Saturday, October 3, 2026 12:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅପହଞ୍ଚ ଇଲାକାର ଗୁରୁତର ରୋଗୀଙ୍କ ପାଖରେ ପହଞ୍ଚିବେ ବିଶେଷଜ୍ଞ ଡାକ୍ତର

'ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା' ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

by Our Correspondent
20 Dec, 2021- 01:23 PM
in Latest News, News
1 min read
0
ଅପହଞ୍ଚ ଇଲାକାର ଗୁରୁତର ରୋଗୀଙ୍କ ପାଖରେ ପହଞ୍ଚିବେ ବିଶେଷଜ୍ଞ ଡାକ୍ତର

ଭୁୁବନେଶ୍ୱର: ଅପହଞ୍ଚ ଅଞ୍ଚଳର ଗୁରୁତର ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଏକ ଅଭିନବ ଉଦ୍ୟମ ଆରମ୍ଭ କରିଛନ୍ତି । ଉନ୍ନତ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀମାନଙ୍କୁ ଘରଦ୍ୱାର ବନ୍ଧା ପକାଇ ଆଉ କଟକ କି ଭୁବନେଶ୍ୱର ଆସିବାକୁ ପଡ଼ିବନି । ବରଂ ଏଠାରୁ ବିଶେଷଜ୍ଞ ଡାକ୍ତର ହେଲିକପ୍ଟରରେ ସେମାନଙ୍କ ଜିଲ୍ଲା ଚିକିତ୍ସାଳୟକୁ ଯାଇ ଉକ୍ରୃଷ୍ଟ ଚିକିତ୍ସା ସେବା ଯୋଗାଇଦେବେ । ଏଥିପାଇଁ ରାଜ୍ୟ ସରକାର ସବୁ ଖର୍ଚ୍ଚ ବହନ କରିବେ ।

‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା’ ନାମରେ ଏହି ଯୋଜନାର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ଚାରିଟି ଆଦିବାସୀବହୁଳ ଜିଲ୍ଲା ଯଥା ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡିରେ ଏହା ଆରମ୍ଭ ହୋଇଛି । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରଠାରେ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏକ ଡାକ୍ତରୀ ଦଳକୁ ନେଇ ମାଲକାନଗିରିକୁ ପ୍ରଥମ ବିମାନ ଉଡ଼ାଣ କରିଥିଲା ।

ଏହି ଯୋଜନାରେ ଜଣେ ଗୁରୁତର ରୋଗୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେବା ପରେ ତାଙ୍କର କେଉଁ କେଉଁ ବିଶେଷଜ୍ଞ ଚିକିତ୍ସା ଆବଶ୍ୟକ ତାହାର ତାଲିକା ପ୍ରସ୍ତୁତ କରାଯିବ । ଏହି ଅନୁଯାୟୀ ବିଶେଷଜ୍ଞ ଡାକ୍ତରଙ୍କୁ ତୁରନ୍ତ ହେଲିକପ୍ଟରରେ ସେଠାକୁ ପଠାଯାଇ ଆବଶ୍ୟକ ଚିକିତ୍ସା କରାଯିବ । ଏଥିପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସୁପର ସ୍ପେଶାଲିଟି ସେବା ସୁବିଧା ସହ ଅତ୍ୟାଧୁନିକ ଓଟି, ସରଞ୍ଜାମ ଏବଂ ଆବଶ୍ୟକ ଔଷଧ ମହଜୁଦ ରଖାଇବାର ବ୍ୟବସ୍ଥା ହୋଇଛି ।

ବିିଶେଷଜ୍ଞ ଡାକ୍ତରୀ ଟିମ୍ ରେ ବିିଭିନ୍ନ ମେଡ଼ିକାଲ କଲେଜ ଏବଂ କର୍ପୋରେଟ୍ ହସ୍ପିଟାଲ୍ ର ଦକ୍ଷ ଓ ସ୍ୱନାମଧନ୍ୟ ଡାକ୍ତରମାନଙ୍କୁ ରଖାଯାଇଛି । ଜିଲ୍ଲା ଡାକ୍ତରଖାନାକୁ ଯାଇ ହୃଦରୋଗୀ, ସ୍ନାୟୁରୋଗୀ ଓ କିଡ଼ନୀ ରୋଗୀଙ୍କ ଭଳି ସୁପର ସ୍ପେଶାଲିଟି ସେବା ଆବଶ୍ୟକ କରୁଥିବା ରୋଗୀଙ୍କ ପରୀକ୍ଷା ଓ ଚିକିତ୍ସା ଏମାନେ କରିବେ । ଏଥିପାଇଁ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ।

ଏହି ସେବାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିବା ସହ ଏହାଦ୍ୱାରା ୪ଟି ଜିଲ୍ଲାର ଗରିବ ଜନସାଧାରଣ ଉନ୍ନତ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ଆଶାପ୍ରକାଶ କରିଛନ୍ତି ।

କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Previous Post

“ବିଜେବି ଫ୍ରେଣ୍ଡସ୍” ର ସଭାଗୃହ ଉଦଘାଟିତ

Next Post

ମହାନଦୀ ଉପରେ ଓଡ଼ିଶାର ଦୀର୍ଘତମ ସେତୁ ଉଦଘାଟିତ

Next Post
ମହାନଦୀ ଉପରେ ଓଡ଼ିଶାର ଦୀର୍ଘତମ ସେତୁ ଉଦଘାଟିତ

ମହାନଦୀ ଉପରେ ଓଡ଼ିଶାର ଦୀର୍ଘତମ ସେତୁ ଉଦଘାଟିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA