Tuesday, May 26, 2026 09:15 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନ ଫିଟ୍ ଆଣ୍ଡ ଫାଇନ୍ !

ମିଥ୍ୟା ଅପପ୍ରଚାରର ଜବାବ ଦେଲେ ମୁଖ୍ୟମନ୍ତ୍ରୀ

by Our Correspondent
26 Jan, 2022- 04:15 PM
in Latest News, News
1 min read
0
ନବୀନ ଫିଟ୍ ଆଣ୍ଡ ଫାଇନ୍ !

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗୁଜବ ରଚିଥିବା ବିରୋଧୀଙ୍କୁ ଆଜି ଉଚିତ ଜବାବ ମିଳିଛି । ମୁଖ୍ୟମନ୍ତ୍ରୀ ଯେ ସମ୍ପୂର୍ଣ୍ଣ ଫିଟ୍ ଆଣ୍ଡ ଫାଇନ୍ ଆଜି କାହାରିକୁ ତାହାର ସ୍ପଷ୍ଟୀକରଣ ଦେବାକୁ ପଡ଼ିନି । ବରଂ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଚାଲିଚଳନରୁ ତାହାର ଜବାବ ମିଳିଯାଇଛି ।

ଆଜି ଭୁବନେଶ୍ୱରର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ ସମାରୋହ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗଦେଇ ପତାକା ଉତ୍ତୋଳନ କରିଥିଲା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ତେବେ ସମାରୋହସ୍ଥଳକୁ ମୁଖ୍ୟମନ୍ତ୍ରୀଙ୍କ ଆଗମନରେ ଆଜି କିଛି ସ୍ୱତନ୍ତ୍ରତା ଦେଖିବାକୁ ମିଳିଥିଲା । ମୁଖ୍ୟମଞ୍ଚର କିଛି ଦୂରରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଅଟକିଲା ପରେ ମୁଖ୍ୟମନ୍ତ୍ରୀ ଗାଡ଼ିରୁ ଓହ୍ଲାଇ ମଞ୍ଚ ଆଡକୁ ଖୁବ୍ ଜୋର୍ ରେ ଚାଲି ଚାଲି ଯାଇଥିଲେ । ବାପା ବିଜୁ ବାବୁଙ୍କ ଠାଣିରେ ପାଦ ପକାଉଥିଲେ ମୁଖ୍ୟମନ୍ତ୍ରୀ । ପ୍ୟାରେଡ୍ ସଙ୍ଗୀତର ତାଳେ ତାଳେ ହାତ ହଲେଇ ଆଗକୁ ଚାଲିଥିଲେ ।

ସାଧାରଣତନ୍ତ୍ର ଦିବସର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ପରେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନର ଉଦ୍ୟାନ ବୁଲିବାକୁ ଆସିଥିଲେ । ପ୍ରକୃତି ଓ ଉଦ୍ୟାନପ୍ରେମୀ ନବୀନ ପୂର୍ବରୁ ସମୟ ପାଇଲେ ଯେମିତି ଉଦ୍ୟାନ ବୁଲୁଥିଲେ ଆଜି ସେମିତି ବୁଲିଥିଲେ । ସେଠାରେ ବିଭିନ୍ନ ଫୁଲ ଦେଖି ଖୁସି ହୋଇଥିଲେ । ଉଦ୍ୟାନର ଯତ୍ନ ଠିକ୍ ଥିବାରୁ ସନ୍ତୋଷବ୍ୟକ୍ତ କରିଥିଲେ । ପାଖାପାଖି ୧୦ ମିନିଟ୍ ମୁଖ୍ୟମନ୍ତ୍ରୀ ସେଠି କଟାଇ ନବୀନ ନିବାସ ଅଭିମୁଖେ ବାହାରିଥିଲେ ।

ଏହି ଦୁଇଟିଯାକ ଦୃଶ୍ୟପଟରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଉପସ୍ଥିତ ଥିଲା ବେଳେ ଅନ୍ୟ କେଉଁ ଅଧିକାରୀଙ୍କୁ ଦେଖିବାକୁ ମିଳି ନ ଥିଲା ।

ସୂଚନାଥାଉକି, ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ କିଛି ଦିନ ହେଲା ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ରାବସ୍ଥାକୁ ନେଇ ସୋସିଆଲ୍ ମିଡ଼ିଆରେ ଏକ ଗୁଜବ ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ନିବାରୁ ବାହାରିବା ଅବସ୍ଥାରେ ନାହାନ୍ତି ବୋଲି ଗୁଜବକାରୀମାନେ ସୋସିଆଲ୍ ମିଡ଼ିଆରେ ଅପପ୍ରଚାର କରୁଥିଲେ । ଏହା ମିଛ ବୋଲି ଏକପ୍ରକାର ସ୍ପଷ୍ଟ ହୋଇସାରିଥିଲେ ମଧ୍ୟ ଗୁଜବକାରୀଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ ପକାଇଥିଲା । ଆଜି ଖୋଦ୍ ମୁଖ୍ୟମନ୍ତ୍ରୀ ଏହି ଗୁଜବର ନିରବ ଜବାବ ଦେଇଥିବାରୁ ଏବେ ପୁଲିସର ହାତ ଅପରାଧୀଙ୍କ ପାଖରେ ପହଞ୍ଚୁଛି ନା ନାହିଁ ତାହାକୁ ଅପେକ୍ଷା କରାଯାଉଛି ।

Previous Post

୧୨୮ ଜଣଙ୍କୁ ପଦ୍ମ ସମ୍ମାନ

Next Post

କାନ୍ଦିଲେ ପ୍ରସାଦ, ଟାର୍ଗେଟ୍ ରେ ନିରଞ୍ଜନ

Next Post
କାନ୍ଦିଲେ ପ୍ରସାଦ, ଟାର୍ଗେଟ୍ ରେ ନିରଞ୍ଜନ

କାନ୍ଦିଲେ ପ୍ରସାଦ, ଟାର୍ଗେଟ୍ ରେ ନିରଞ୍ଜନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA