Monday, May 25, 2026 07:22 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅଭ୍ୟାସଗତ ଜାଲି ବିଧାୟକ…

by Our Correspondent
26 Jan, 2017- 01:02 PM
in Latest News
1 min read
0
ଅଭ୍ୟାସଗତ ଜାଲି ବିଧାୟକ…

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇ ଛାତି ଫୁଲାଇ ଟିଭିରେ କହିଛନ୍ତି ଯେ ଜଣେ ଲୋକ ଦୁଇ ତିନିଟି ଜାଗାରେ ଭୋଟର ତାଲିକାରେ ନାଁ ରଖିବାରେ କିଛି ଅସୁବିଧା ନାହିଁ । ତାଙ୍କର ଓ ପତ୍ନୀଙ୍କର ତିନୋଟି ଜାଗାରେ ଭୋଟର ତାଲିକାରେ ନାଁ ପଞ୍ଜିକରଣ ଅଭିଯୋଗ ଆସିବା ପରେ ସେ ଏହି ପ୍ରତିକ୍ରିୟା ଦେଇଛନ୍ତି । ଅର୍ଥାତ୍ ଅଭିଯୋଗକୁ ସେ ସତ ବୋଲି ମାନିବା ସହ ତାହା ଆଇନବିରୋଧୀ ନୁହେଁ ବୋଲି ଯୁକ୍ତି ଦର୍ଶାଇଛନ୍ତି ।

ବାବୁ କିଶୋର ତରାଇ ହେଉଛନ୍ତି ଜଣେ ବିଧାୟକ । ରାଜ୍ୟର ଆଇନ ପ୍ରଣେତା । ସୁତରାଂ ଆଇନକାନୁନ୍ ଉପରେ ତାଙ୍କର ପ୍ରଗାଢ଼ ଜ୍ଞାନ ଥିବ ନଚେତ୍ ଅର୍ଜନ କରିଥବେ ବୋଲି ଆମ ଭଳି ସାଧାରଣ ଲୋକ ଭାବିବା ସ୍ୱାଭାବିକ । ନାହିଁ ଯଦି ଆଇନକାନୁନ୍ ପଢ଼ି ଜ୍ଞାନ ଆହରଣ କରୁଥିବେ ବୋଲି ଆଶା କରୁଥିଲୁ । ମାତ୍ର ତାହା ତ କରିନାହାନ୍ତି । ଓଲଟି ଏକାଧିକ ଜାଗାରେ ଭୋଟର ତାଲିକାରେ ନାଁ ରଖିବାକୁ ଆଇନସମ୍ମତ କହି ମୁର୍ଖାମୀ ଓ ଅଜ୍ଞତାର ପରିଚୟ ଦେଇଛନ୍ତି । ବିଧାୟକ ମହୋଦୟ ଏଭଳି ଅସାଧାରଣ ଜ୍ଞାନ କେଉଁଠୁ ପାଇଲେ, ତାହା ତାଙ୍କୁ ଜଣାଥିବ । ତେବେ ବିଧାୟକଙ୍କୁ ଆମେ ଜଣାଇଦେବାକୁ ଚାହୁଁ ଯେ ରିପ୍ରେଜେଣ୍ଟେସନ୍ ଅଫ ପିପୁଲସ୍ ଆକ୍ଟ ୧୯୫୦ ର ଧାରା ୧୭ ଓ ୧୮ ସେ ପଢ଼ନ୍ତୁ । ସେଥିରେ ଏହାର ସ୍ପଷ୍ଟ ବ୍ୟାଖ୍ୟା ରହିଛି । ସେଥିରେ ସିଧା ସିଧା ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି, କୌଣସି ନାଗରିକ ଏକରୁ ଅଧିକ ଥର ଇଲେକ୍ଟ୍ରରାଲ୍ ରୋଲ୍ ରେ ସାମିଲ ହୋଇପାରିବେନି ।

ଏହି ପାଠ ଅନୁଯାୟୀ ବିଧାୟକ କିଶୋର ତରାଇ ଯେ ଆଇନର ଉଲ୍ଲଂଘନ କରିଛନ୍ତି ତାହା ସ୍ପଷ୍ଟ ହୋଇଯାଇଛି । ଯୁକ୍ତି କରି ସତୀ ବୋଲାଇବା ଉଦ୍ୟମରେ ସେ ଅପରାଧକୁ ମାନି ବି ନେଇଛନ୍ତି । ଏବେ ଆଇନର ଗଣ୍ଡିରେ ସେ ଯେ ବିଧାୟକ ପାଇଁ ଅଯୋଗ୍ୟ ତାହା ଆଉ କହିବାର ଆବଶ୍ୟକତା ନାହିଁ । ତିନୋଟି ଜାଗାରେ ଭୋଟର ତାଲିକାରେ ନାଁ ଚଢ଼ାଇ ଥିବାରୁ ଆଇନ ଅନୁଯାୟୀ ତାଙ୍କ ନାଁ ରଦ୍ଦ ହୋଇଯାଇଛି । ଫଳରେ ବିଧାୟକ ହେବା ପାଇଁ ତାଙ୍କର ନୈତିକ ଓ ଆଇନଗତ ଅଧିକାର ନାହିଁ ।
କେନ୍ଦ୍ରାପଡ଼ା ଭଳି ଏକ ଶିକ୍ଷିତ ଓ ସଚେତନ ନିର୍ବାଚନମଣ୍ଡଳୀର ପ୍ରତିନିଧିତ୍ୱ କରୁଥିବା କିଶୋର ତରାଇ ଗୋଟିଏ ଜାଲିରୁ ମୁକୁଳିବା ପାଇଁ ଏକାଧିକ ଜାଲିଆତିରେ ଧରାପଡିଲେଣି । ବିଡ଼ିଓଙ୍କୁ ଚାମଚା କରି ନିଜ ପତ୍ନୀଙ୍କୁ ଅପ୍ରତିଦ୍ୱନ୍ଦୀ ନିର୍ବାଚିତ କରାଇବା ଘଟଣାର ପ୍ରାମାଣିତ ତଥ୍ୟ ନିର୍ବାଚନ କମିସନ ପାଇଲା ପରେ ଆଉ ସନ୍ଦେହର ଅବକାଶ ନାହଁ । ପୁନଶ୍ଚ ଭୋଟର ତାଲିକାରେ ତିନି ତିନି ଥର ନାଁ ଚଢ଼ାଇ ସାଂଘାତିକ ଅପରାଧର ପ୍ରମାଣ ଛାଡ଼ିଛନ୍ତି । ସାଙ୍ଗକୁ ତାହା ସପକ୍ଷରେ ଓକିଲାତି କରି ଆହୁରି ସାଂଘାତିକ ଅପରାଧ କରିଛନ୍ତି । ଆମେ ଶୁଣିଛୁ, ବିଧାୟକ ହେବା ପୂର୍ବରୁ କିଶୋର ତରାଇ ନକଲି ସିବିଆଇ ଅଫିସର ସାଜି ବିଭିନ୍ନ ଲୋକଙ୍କଠାରୁ ମାଲ୍ କଲେକ୍ସନ୍ କରୁଥିଲେ । ବିଧାୟକ ହେଲା ପରେ ବି ସେଇ ଜାଲି ଓ ନକଲି କାରବାରର ଅଭ୍ୟାସ ଛାଡ଼ିପାରି ନ ଥିବା ଏଥିରୁ ମନେ ହେଉଛି ।

ମାନିବାକୁ ପଡ଼ିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ । ଖୋଜି ଖୋଜି ଏମିତିକା ଲୋକଙ୍କୁ ସେ କିଭଳି ବିଧାୟକ ଟିକେଟ ଦେଇ ଜିତାଇ ଆଣିଛନ୍ତି ତାହା ରାଜ୍ୟବାସୀଙ୍କୁ ଚକିତ୍ କରୁଛି । ଗୋଟିଏ ପରେ ଗୋଟିଏ ଜାଲିଆତିର ପର୍ଦ୍ଦାଫାସ ହେଲା ପରେ ନବୀନ ପଟ୍ଟନାୟକ ତାଙ୍କୁ ବାନ୍ଧି ଜେଲ୍ ରେ ପୂରାଇ ଦେଲେ ଲୋକଙ୍କ ଆସ୍ଥା ଜିତନ୍ତେ । ଆଉ ଆଇନକୁ ସମ୍ମାନ ଜଣାଇ ତାଙ୍କୁ ବିଧାୟକ ପଦରୁ ଅଯୋଗ୍ୟ ଘୋଷିତ କରାଇବା ପାଇଁ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ କଲେ ନବୀନଙ୍କର ସମ୍ମାନ ଓ ଲୋକପ୍ରିୟତା ଦ୍ୱିଗୁଣ ବଢ଼ିଯାଆନ୍ତା ।

Previous Post

ଏ କେଉଁ ନ୍ୟାୟ ?

Next Post

ସତ ହୋଇଥିଲେ ସାଂଘାତିକ

Next Post
ସତ ହୋଇଥିଲେ ସାଂଘାତିକ

ସତ ହୋଇଥିଲେ ସାଂଘାତିକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA