Sunday, September 6, 2026 04:52 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କାନ୍ଦିଲେ ପ୍ରସାଦ, ଟାର୍ଗେଟ୍ ରେ ନିରଞ୍ଜନ

'ମୁଁ ବେପାରୀ ନୁହେଁ ଯେ ଡିଲ୍ କରିବି'

by Our Correspondent
27 Jan, 2022- 08:19 PM
in Latest News, News
1 min read
0
କାନ୍ଦିଲେ ପ୍ରସାଦ, ଟାର୍ଗେଟ୍ ରେ ନିରଞ୍ଜନ

ଭୁବନେଶ୍ୱର: ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ ଜିଲ୍ଲା ପରିଷଦ ଟିକେଟ ଦିଆ ନ ହେବାର ଅପବାଦକୁ ସହ୍ୟ କରିପାରିନାହାନ୍ତି ପ୍ରସାଦ ହରିଚନ୍ଦନ । ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡାକି ଏହାର ଲମ୍ବା ସ୍ପଷ୍ଟୀକରଣ ଦେଇଛନ୍ତି । ଅତ୍ୟନ୍ତ ଭାବବିହ୍ୱଳ ହୋଇ କାନ୍ଦି ପକାଇଛନ୍ତି । କ୍ଷମତା ପାଇଁ ଅନ୍ୟ ଦଳକୁ ଆଖେଇଥିବାର ଖବର ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି । ମୁଁ ବେପାରୀ ନୁହେଁ ଯେ ଡିଲ୍ କରିବି କହି ପିସିସି ସଭାପତିଙ୍କୁ ଟାର୍ଗେଟ୍ କରିଛନ୍ତି । ପଞ୍ଚାୟତ ନିର୍ବାଚନ ପରେ ଦସ୍ତାବିଜ୍ ସହ ବେପାରୀଙ୍କ ଗୁମର ଖୋଲିବେ ବୋଲି କହିଛନ୍ତି । ତାଙ୍କ ବିରୋଧରେ ମିଛ ଅପପ୍ରଚାରର ଜବାବସ୍ୱରୂପ ସେ ୨୦୨୪ ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । କଂଗ୍ରେସରେ ଥିଲି, ଅଛି ଓ ରହିବି ବୋଲି କହିଛନ୍ତି ପ୍ରସାଦ ।

ପିସିସି ପୂର୍ବତନ ସଭାପତି ଶ୍ରୀ ହରିଚନ୍ଦନଙ୍କ ଆଜିର ଏହି ସାମ୍ବାଦିକ ସମ୍ମିଳନୀ କଂଗ୍ରେସ ଶିବିରରେ ହଇଚଇ ସୃଷ୍ଟି କରିଛି । ଏଥିପାଇଁ ଯେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସେ ବିଭିନ୍ନ ଆଳରେ କଟାକ୍ଷ କରିଛନ୍ତି । ସତ୍ୟବାଦୀରେ କେଉଁ ପରିସ୍ଥିତିରେ କଂଗ୍ରେସର ଜିଲ୍ଲା ପରିଷଦ ଟିକେଟ ଦିଆଯାଇ ପାରିଲା ନାହିଁ ତାହାର ସ୍ପଷ୍ଟୀକରଣ ଦେବାବେଳେ ନିରଞ୍ଜନଙ୍କ ଗୁମର ଖୋଲି ଦେଇଛନ୍ତି ।

ପ୍ରସାଦ ଅଭିଯୋଗ କରିଛନ୍ତି ଯେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ସତ୍ୟବାଦୀରେ ତାଙ୍କୁ ସଫା କରିବାକୁ ଷଡ଼ଯନ୍ତ୍ର ହୋଇଥିଲା । ଯାହାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିଲା । ଆଜିକୁ ଅଢ଼େଇ ବର୍ଷ ହେଲା ବ୍ଲକ୍ କଂଗ୍ରେସ କମିଟି ଗଠନ ହେଲା ନାହିଁ । ପଞ୍ଚାୟତ କମିଟିକୁ ପିସିସି ଅନୁମୋଦନ ଦେଉନାହିଁ । ମୋଟାମୋଟି ଭାବେ ସତ୍ୟବାଦୀରେ କଂଗ୍ରେସ ସଂଗଠନ ଗଢାଯାଉନାହିଁ । କଂଗ୍ରେସ କର୍ମୀ ତଳିତଳାନ୍ତ ହୋଇଗଲେଣି । ଗାଁ ଦାଣ୍ଡରେ ମୁଣ୍ଡ ଟେକି ଚାଲିପାରୁନାହାନ୍ତି । କଂଗ୍ରେସର ଶୋଚନୀୟ ଅବସ୍ଥା ବେଳେ ନେତାମାନେ ଏକାଠି ହୋଇ ଲଢ଼ିବା ପରିବର୍ତ୍ତେ ଗୋଡ଼ ଟଣାଟଣିରେ ମାତିଛନ୍ତି ।

ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ ଜିଲ୍ଲା ପରିଷଦ ଟିକେଟ ଦିଆ ନ ହେବା ପାଇଁ ଖୋଦ୍ ପିସିସି ସଭାପତିଙ୍କୁ ଦାୟୀ କରିଥିଲେ ପ୍ରସାଦ । ସଂଗଠନ ଦାୟିତ୍ୱରୁ ସେ ଦୂରେଇ ରହିଥିବା ବେଳେ ସେଠାରେ ଟିକେଟ ପରିଚାଳନା ଦାୟିତ୍ୱ ଥିଲା ପିସିସି ସଭାପତିଙ୍କର । ତେବେ ନାମାଙ୍କନ ଦାଖଲର ଦୁଇଦିନ ପରେ କଂଗ୍ରେସ ଭବନର ଜଣେ କର୍ମଚାରୀଙ୍କ ହାତରେ ସଭାପତି ତାଙ୍କ ପାଖକୁ ୬ ଟି ଯାକ ଆସନର ଟିକେଟ ପଠାଇଦେଲେ । ଶେଷ ଦିନରେ ଟିକେଟ କାହାକୁ ଦିଆଯିବ ବୋଲି ପ୍ରଶ୍ନ କରି ସେ ସଭାପତିଙ୍କୁ ଟିକେଟ ଫେରାଇ ଦେଇଥିଲେ । ସଭାପତି ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଦେଲେ, ମାତ୍ର ଆଉ ୫ ଟି ଆସନରେ କ’ଣ ପାଇଁ ଦେଲେନି ବୋଲି ପ୍ରସାଦ ପ୍ରଶ୍ନ କରିଥିଲେ ।

ପ୍ରସାଦଙ୍କ ପାଇଁ ସବୁଠାରୁ ଯନ୍ତ୍ରଣାଦାୟକ ହେଲା, ବିଜେଡ଼ି ସହ ତାଙ୍କର ଡିଲ୍ ଆରୋପ । ଗଣମାଧ୍ୟମରେ ଏହି ଚର୍ଚ୍ଚାକୁ ପ୍ରସାଦ ସହଜରେ ଗ୍ରହଣ କରିପାରିନାହାନ୍ତି । ତାଙ୍କ ଭଳି ଜଣେ ସଚ୍ଚୋଟ, ନିଷ୍ଠାପର କଂଗ୍ରେସ ଲୋକଙ୍କ ପ୍ରତି ଏହା ଅନ୍ୟାୟ ବୋଲି କହିଲା ବେଳେ ପ୍ରସାଦଙ୍କ ଆଖିରୁ ଲୁହ ବାହାରି ଆସିଥିଲା ।

ସେ କହିଥିଲେ, ତାଙ୍କ ପାଖରେ ଖଣି କି ଖବରକାଗଜ ନାହିଁ । ଟଙ୍କା କି ଟିଭି ନାହିଁ । ସେ ନିମ୍ନ ମଧ୍ୟବିତ୍ତ କୃଷକ ପରିବାରୁ ଆସିଛନ୍ତି ଏବଂ ନିଜର କଠିନ ପରିଶ୍ରମରେ ଆଜି ଏହି ସ୍ଥାନରେ ଅଛନ୍ତି । ନିଜ ଆଦର୍ଶକୁ କେବେ ଜଳାଞ୍ଜଳି ଦେଇନାହାନ୍ତି । ବେପାରୀ ହୋଇ ନ ଥିବାରୁ କେଉଁ ଦଳ ସହ ଡିଲ୍ କରିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ । ବିରୋଧୀ ଦଳ ସହ ଡିଲ୍ କଥା ଛାଡ଼ନ୍ତୁ, ସାମାନ୍ୟ ସମ୍ପର୍କର ପ୍ରମାଣ ମିଳିଲେ ସେ ସାଧାରଣ ଜୀବନରୁ ସନ୍ୟାସ ନେଇଯିବେ ବୋଲି ପ୍ରସାଦ ଦୃଢ଼ତାର ସହ ଘୋଷଣା କରିଥିଲେ ।

ପ୍ରସାଦ କହିଥିଲେ, ରାଜନୀତିରେ ମୋର ମେଣ୍ଟର କି ଗଡ଼ଫାଦର ନାହାନ୍ତି । ଛାତ୍ରାବସ୍ଥାରୁ ସ୍ରୋତର ପ୍ରତିକୂଳରେ କଠିନ ପରିସ୍ଥିତିରେ ଗତି କରିଆସିଛି । ଦୀର୍ଘ ୩୩ ବର୍ଷ ଧରି ମାଷ୍ଟରକ୍ୟାଣ୍ଟିନ୍ ଠିକଣା ବଦଳେଇ ନାହିଁ । ଗୋଟେ ଘରେ ଅଛି । ଯେଉଁମାନେ ବାରମ୍ବାର ଘର ବଦଳାଉଛନ୍ତି, ସେମାନେ ମୋତେ ନିନ୍ଦିତ କରିବାକୁ ଉଦ୍ୟମ କରୁଛନ୍ତି । ତେବେ ମୁଁ କଂଗ୍ରେସରେ ଥିଲି, ଅଛି ଏବଂ ରହିବି । କଂଗ୍ରେସର ଅସ୍ତ୍ର ଆମେ ଛାଡ଼ିନୁ । ମାତ୍ର କଂଗ୍ରେସ ଲୋକଙ୍କୁ ବ୍ୟୁହ କରି ସଜେଇ ଦିଆଯାଇଥିବାରୁ ନିରୁପାୟ । ତେବେ ହାରିବାର ନାହିଁ । ରାଜ୍ୟ ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରଖିବି । କ୍ଷମତା ପାଇଁ ଦଳ ବଦଳେଇବାର ପ୍ରଶ୍ନ ଉଠୁନାହିଁ । ୨୦୨୪ ସାଧାରଣ ନିର୍ବାଚନ ଲଢ଼ିବି ନାହିଁ ବୋଲି ସ୍ପଷ୍ଟ କରିଥିଲେ ପ୍ରସାଦ ।

Previous Post

ନବୀନ ଫିଟ୍ ଆଣ୍ଡ ଫାଇନ୍ !

Next Post

ବୟସ୍କମାନଙ୍କୁ ବୁଷ୍ଟର ଡୋଜ୍ ଉପରେ ଗୁରୁତ୍ୱ

Next Post
ବୟସ୍କମାନଙ୍କୁ ବୁଷ୍ଟର ଡୋଜ୍ ଉପରେ ଗୁରୁତ୍ୱ

ବୟସ୍କମାନଙ୍କୁ ବୁଷ୍ଟର ଡୋଜ୍ ଉପରେ ଗୁରୁତ୍ୱ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA