Friday, August 14, 2026 07:13 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମନୀଷଙ୍କ ଶେଷ ଠିକଣା ‘ହୋଟେଲ ସାଉଥ ସିଟି’ !

ମୋ ପୁଅକୁ ସାଙ୍ଗମାନେ ହତ୍ୟା କରିଛନ୍ତି: ନବୀନ ଦାସ

by Our Correspondent
11 Oct, 2021- 11:24 PM
in Crime, Latest News, News
1 min read
0
ମନୀଷଙ୍କ ଶେଷ ଠିକଣା ‘ହୋଟେଲ ସାଉଥ ସିଟି’ !

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟ ଘେରକୁ ଚାଲିଆସିଛି । ପାତ୍ରପଡ଼ାସ୍ଥିତ ସାଉଥ ସିଟି ହୋଟେଲ୍ ଓ ବାର୍ କୁ ଦୁଇ ଜଣ ସାଙ୍ଗଙ୍କ ସହ ଆସି ସେ ରାତି ୪ଟା ପର୍ଯ୍ୟନ୍ତ ରହିଥଇବା କୁହାଯାଉଛି । ମନୀଷ କିନ୍ତୁ ସେଠାରୁ ଏକା ବାହାରି ଥିଲେ ବୋଲି ହୋଟେଲର କିଛି କର୍ମଚାରୀ ପୁଲିସ ଓ ଗଣମାଧ୍ୟମକୁ କହିଛନ୍ତି ।

ଅନ୍ୟପକ୍ଷରେ ତାଙ୍କ ପୁଅକୁ ସାଙ୍ଗମାନେ ଭୋଜି ପାଇଁ ଡାକିନେଇ ହତ୍ୟା କରିଥିବା ବରିଷ୍ଠ ସାମ୍ବାଦିକ ନବୀନ ଦାସ ଅଭିଯୋଗ କରିଛନ୍ତି । ଶେଷଥର ପାଇଁ ରାତି ୪.୧୧ ରେ ପୁଅ ତାଙ୍କୁ ଫୋନ୍ କରି ସାଙ୍ଗମାନେ ମାରଧର କରୁଥିବା ଜଣାଇଥିଲେ । ଏହାପରେ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା ।

ହୋଟେଲ୍ କର୍ମଚାରୀଙ୍କ ବୟାନ ଓ ମନୀଷ ବାପାଙ୍କ କଥାକୁ ପୃଥକ୍ ଭାବେ ଦେଖିଲେ, ମନୀଷଙ୍କର ଶେଷ ଠିକଣା ଥିଲା ହୋଟେଲ ସାଉଥ୍ ସିଟି ଏବଂ ଶେଷ ଫୋନ୍ କଲ୍ ର ସମୟ ଥିଲା ରାତି ୪.୧୧ ମିନିଟ୍ । ୪.୧୧ ରୁ ୫ ଟା ଭିତରେ ଅଘଟଣ ଘଟିଛି । ବାପାଙ୍କ ଅଭିଯୋଗ ସତ ହୋଇଥିଲେ ତାଙ୍କୁ ସାଙ୍ଗମାନେ ହତ୍ୟା କରି ସେଇ ପୋଖରୀରେ ଫିଙ୍ଗି ଦେଇପାରିଥାନ୍ତି । ନଚେତ୍ ପୋଖରୀରେ ବୁଡ଼ି ତାଙ୍କର ମୃତୁ୍ୟ ହୋଇଥାଇପାରେ ।

ପୋଷ୍ଟମର୍ଟମ, ଭିସେରା ଓ ଡାଏଟମ୍ ପରୀକ୍ଷାରୁ ଏହା ସ୍ପଷ୍ଟ ହୋଇଯିବ ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି । ଅନ୍ୟପକ୍ଷରେ ମନୀଷଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ ବୋଲି ପ୍ରାଥମିକ ଭାବେ ଜଣାପଡ଼ିଥିବାରୁ ଘଟଣା ରହସ୍ୟଜନକ ମନେହେଉଛି ।

ତଦନ୍ତ କାଳରେ ପୁଲିସକୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୁରାକ୍ ମିଳିଛି । ପଟିଆ ଅଞ୍ଚଳରୁ ମନୀଷ ତାଙ୍କ ସାଙ୍ଗମାନଙ୍କ ସାଙ୍ଗରେ ପାତ୍ରପଡ଼ା ସାଉଥ୍ ସିଟି ହୋଟେଲ୍ ପର୍ଯ୍ୟନ୍ତ ଏକ ଧଳା ରଙ୍ଗର ବାଲେନୋ କାର୍ ରେ ଆସିଥିଲେ । ଏହି କାର୍ ଟି କାହାର ପୁଲିସ ତାହାର ସନ୍ଧାନ କରୁଛି । ଇନଫୋସିଟି, ତମାଣ୍ଡୋ ଓ ଖଣ୍ଡଗିରି ପୁଲିସକୁ ନେଇ ଗଠିତ ସ୍ୱତନ୍ତ୍ର ସ୍କ୍ୱାଡ୍ ଘଟଣାର ଛାନଭିନ୍ କରୁଛନ୍ତି ।

ଇତିମଧ୍ୟରେ ସାଉଥ୍ ସିଟି ହୋଟେଲ୍ ର ବାର୍ କୁ ପୁଲିସ ସିଲ୍ କରିଥିଲା ବେଳେ ହୋଟେଲ୍ ସିସିଟିଭି କ୍ୟାମେରାକୁ ଜବତ କରି ତନ୍ନ ତନ୍ନ କରି ଯାଞ୍ଚ କରୁଛି । ପୁଲିସକୁ ବର୍ତ୍ତମାନ ସୁଦ୍ଧା ଯଥେଷ୍ଟ ସୂଚନା ହସ୍ତଗତ ହୋଇଥିବା କୁହାଯାଉଛି । ଏହି ଘଟଣାରେ ପୁଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ତେବେ ଡିସିପି ସବୁ ତଥ୍ୟକୁ ଗୋପନ ରଖିଛନ୍ତି । ତଦନ୍ତ ସମ୍ପୂର୍ଣ୍ଣ ହେଲା ପରେ ଯାହା କୁହାଯିବ ବୋଲି ଗଣମାଧ୍ୟମକୁ କହିଛନ୍ତି ।

ମନୀଷଙ୍କ ବାପା ବରିଷ୍ଠ ସାମ୍ବାଦିକ ନବୀନ ଦାସ ପୁଅର ଅକାଳ ମୃତ୍ୟୁ ପାଇଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି । ତାଙ୍କର ନିୟମିତ ୟୁଟ୍ୟୁବ୍ ଚାନେଲ୍ ସୋ’ ରେ ସାମନାକୁ ଆସି ନିଜର ଦୁଃଖ ବାଣ୍ଟିଛନ୍ତି । ସେ କହିଛନ୍ତି, ତାଙ୍କ ପୁଅର ବାହାଘର ଆର ମାସରେ ହୋଇଥାଆନ୍ତା । ସାଙ୍ଗମାନେ ଭୋଜି ପାଇଁ ତାଙ୍କୁ ଡାକି ହତ୍ୟା କରିଛନ୍ତି । ଶେଷଥର ପାଇଁ ସେ ଯେତେବେଳେ ପୁଅ ମନୀଷ(ଗୁଡ୍ଡୁ) ସହ ଫୋନ୍ ରେ କଥା ହୋଇଥିଲେ, ତାଙ୍କୁ ସେ କହିଥିଲା ଯେ ସାଙ୍ଗମାନେ ତାଙ୍କୁ ମାରଧର କରୁଛନ୍ତି । ପୁଅର ଏହି ଶେଷ କଥା ତାଙ୍କ ମନରେ ସବୁଦିନ ପାଇଁ ପ୍ରତିଧ୍ୱନିତ ହେବ ବୋଲି ଶ୍ରୀ ଦାସ କୋହଭରା କଣ୍ଠରେ କହିଛନ୍ତି ।

ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୋତେ ନିର୍ଭୟ ପ୍ରତିଶ୍ରୁତି ଦେଇଛନ୍ତି ଯେ ହତ୍ୟାକାରୀଙ୍କୁ ଖୁବ୍ ଶୀଘ୍ର ସାମନାକୁ ଆଣିବେ । ଜଣେ ବାପା ହିସାବରେ ମୋର ପୁଲିସ ଉପରେ ଯଥେଷ୍ଟ ଭରସା ଅଛି ବୋଲି ପୁତ୍ରଶୋକରେ ଭାଙ୍ଗି ପଡ଼ିଥିବା ଶ୍ରୀ ଦାସ କହିଛନ୍ତି ।

Previous Post

ଠିକା କର୍ମଚାରୀଙ୍କ ଭାଗ୍ୟ ବଦଳିଲା

Next Post

ନବୀନଙ୍କୁ ଭେଟିଲେ କାନିମୋଝି, ଷ୍ଟାଲିନ୍ ଙ୍କ ଚିଠି ଦେଲେ

Next Post
ନବୀନଙ୍କୁ ଭେଟିଲେ କାନିମୋଝି, ଷ୍ଟାଲିନ୍ ଙ୍କ ଚିଠି ଦେଲେ

ନବୀନଙ୍କୁ ଭେଟିଲେ କାନିମୋଝି, ଷ୍ଟାଲିନ୍ ଙ୍କ ଚିଠି ଦେଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA