Tuesday, April 21, 2026 05:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଠିକା କର୍ମଚାରୀଙ୍କ ଭାଗ୍ୟ ବଦଳିଲା

ମୁଖ୍ୟମନ୍ତ୍ରୀଙ୍କ ଦଶହରା ପୂଜା ଭେଟି

by Our Correspondent
11 Oct, 2021- 07:58 PM
in Latest News, News
1 min read
0
ଠିକା କର୍ମଚାରୀଙ୍କ ଭାଗ୍ୟ ବଦଳିଲା

ଭୁବନେଶ୍ୱର: ଠିକା କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ଦଶହରା ପୂଜା ଭେଟି । ଠିକା ନିଯୁକ୍ତି ପ୍ରକ୍ରିୟାକୁ ଉଠାଇ କର୍ମଚାରୀଙ୍କ ଭାଗ୍ୟ ବଦଳାଇ ଦେଇଛନ୍ତି । ଠିକା କର୍ମଚାରୀଙ୍କୁ ଏଣିକି ଇନିସିଆଲ୍ ଆପଏଣ୍ଟିଜ୍ ବୋଲି ବିବେଚନା କରାଯିବ ଏବଂ ସେହି ଅନୁଯାୟୀ ସୁବିଧା ସୁଯୋଗ ମିଳିବ । ଏଥିସହ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ସେମାନଙ୍କ ଦରମା ହାର ସଂଶୋଧିତ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି ।

ପୂର୍ବରୁ ସ୍ଥାୟୀ ହେଲା ଯାଏଁ ୬ ବର୍ଷ ପର୍ଯ୍ୟନ୍ତ ଠିକା କର୍ମଚାରୀମାନେ ସ୍ୱଳ୍ପ ବେତନରେ କାମ କରୁଥିଲେ । ମାତ୍ର ଏବେ ନିଯୁକ୍ତି ପାଇବା ଦିନୁଁ ହିଁ ସେମାନେ ୫୦% ଅଧିକ ବେତନ ପାଇବେ । ସିଧାସଳଖ କହିଲେ, ଠିକା କର୍ମଚାରୀଙ୍କୁ ୪୨୦୦ ଗ୍ରେଡ୍ ପେ’ ରେ ୯,୩୦୦ ଟଙ୍କା ଦରମା ମିଳୁଥିଲା । ଷଷ୍ଠ ବର୍ଷରେ ସ୍ଥାୟୀ ନିଯୁକ୍ତି ପରେ ଦରମା ମିଳୁଥିଲା ୨୭, ୨୧୦ ଟଙ୍କା । ଏଣିକି ଚାକିରି ଆରମ୍ଭରୁ ୨୫, ୩୦୦ ଟଙ୍କା ଦରମା ମିଳିବ । ସାଙ୍ଗକୁ ମେଡ଼ିକାଲ୍ ଟ୍ରିଟମେଣ୍ଟ ରିଏମ୍ବର୍ସମେଣ୍ଟ ସୁବିଧା ବି ମିଳିବ । ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ୨୫୦ କୋଟି ଟଙ୍କାର ଆର୍ଥିକ ବୋଝ ବହନ କରିବେ ।

ଠିକା କର୍ମଚାରୀମାନଙ୍କର ଏହା ଦୀର୍ଘଦିନର ଦାବି ଥିଲା । ରାଜ୍ୟ ସରକାର ଏହାକୁ ପୂରଣ କରିଥିବାରୁ କର୍ମଚାରୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କୁ ସେମାନେ କୃତଜ୍ଞତା ଜଣାଇଛନ୍ତି ।

ଏହାକୁ ମିଶାଇ ରାଜ୍ୟ କ୍ୟାବିନେଟ୍ ରେ ଆଜି ମୋଟ ୧୭ଟି ପ୍ରସ୍ତାବ ମଂଜୁର ପାଇଛି । ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରେ ରହିଛି, ଜାତୀୟ ପେନସନ ସିଷ୍ଟମ(ଏନପିଏସ) ରେ ଅନ୍ତର୍ଭୁକ୍ତ ରାଜ୍ୟ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ସରକାରଙ୍କ ମାସିକ ଅବଦାନକୁ ୧୦ ପ୍ରତିଶତରୁ ୧୪ ପ୍ରତିଶତକୁ ବୃଦ୍ଧି କରାଯାଇଛି । ୨୦୧୯ ଏପ୍ରିଲ୍ ୧ ତାରିଖରୁ ଏହା ପିଛିଲା ଭାବେ ଲାଗୁ ହେବ । ଏହାଫଳରେ ୨ ଲକ୍ଷ ୮ ହଜାର ରାଜ୍ୟ ସରକାରୀ କର୍ମଚାରୀ ଉପକୃତ ହେବେ ।

ଚାକିରି ଅବଧି ମଧ୍ୟରେ ମୃତ୍ୟୁ କ୍ଷେତ୍ରରେ ଏନପିଏସରେ ଅନ୍ତର୍ଭୁକ୍ତ ଯୋଗ୍ୟ ରାଜ୍ୟ ସରକାରୀ କର୍ମଚାରୀ ଏକ ବିକଳ୍ପ ଚୟନ କରି ଓସିଏସ୍ ପେନସନ୍ ରୁଲ୍, ୧୯୯୨ ଅନୁସାରେ ଫ୍ୟାମିଲି ପେନସନର ସୁବିଧା ପାଇପାରିବେ ।

ଉପରୋକ୍ତ ସୁବିଧା, ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନର ଯୋଗ୍ୟ କର୍ମଚାରୀ ଏବଂ ଓଡ଼ିଶା ଗ୍ରୁପ୍ “ବି’ ପଦ(ଚୁକ୍ତିଭିତ୍ତିକ ନିଯୁକ୍ତି) ନିୟମ,୨୦୧୩ ମାଧ୍ୟମରେ ନିଯୁକ୍ତି ଚୁକ୍ତିଭିତ୍ତିକ ଗ୍ରୁପ୍ “ବି’ କର୍ମଚାରୀ ଏବଂ ଓଡ଼ିଶା ଗ୍ରୁପ୍ “ସି’ ଓ “ଡି’ ପଦ(ଚୁକ୍ତିଭିତ୍ତିକ ନିଯୁକ୍ତି) ନିୟମ, ୨୦୧୩ ମାଧ୍ୟମରେ ନିଯୁକ୍ତ ଚୁକ୍ତିଭିତ୍ତିକ ଗ୍ରୁପ୍ “ସି’ ଓ “ଡି’ କର୍ମଚାରୀଙ୍କ ପାଇଁ ମଧ୍ୟ ଲାଗୁ ହେବ ।

ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ “ଜେଏମଏମ’ ଯୋଜନାରେ ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରେ ଦୁଇଟି ଲେଖାଏଁ ବୃହତ୍ତ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ଏବଂ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଦୁଇଗୋଟି ବୃହତ୍ତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ମଂଜୁରୀ ମିଳିଛି ।

କ୍ୟାବିନେଟ୍ ରେ ଗୃହୀତ ଅନ୍ୟ ପ୍ରସ୍ତାବଗୁଡ଼ିକ ମଧ୍ୟରେ ରହିଛି, ଓଡ଼ିଶା କର୍ମଚାରୀ ରାଜ୍ୟ ବୀମା ଚିକିତ୍ସା ସେବା(ନିଯୁକ୍ତି ଓ ସେବା ସର୍ତ୍ତାବଳୀ), ନିୟମାବଳୀ ୨୦୧୪ ର ସଂଶୋଧନ, ପ୍ରଚଳିତ ଓଡ଼ିଶା ଅବକାରୀ ସେବା ନିୟମକୁ ବାତିଲ କରି “ଓଡ଼ିଶା ଅବକାରୀ ସେବା ଶ୍ରେଣୀ-ଏ(ଚୟନ ପ୍ରକ୍ରିୟା ଓ ସେବା ସର୍ତ୍ତାବଳୀ) ନିୟମ ୨୦୨୧ ଏବଂ ” ଓଡ଼ିଶା ଅବକାରୀ ସେବା ଶ୍ରେଣୀ-ବି(ଚୟନ ପ୍ରକ୍ରିୟା ଓ ସେବା ସର୍ତ୍ତାବଳୀ) ନିୟମ, ୨୦୨୧ ର ପ୍ରଚଳନ, ଓଡ଼ିଶା ବେସାମରିକ ଯୋଗାଣ ବିପଣୀ ଗୁପ୍ତବାର୍ତ୍ତା ସେବା(ନିଯୁକ୍ତି ପ୍ରକ୍ରିୟା ଏବଂ ଚାକିରି ସର୍ତ୍ତାବଳୀ) ଅଧିନିୟମ, ୨୦୨୧ର ପ୍ରଣୟନ, ଖରିଫ ବିପଣନ ବର୍ଷ, ୨୦୨୧-୨୨ ପାଇଁ ଖାଦ୍ୟ ଓ ସଂଗ୍ରହଣ ନୀତି, ଓଡ଼ିଶା ବୈଧ ମାପବିଜ୍ଞାନ ସେବା(ନିଯୁକ୍ତି ପଦ୍ଧତି ଏବଂ ଚାକିରି ସର୍ତ୍ତାବଳୀ) ଅଧିନିୟମ,୨୦୨୧ ପୁନର୍ବିନ୍ୟାସ, ଓଡ଼ିଶା ଜିଲ୍ଲା ଆରକ୍ଷୀ ଅମଲା ସେବା(ନିଯୁକ୍ତି ପ୍ରଣାଳୀ ଏବଂ ଚାକିରି ସର୍ତ୍ତାବଳୀ)ନିୟମାବଳୀ, ୨୦୨୧ ପ୍ରସ୍ତୁତି ଏବଂ ଓଡ଼ିଶା ସଚିବାଳୟ କ୍ଷିପ୍ର ଲେଖକ ଓ ବ୍ୟକ୍ତିଗତ ସହାୟକ(ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତ) ନିୟମାବଳୀ, ୧୯୯୭ ର ସଂଶୋଧନ ।

Previous Post

ଜେଲ୍ ଗଲେ ୩ ଲାଞ୍ଚୁଆ କ୍ଲାସ୍ ୱାନ୍ ବାବୁ

Next Post

ମନୀଷଙ୍କ ଶେଷ ଠିକଣା ‘ହୋଟେଲ ସାଉଥ ସିଟି’ !

Next Post
ମନୀଷଙ୍କ ଶେଷ ଠିକଣା ‘ହୋଟେଲ ସାଉଥ ସିଟି’ !

ମନୀଷଙ୍କ ଶେଷ ଠିକଣା 'ହୋଟେଲ ସାଉଥ ସିଟି' !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA