Tuesday, August 11, 2026 04:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସ୍ଥାନ, କାଳ, ପାତ୍ର ରାଜନୀତି

ଅପରାଧ କ୍ଷେତ୍ରରେ ନେତାଙ୍କ ବାଛବିଚାର

by Our Correspondent
21 Oct, 2021- 10:07 AM
in Latest News, News, Politics
1 min read
0
ସ୍ଥାନ, କାଳ, ପାତ୍ର ରାଜନୀତି

ଭୁୁବନେଶ୍ୱର: ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ରାଜ୍ୟ ବିଜେପିର ଏକମାତ୍ର ଟାର୍ଗେଟ୍ ହୋଇଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଗୋବିନ୍ଦ ସାହୁଙ୍କ ସହ ମନ୍ତ୍ରୀଙ୍କ ଘନିଷ୍ଠତା ଦୃଷ୍ଟିରୁ ତାଙ୍କର ବହିଷ୍କାର ଓ ଗିରଫ ଦାବି କରୁଛନ୍ତି । ଅନ୍ୟପକ୍ଷରେ ବିଜେଡ଼ି କହୁଛି, ଏହି ସମ୍ବେଦନଶୀଳ ମାମଲାକୁ ନେଇ ବିଜେପି ଶସ୍ତା ରାଜନୀତି କରୁଛି । ଅନ୍ୟ ଅର୍ଥରେ ମନ୍ତ୍ରୀଙ୍କ ବହିଷ୍କାର ଦାବିକୁ ବିଜେଡ଼ି ଏଡ଼ାଇ ଦେବାକୁ ଉଦ୍ୟମ କରିଛି ।

ସ୍ପଷ୍ଟ ଯେ ଏହି ଜଘନ୍ୟ ହତ୍ୟା ମାମଲାଟି ଏବେ ରାଜନୀତିର ଗୋଳିଆ ପାଣିରେ ଘୂରିଲାଣି । ମନ୍ତ୍ରୀ ବହିଷ୍କାର ପ୍ରସଙ୍ଗକୁ ନେଇ ବିଜେଡ଼ି-ବିଜେପି ବଳ କଷାକଷି ଚାଲିଲାଣି । ତେବେ ବଳ କଷିବାରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମିଳିତ ମନ୍ତ୍ରଣା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।

ଉଭୟ ନେତାଙ୍କ ଟୁଇଟର ହାଣ୍ଡଲ୍ ଏବଂ କାର୍ଯ୍ୟକ୍ରମ ବେଶ୍ ସକ୍ରିୟ ହୋଇଯାଇଛି । ଜଣଙ୍କ ଟିଭିକୁ ଯେମିତି ତର ନାହିଁ, ଅନ୍ୟଜଣଙ୍କ ପ୍ରେସମିଟ୍ କୁ ମଧ୍ୟ ତର ନାହିଁ । ନାରୀ ନିର୍ଯ୍ୟାତନାରେ ଓଡ଼ିଶା ପ୍ରଥମ ଏବଂ ଏଠିକା ନାରୀ ସୁରକ୍ଷିତ ନୁହଁନ୍ତି । ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସଂପୃକ୍ତ । ତାଙ୍କୁ ବହିଷ୍କାର କରାଯାଉ । ଏହି ଅଭିଯାନକୁ ସଫଳ କରିବା ପାଇଁ ଦୁହେଁ ଫୁଲ୍ ଦମ୍ ଲଗାଇଛନ୍ତି । ସୋସିଆଲ୍ ମିଡ଼ିଆରେ ଜଷ୍ଟିସ୍ ଫର ମମିତା ହାସଟ୍ୟାଗ୍ ରେ ଆରମ୍ଭ କରିଛନ୍ତି ଅଭିଯାନ ।

ବୈଜୟନ୍ତ ପଣ୍ଡା ଆଉ ଦୁଇପାଦ ଆଗକୁ ବଢ଼ି ତାଙ୍କର ଚିରାଚରିତ ଜାତୀୟ ମିଡ଼ିଆ ପ୍ରେମ ଦେଖାଇଛନ୍ତି । ମମିତା ହତ୍ୟା ମାମଲାକୁ ଜାତୀୟ ମିଡ଼ିଆ ସ୍ଥାନ ଦିଅନ୍ତୁ ବୋଲି ସେ ଟୁଇଟର୍ ରେ ଅପିଲ୍ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଚାପ ପକାଇବା ପାଇଁ ଏକ ଜାତୀୟ ଆୟୋଗକୁ ମଧ୍ୟ ସେ ବ୍ୟବହାର କରିଥିବା କୁହାଯାଉଛି ।

ରାଜ୍ୟ ବିଜେପିର ନୂଆ ସମୀକରଣରେ ଏକାଠି ହୋଇଥିବା ବୈଜୟନ୍ତ ଓ ଅପରାଜିତା ଯୋଡିଙ୍କର ଏଭଳି ମାନସିକତାକୁ ନେଇ ଅନେକ ଅନେକ ସନ୍ଦେହ କଲେଣି। ଯେତେବଡ଼ ସମ୍ବେଦନଶୀଳ ମାମଲା ହେଉ ନା କାହିଁକି ସେଥିରେ ସ୍ଥାନ, କାଳ, ପାତ୍ର ବିଚାରରେ ସେମାନଙ୍କ ନୀତି ନିର୍ଦ୍ଧାରଣ ହୁଏ ବୋଲି ବୈଜୟନ୍ତ-ଅପରାଜିତା ପ୍ରମାଣିତ କରିଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଗତବର୍ଷ ସଂଗଠିତ ରାଜଧାନୀର ଚାଞ୍ଚଲ୍ୟକର ନାବାଳିକା ଗଣଦୁଷ୍କର୍ମ ମାମଲା ।

ପାଠକଙ୍କୁ ମନେ ପକାଇଦେଉଛୁ ଯେ ଗତବର୍ଷ ଲକଲାଉନ୍ ସମୟରେ ଜଣେ ୧୩ ବର୍ଷର ନାବାଳିକାକୁ ଓଟିଭିର ଦୁଇଜଣ କର୍ମଚାରୀ, ଦୁଇ ସୁରକ୍ଷାକର୍ମୀ ସମେତ ୭ ଜଣ ଲଗାତର ୧୫ ଦିନ ଧରି ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା । ସେତେବେଳେ ଓଟିଭିରେ ରିସେପସନିଷ୍ଟ ଚାକିରି କରିଥିବା ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗ ଅନୁଯାୟୀ, ସେ ଝିଅକୁ ଘରେ ଏକୁଟିଆ ଛାଡ଼ିଦେଇ ଅଫିସ୍ ଆସୁଥିଲା ବେଳେ ଏହି ଜଘନ୍ୟ ଘଟଣା ଘଟିଛି । ଏ ସମ୍ପର୍କରେ ଓଟିଭିର ଏମଡ଼ି ଜାଗୀମଙ୍ଗତ ପଣ୍ଡାଙ୍କୁ ଜଣାଇଥିଲେ ମଧ୍ୟ ସେ ଓଲଟି ମାମଲାକୁ ଚପାଇ ଦେବାକୁ ଚାହିଁଥିଲେ ।

ପୀଡ଼ିତା ନାବାଳିକାଙ୍କ ମାଆ ଓଟିଭି ଏମଡ଼ିଙ୍କଠାରୁ ନ୍ୟାୟ ଭିକ୍ଷା କରିବାକୁ ଯାଇ ବିଫଳ ହେବା ପରେ ମହିଳା ଥାନାରେ ଏତଲା ଦେଇଥିଲେ । ମାମଲାଟି ସାରା ରାଜ୍ୟକୁ ହୁଲସ୍ତୁଲ କରିଥିଲା । ଶିଶୁ ସୁରକ୍ଷା ଅଧିକାର କମିଶନ, ରାଜ୍ୟ ମହିଳା କମିଶନ ମାମଲାରେ ଓଟିଭି ଏମଡିଙ୍କୁ ବାରମ୍ବାର ନୋଟିସ୍ କରିଥିଲେ ମଧ୍ୟ ସେ ହେୟଜ୍ଞାନ କରିଥିଲେ । ଦୀର୍ଘ ଏକମାସ ଧରି ଏହା ରାଜ୍ୟର ବିଭିନ୍ନ ଗଣମାଧ୍ୟମ(ଓଟିଭିକୁ ଛାଡ଼ି)ରେ ଛାଇ ଯାଇଥିଲା । ଅତ୍ୟନ୍ତ ଦୁର୍ଭାଗ୍ୟର କଥା ଯେ ଓଟିଭି ଚାନେଲ୍ ପୀଡ଼ିତା ଓ ତାଙ୍କ ମାଆଙ୍କୁ ନ୍ୟାୟ ଦେବା ବଳରେ ଓଲଟି ମିଛୁଆ ବୋଲି ପ୍ରମାଣିତ କରିବାରେ ଲାଗି ପଡ଼ିଥିଲେ ।

ଓଟିଭିର ମାଲିକ ହେଉଛନ୍ତି ବୈଜୟନ୍ତ ପଣ୍ଡା । ସେତେବେଳେ ବୈଜୟନ୍ତ ବାବୁ ତାଙ୍କ ଟୁଇଟର ହାଣ୍ଡଲ୍ ରେ ନାବାଳିକା ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ପଦୁଟିଏ ଲେଖି ନ ଥିଲେ କି ଏହାର କଭରେଜ୍ ପାଇଁ ଜାତୀୟ ମିଡ଼ିଆକୁ ଡାକି ନ ଥିଲେ । ଓଲଟି ପୀଡ଼ିତାଙ୍କ ପରିବାରର ପାଟି ଚୁପ୍ କରିବା ପାଇଁ ପଣ୍ଡା କମ୍ପାନୀରୁ ନାନା ପ୍ରଲୋଭନ ଓ ଧମକଚମକ ଦିଆଯାଇଥିବା ଅଭିଯୋଗ ହୋଇଥିଲା ।

ସେହିଭଳି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ରହସ୍ୟମୟ ନିରବତା ଚର୍ଚ୍ଚାର ବିଷୟ ହୋଇଥିଲା । ନିଜ ସଂସଦୀୟ କ୍ଷେତ୍ରରେ ଜଣେ ନାବାଳିକା ପ୍ରତି ଏହି ଜଘନ୍ୟ କାଣ୍ଡ ଉପରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଲକୁଲ୍ ପାଟି ଖୋଲି ନ ଥିଲେ । ପୀଡ଼ିତାଙ୍କୁ ନ୍ୟାୟ ଦାବି କରିବା ଦୂରେ ଥାଉଁ, ଘଟଣାକୁ ନିନ୍ଦା କରିବା କିମ୍ବା ପରିବାରକୁ ସମବେଦନା ଦେବାକୁ ସାଂସଦ ଉଚିତ ମଣି ନ ଥିଲେ ।

ସେତେବେଳେ(ସେପ୍ଟେମ୍ବର ୨୩, ୨୦୨୦) ପାର୍ଲିଆମେଣ୍ଟ ଚାଲୁଥିଲା ଏବଂ ଅପରାଜିତା ଏକ ଆଲୋଚନାରେ ଭାଗନେଇ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ରିପୋର୍ଟ ଆଧାରରେ ଓଡ଼ିଶାରେ ମହିଳା ବିରୋଧୀ ହିଂସା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ବିରୋଧରେ ଖୁବ୍ ବର୍ଷିଥିଲେ । ମାଲକାନଗିରି ଓ ବୀରମିତ୍ରପୁର ଦୁଷ୍କର୍ମ ଘଟଣାର ଅବତାରଣା କରିଥିଲେ । ଅଥଚ ନଗଦ ଭୁବନେଶ୍ୱରରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ଘଟଣାରେ ସାଂସଦ ପରଦା ଢ଼ାଙ୍କିଦେଲେ । ପଣ୍ଡା ମାଲିକାନାରେ ଥିବା ଓଟିଭି କର୍ତ୍ତୃପକ୍ଷ ଓ କର୍ମଚାରୀ ସେଥିରେ ଅଭିଯୁକ୍ତ ଥିବାରୁ ସାଂସଦଙ୍କ ନଜରରେ ବୋଧହୁଏ ତାହା ଅପରାଧ ନ ଥିଲା ।

ଏହାଛଡ଼ା, ନିକଟରେ ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସା ମାମଲାରେ ମଧ୍ୟ ବୈଜୟନ୍ତ ଓ ଅପରାଜିତା ନିରବତା ଅବଲମ୍ବନ କରିଛନ୍ତି । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଆନ୍ଦୋଳନରତ ଚାଷୀଙ୍କ ଉପରକୁ ଗାଡ଼ି ଚଢ଼ାଇ ୪ ଜଣଙ୍କୁ ମାରିଦେଇଥିବା ଅଭିଯୋଗ ହୋଇଥିଲା । ଏ ଘଟଣାରେ ସରକାରୀ ପଦକ୍ଷେପ ସାରା ଦେଶବାସୀ ଜାଣିଛନ୍ତି । ଗୃହ ରାଷ୍ଟ୍ରମନ୍ତ୍ରୀ ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ସୁରକ୍ଷା ଦେଇଛନ୍ତି ।

ନିଜ ଦଳର କଥା ବୋଲି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ଓ ଜାତୀୟ ମୁଖପାତ୍ର ଅପରାଜିତାଙ୍କ ଏହି ମାମଲାରେ ଠିକ୍ ବିପରୀତ ଆଭିମୁଖ୍ୟ ଆପଣାଇଛନ୍ତି । ଆଇନ ତା ବାଟରେ ଯିବ ବୋଲି ମୁଖପାତ୍ର କହୁଛନ୍ତି ।

ନାବାଳିକା ଗଣଦୁଷ୍କର୍ମ: ସାଂସଦ ଅପରାଜିତାଙ୍କର ରହସ୍ୟମୟ ନିରବତା

Previous Post

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ହୁଲସ୍ତୁଲ

Next Post

କଂଗ୍ରେସ ଛାଡ଼ିଲେ ପ୍ରଦୀପ ମାଝୀ

Next Post
କଂଗ୍ରେସ ଛାଡ଼ିଲେ ପ୍ରଦୀପ ମାଝୀ

କଂଗ୍ରେସ ଛାଡ଼ିଲେ ପ୍ରଦୀପ ମାଝୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA