Monday, May 25, 2026 11:22 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଡାକ୍ତର ଖାଲି ପଦବୀ ତାଲିକା ପ୍ରସ୍ତୁତିରେ ଫିକ୍ସିଂ !

by Our Correspondent
17 Feb, 2017- 04:43 PM
in Latest News
1 min read
0
ଡାକ୍ତର ଖାଲି ପଦବୀ ତାଲିକା ପ୍ରସ୍ତୁତିରେ ଫିକ୍ସିଂ !

ଭୁବନେଶ୍ୱର(ମିଡ଼-ଡ଼େ ଓଡ଼ିଶା): ଡାକ୍ତର ଖାଲି ପଦବୀ ତାଲିକା ପ୍ରସ୍ତୁତିରେ ଫିକ୍ସିଂ ହେଉଛି । ଡାକ୍ତରମହଲରୁ ଏଭଳି ଅଭିଯୋଗ ଆସିିଲା ପରେ ହଇଚଇ ସୃଷ୍ଟି ହୋଇଛି । ଖାଲି ପଦବୀ ତାଲିକା ପ୍ରସ୍ତୁତି ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟର ମାନବ ସମ୍ବଳ ପରିଚାଳନା ୟୁନିଟ୍ ଏହି ଫିକ୍ସିଂ କରୁଥିବା ଅଭିଯୋଗ ହୋଇଛି । ରାଜ୍ୟରେ କାର୍ଯ୍ୟରତ ସରକାରୀ ଡାକ୍ତର, ଅନୁମୋଦିତ ପଦବୀ ସଂଖ୍ୟା ଏବଂ ଖାଲି ପଦବୀ ସଂକ୍ରାନ୍ତରେ ଡାଟା ବେସ୍ ପ୍ରସ୍ତୁତି କାର୍ଯ୍ୟ ଛାଡ଼ି ୟୁନିଟ୍ ମୁଖ୍ୟ ନିଯୁକ୍ତି ଓ ବଦଳି କାମରେ ମାତିଛନ୍ତି । ନିକଟରେ ବରିଷ୍ଠ ପ୍ରଥମ ଶ୍ରେଣୀକୁ ପଦୋନ୍ନତି ପାଇଥିବା ଡାକ୍ତରଙ୍କ ନିଯୁକ୍ତି କାଉନସେଲିଂ ବେଳେ ବ୍ୟାପକ ଅନିୟମିତତା ପାଇଁ ତାଙ୍କୁ ଦାୟୀ କରାଯାଇଛି ।

୨୦୦୯ ମସିହାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖୋଲିଥିଲା ମାନବ ସମ୍ବଳ ପରିଚାଳନା ୟୁନିଟ୍ ବା ଏସଏଚଆରଏମୟୁ । ଡାକ୍ତରଙ୍କ ଡାଟା ବେସ୍ ପ୍ରସ୍ତୁତି ହେଉଛି ୟୁନିଟ୍ ର ମୂଳ ଦାୟିତ୍ୱ । ଜିଲ୍ଲାୱାରୀ କେତେ ଡାକ୍ତର କେଉଁଠି ନିଯୁକ୍ତି ପାଇଛନ୍ତି, ଅନୁମୋଦିତ ଡାକ୍ତର ପଦବୀ ସଂଖ୍ୟା କେତେ, କେତେ ଡାକ୍ତର ଅନୁପସ୍ଥିତ ଅଛନ୍ତି ସଂପୃକ୍ତ ୟୁନିଟ୍ ତାହାର ଡାଟା ବେସ୍ ପ୍ରସ୍ତୁତ କରିବା କଥା । ୨୦୧୪ ମସିହାରୁ ଡାକ୍ତର ବିଷ୍ଣୁ ମହାପାତ୍ର ଏୟି ୟୁନିଟ୍ ର ମୁଖ୍ୟ ତଥା ଯୁଗ୍ମ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ଅଛନ୍ତି । ଆଶ୍ଚର୍ଯ୍ୟର କଥା, ୭ ବର୍ଷ ତଳୁ ଆରମ୍ଭ ହୋଇଥିବା ଡାଟା ବେସ୍ କାର୍ଯ୍ୟ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନାହିଁ । ଅଭିଯୋଗ ହୋଇଛି, ବର୍ତ୍ତମାନ ଦାୟିତ୍ୱରେ ଥିବା ଡାକ୍ତର ମହାପାତ୍ର ଏହାକୁ ଗୌଣ ମନେକରି ଡାକ୍ତରଙ୍କ ନିଯୁକ୍ତି, ବଦଳି ଆଦି କାର୍ଯ୍ୟ ଉପରେ ମନଧ୍ୟାନ ଦେଇଛନ୍ତି ।

ଗତ ନଭେମ୍ବରରେ ବରିଷ୍ଠ ପ୍ରଥମ ଶ୍ରେଣୀ ପଦୋନ୍ନତି ପାଇଥିବା ଡାକ୍ତରଙ୍କ ବଦଳି ଓ ନିଯୁକ୍ତି କାଉନସେଲିଂ ବେଳେ ଖାଲି ପଦବୀ ତାଲିକା ପ୍ରସ୍ତୁତିରେ ବିଭ୍ରାଟ୍ ଓ ହେରଫେର ଅଭିଯୋଗ ନେଇ ଡାକ୍ତରମହଲ ପ୍ରତିକ୍ରିୟାଶୀଳ ହୋଇଛନ୍ତି । ଅନେକ ସ୍ଥାନରେ ପ୍ରକୃତ ଖାଲି ପଦବୀ ସଂଖ୍ୟାକୁ ଉହ୍ୟ ରଖାଯାଇ ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ରାଉରକେଲା ଭଳି ବଡ଼ ବଡ଼ ସହରରେ ନିଯୁକ୍ତି ପାଇଁ ଫିକ୍ସିଂ ହୋଇଥିବା ଅଭିଯୋଗ ଆସିଛି । ମନପସନ୍ଦ ଜାଗା ବାଛିବାର ଅଧିକାରରୁ ସେମାନଙ୍କୁ ବଞ୍ଚିତ କରାଯାଇଛି ବୋଲି ଡାକ୍ତରମାନେ ଅଭିଯୋଗ କରିଛନ୍ତି । ଓଡ଼ିଶା ମେଡ଼ିକାଲ୍ ସର୍ଭିସ୍ ଆସୋସିଏସନ୍(ଓମସା) ମଧ୍ୟ ମାମଲାକୁ ଗମ୍ଭୀରତାର ସହ ନେଇଛି । ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ବ୍ୟବସ୍ଥାରେ ଥିବା ତ୍ରୁଟି ବିଚ୍ୟୁତି ସଜାଡ଼ିବାକୁ ସଂଘ ଅନୁରୋଧ କରିଛି । ଏସଏଚଆରଏମୟୁ ଟିମ୍ ମୁଖ୍ୟ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ତୁରନ୍ତ ହଟାଇବାକୁ ସିଧାସଳଖ ଦାବି କରାଯାଇଛି ।

ତେବେ ଏଭଳି ଅଭିଯୋଗକୁ ଅଭିଯୁକ୍ତ ମୁଖ୍ୟ ଡାକ୍ତର ବିଷ୍ଣୁ ମହାପାତ୍ର ଅସ୍ୱୀକାର କରିଛନ୍ତି । ଖାଲି ଥିବା ଡାକ୍ତର ପଦବୀ ତାଲିକା ଏକ କମିଟି ଦ୍ୱାରା ପ୍ରସ୍ତୁତ ହୋଇଥାଏ । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହା ୱେବସାଇଟରେ ଛଡ଼ାଯାଇଥାଏ । ତେଣୁ ସେଥିରେ ତାଙ୍କର କୌଣସି ଭୂମିକା ନାହିଁ ବୋଲି ସେ ସଫେଇ ଦେଇଛନ୍ତି । ସେହିଭଳି ଡାଟା ବେସ୍ କାର୍ଯ୍ୟ ପାଇଁ ନୂଆ ସଫ୍ଟୱେୟାର୍ ତାଙ୍କ ସମୟରେ ଆରମ୍ଭ ହୋଇ କାର୍ଯ୍ୟ ଜୋରସୋର ଚାଲିଛି ବୋଲି କହିଛନ୍ତି ।

Previous Post

ଭୂଷୁଡ଼ିଲା ବିଜେଡ଼ି ଗଡ଼

Next Post

ମାଆଙ୍କ ସ୍ୱାମୀ ନାଁ ବି ବଦଳେଇ ଦେଲେ

Next Post
ମାଆଙ୍କ ସ୍ୱାମୀ ନାଁ ବି ବଦଳେଇ ଦେଲେ

ମାଆଙ୍କ ସ୍ୱାମୀ ନାଁ ବି ବଦଳେଇ ଦେଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA