Tuesday, April 21, 2026 05:12 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନଙ୍କୁ ଭେଟିଲେ କାନିମୋଝି, ଷ୍ଟାଲିନ୍ ଙ୍କ ଚିଠି ଦେଲେ

ନିଟ୍ ପରୀକ୍ଷା ନିୟମ ପରିବର୍ତ୍ତନ ଦାବି

by Our Correspondent
13 Oct, 2021- 09:49 PM
in Latest News, News
1 min read
0
ନବୀନଙ୍କୁ ଭେଟିଲେ କାନିମୋଝି, ଷ୍ଟାଲିନ୍ ଙ୍କ ଚିଠି ଦେଲେ

ଭୁୁବନେଶ୍ୱର: ନିଟ୍ ପରୀକ୍ଷା ନିୟମରେ ପରିବର୍ତ୍ତନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ପାଖରେ ବାରମ୍ବାର ଦାବି କରୁଥିଲା ବେଳେ ଅନ୍ୟ ରାଜ୍ୟ ସରକାର ଏହା ସମର୍ଥନରେ ଆଗକୁ ବାହାରିଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ୍ ନବୀନଙ୍କୁ ଏକ ଚିଠି ଲେଖି ନିଟ୍ ଢ଼ାଞ୍ଚା ପରିବର୍ତ୍ତନ ସପକ୍ଷରେ ଏକମତ ହୋଇଛନ୍ତି । ଡିଏମକେ ସଂସଦୀୟ ଦଳର ଉପନେତା କାନିମୋଝି କରୁଣାନିଧି ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଷ୍ଟାଲିନ୍ ପଠାଇଥିବା ଚିଠି ଦେବା ସହ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ନିକଟରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବୈଠକରେ ନବୀନ ଏହି ପ୍ରସଙ୍ଗ ଉଠାଇଥିଲେ । ବର୍ତ୍ତମାନର ନିଟ୍ ପରୀକ୍ଷା ଢ଼ାଞ୍ଚାକୁ ସେ ବିରୋଧ କରି ସବୁସ୍ତରର ଛାତ୍ରଛାତ୍ରୀ ଏଥିରେ ଭାଗ ନେଇପାରୁ ନ ଥିବାରୁ ଉଦବେଗ ପ୍ରକାଶ କରିଥିଲେ । ଗରିବ ଛାତ୍ରଛାତ୍ରୀମାନେ ଏଥିପାଇଁ ଅଧିକ ସମସ୍ୟା ଭୋଗୁଥିବା ଏବଂ ଡାକ୍ତରୀ ପଢ଼ିବାରୁ ବଞ୍ଚିତ ହେଉଥିବା ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜାତୀୟସ୍ତରର ଅନ୍ୟ ପ୍ରବେଶିକା ପରୀକ୍ଷା ଏବଂ ୟୁପିଏସସି ପରୀକ୍ଷାରେ ମଧ୍ୟ ସମାନ ସମସ୍ୟା ରହୁଥିବା ମୁଖ୍ୟମନ୍ତ୍ରୀ ଜଣାଇଥିଲେ ।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶ୍ରୀ ଷ୍ଟାଲିନ୍ ନବୀନଙ୍କୁ ଚିଠି ଲେଖି ସମାନ କଥା ଦୋହରାଇଛନ୍ତି । ଗ୍ରାମାଞ୍ଚଳ ମେଧାବୀ ଛାତ୍ରଛାତ୍ରୀମାନେ ନିଟ୍ ପରୀକ୍ଷାରେ ଯୋଗ୍ୟତା ହାସଲ କରିବାରେ ରହୁଥିବା ପ୍ରତିବନ୍ଧକ ଦୂର କରିବା ପାଇଁ ପରୀକ୍ଷା ପ୍ରଣାଳୀରେ ପରିବର୍ତ୍ତନର ଆବଶ୍ୟକତା ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ସବୁ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଉପଯୁକ୍ତ ସୁଯୋଗ ଦେବାକୁ ସେ ମଧ୍ୟ ଦାବି କରିଛନ୍ତି ।

ଡିଏମକେ ନେତ୍ରୀ କାନିମୋଝି ନବୀନଙ୍କ ସହ ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ସାକ୍ଷାତକାର ବେଶ୍ ସୌହାର୍ଦ୍ଧ୍ୟପୂର୍ଣ୍ଣ ଥିବା ଜଣାପଡ଼ିଛି ।

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ କାନିମୋଝି ଭେଟିବା ଏବଂ ନିଟ୍ ସମସ୍ୟା ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଙ୍କ ଚିଠି ଦେବା ରାଜନୈତିକ ମହଲରେ ଗୁରୁତ୍ୱ ବହନ କରୁଛି । ଏଭଳି ଜାତୀୟ ପ୍ରସଙ୍ଗରେ ନବୀନଙ୍କ ନେତୃତ୍ୱକୁ ଆଞ୍ଚଳିକ ଦଳ ଓ ସେମାନଙ୍କ ସରକାର ସମର୍ଥନ ଦେଉଥିବାରୁ ଆଗାମୀ ଦିନରେ ଏକ ଭିନ୍ନ ସମୀକରଣ ନେଇ ଚର୍ଚ୍ଚା ହେଉଛି ।

Previous Post

ମନୀଷଙ୍କ ଶେଷ ଠିକଣା ‘ହୋଟେଲ ସାଉଥ ସିଟି’ !

Next Post

ପୁରୀ ପ୍ରକଳ୍ପ ବୁଲି ଦେଖିଲେ ପାଣ୍ଡିଆନ୍

Next Post
ପୁରୀ ପ୍ରକଳ୍ପ ବୁଲି ଦେଖିଲେ ପାଣ୍ଡିଆନ୍

ପୁରୀ ପ୍ରକଳ୍ପ ବୁଲି ଦେଖିଲେ ପାଣ୍ଡିଆନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA