ସୌମ୍ୟ ନିଆଁରେ ଜଳୁଥିଲେ ବି ବିଦ୍ୟାଭାରତୀ ନିଆଁ ଲିଭାଇବାକୁ ଚେଷ୍ଟା କରି ନ ଥିଲେ କି ଲିଭାଇବାକୁ କାହାରିକୁ ଡାକି ନ ଥିଲେ । ଏହି ଅବହେଳା ପାଇଁ ବିଦ୍ୟାଭାରତୀଙ୍କ ନାଁରେ ଦଫା ୨୮୫ ଏବଂ ୩୦୪(ଏ) ଲାଗିଛି । ସୌମ୍ୟଙ୍କ ସହ ପତ୍ନୀ ବିଦ୍ୟାଭାରତୀଙ୍କର ବୈବାହିକ ସମ୍ପର୍କ ଭଲ ନ ଥିଲା ବୋଲି ମଧ୍ୟ ଏଡିଜି ସୂଚନା ଦେଇଛନ୍ତି ।

ଏହି ଘଟଣାରେ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କର ଭୂମିକା ନାହିଁ । ସୌମ୍ୟ ମୃତ୍ୟୁ ମାମଲାରେ ଡିଏଫଓଙ୍କର କୌଣସି ସଂପୃକ୍ତି ଥିବାର ପ୍ରମାଣ ମିଳିନି । ସେହିଭଳି ରୋଷେୟା ମନ୍ମଥ କୁମ୍ଭଙ୍କର ମଧ୍ୟ ଘଟଣାରେ ସଂପୃକ୍ତି ନାହିଁ ବୋଲି ଏଡିଜି ଶ୍ରୀ ପଣ୍ଡା ସ୍ପଷ୍ଟ କରିଛନ୍ତି ।

ତେବେ କ୍ରାଇମବ୍ରାଞ୍ଚ ତଦନ୍ତ ଫଳାଫଳକୁ ଗ୍ରହଣ କରିନାହାନ୍ତି ସୌମ୍ୟରଞ୍ଜନଙ୍କ ପରିବାର । ତାଙ୍କ ପୁଅ ଆତ୍ମହତ୍ୟା କରିନାହିଁ କି ଦୁର୍ଘଟଣା ଘଟିନାହିଁ । ତାଙ୍କୁ ହତ୍ୟା କରାଯାଇଛି ବୋଲି ସେମାନେ ଦୋହରାଇଛନ୍ତି । ଏଡିଜି ମିଛ କହିଛନ୍ତି ବୋଲି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ଜୁଲାଇ ୧୨ ତାରିଖ ରାତିରେ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ତାଙ୍କ ସରକାରୀ ବାସଭବନରେ ରହସ୍ୟଜନକ ଭାବେ ନିଆଁରେ ପୋଡ଼ି ଯାଇଥିଲେ । ତାଙ୍କ ଶରୀରର ୯୫ ପ୍ରତିଶତ ଜଳିଯାଇଥିଲା । ଚିକିତ୍ସା ପାଇଁ ତାଙ୍କୁ କଟକ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ସୌମ୍ୟଙ୍କ ମୃତ୍ୟୁକୁ ହତ୍ୟା ଦର୍ଶାଇ ତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ ସେ ସିଧାସଳଖ ଦାୟୀ କରିଥିଲେ ।

ଏତଲା ଆଧାରରେ ପାରଳାଖେମୁଣ୍ଡି ପୁଲିସ ଏହି ତିନିଜଣଙ୍କ ବିରୋଧରେ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ତେବେ ଡିଏଫଓ ଏବଂ ରୋଷେୟାଙ୍କୁ ଥରୁଟିଏ ପଚରା ଉଚୁରା କରାଯିବା ପରେ ଗଜପତି ଏସପି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସେମାନଙ୍କୁ କ୍ଲିନଚିଟ୍ ଦେଇଥିଲେ । ମାତ୍ର ଏହାକୁ ନେଇ ହୋ ହଲ୍ଲା ହେବାରୁ ପରବର୍ତ୍ତୀ ସମୟରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ମାମଲାର ତଦନ୍ତ ଦାୟିତ୍ୱ ଦେଇଥିଲେ ।

Previous Post

ଜେଲ୍ ଗଲେ ବାହୁବଳୀ ବିଧାୟକ

Next Post

ଓସିଏସ୍ ପରୀକ୍ଷାରେ ୧୫୩ କୃତକାର୍ଯ୍ୟ, ଅଶ୍ୱିନୀ ପଣ୍ଡା ଟପ୍ପର୍

Next Post
ଓସିଏସ୍ ପରୀକ୍ଷାରେ ୧୫୩ କୃତକାର୍ଯ୍ୟ, ଅଶ୍ୱିନୀ ପଣ୍ଡା ଟପ୍ପର୍

ଓସିଏସ୍ ପରୀକ୍ଷାରେ ୧୫୩ କୃତକାର୍ଯ୍ୟ, ଅଶ୍ୱିନୀ ପଣ୍ଡା ଟପ୍ପର୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA