Friday, September 4, 2026 05:26 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିଟ୍‍ ରେ ପ୍ରଥମ ୱାର୍ଲ୍ଡ ଲିଡରସିପ୍‍ କନଭେନସନ୍

ଭାରତ ବିଶ୍ୱଗୁରୁ ରହି ଆସିଛି: ରମେଶ ପୋଖରିଆଲ୍‍

by Our Correspondent
05 Feb, 2022- 06:37 PM
in Latest News, News
1 min read
0
କିଟ୍‍ ରେ ପ୍ରଥମ ୱାର୍ଲ୍ଡ ଲିଡରସିପ୍‍ କନଭେନସନ୍

ଭୁବନେଶ୍ୱର: ଭାରତ ବହୁ ପୂର୍ବରୁ ବିଶ୍ୱକୁ ନେତୃତ୍ୱ ଦେଇ ଆସୁଥିଲା ଏବଂ ଏକବିଂଶ ଶତାବ୍ଦୀରେ ଭାରତ ମଧ୍ୟ ବିଶ୍ୱର ନେତୃତ୍ୱ ନେବ ବୋଲି ପୂର୍ବତନ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ପୋଖରିଆଲ୍‍ ନିଶଙ୍କ କହିଛନ୍ତି । ଶନିବାର କିଟ୍‍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ପ୍ରଥମ ୱାର୍ଲ୍ଡ ଲିଡରସିପ୍‍ କନଭେନସନର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘ୱାର୍ଲ୍ଡ ଇଜ୍‍ ୱାନ୍‍’ ବିଷୟବସ୍ତୁ ଉପରେ ବକ୍ତବ୍ୟ ଦେଇ ଶ୍ରୀ ନିଶଙ୍କ ଏହା କହିଛନ୍ତି । ଭାରତର ସଂସ୍କୃତି, ପରମ୍ପରା ଓ ଇତିହାସ ବହୁ ପୁରାତନ । ଭାରତ ବସୁଧୈବ କୁଟୁମ୍ବକମ୍‍ ନୀତିକୁ ଆପଣାଇ ଆସିଛି । ବିଶ୍ୱର ନେତୃତ୍ୱ ନେବା ପାଇଁ ପରିବର୍ତ୍ତନକାରୀ ଭାବେ ଆଗାମୀ ଦିନରେ ଭାରତ ନେତୃତ୍ୱ ନେବ । ଏହା ସହିତ ବିଶ୍ୱର ସମସ୍ତେ ସୁଖ ଓ ଶାନ୍ତିରେ ରହିବା ହେଉଛି ଭାରତର ନୀତି ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଯୋଗଦେଇ ବିଶିଷ୍ଟ ଚିନ୍ତାନାୟକ ରାମ ମାଧବ କହିଲେ, ବିଶ୍ୱ ହେଉଛି ଏକ । ଏହା ହେଉଛି ଜ୍ଞାନ । କିନ୍ତୁ ଏହାକୁ ଠିକ୍‍ ଭାବେ କାମରେ ଲଗାଇବା ହେଉଛି ଆତ୍ମଜ୍ଞାନ । ଏହି ଆତ୍ମଜ୍ଞାନରୁ ଆମକୁ ପରମାନନ୍ଦ ମିଳିଥାଏ । ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ରୋଜଗାରକ୍ଷମ କରିବା ପାଇଁ ଜ୍ଞାନ ପ୍ରଦାନ କରିବା ସହ ଏ ପ୍ରକାର ଆତ୍ମଜ୍ଞାନ ପ୍ରଦାନ କରିବାର ଆବଶ୍ୟକତା ରହିଛି । ଛାତ୍ରଛାତ୍ରୀଙ୍କୁ ରୋଜଗାରକ୍ଷମ ଜ୍ଞାନ ବିତରଣ କରାଯିବା ସହ ସେମାନଙ୍କୁ ନୈତିକତା ଓ ମାନବିକ ମୂଲ୍ୟବୋଧ ଉପରେ ଶିକ୍ଷା ପ୍ରଦାନ କରାଯିବା ଉଚିତ । ଏ ସବୁ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିଥାଏ । ଆମକୁ ବିବେକାନନ୍ଦଙ୍କ ଭଳି ଶ୍ରେଷ୍ଠଗୁରୁ ତିଆରି କରିବାକୁ ପଡ଼ିବ ବୋଲି ଶ୍ରୀ ରାମ ମାଧବ କହିଥିଲେ ।

ଅନ୍ୟତମ ଅତିଥି ଭାବେ ଯୋଗ ଦେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, କିଟ୍‍ ଓ କିସ୍‍ ବାସ୍ତବରେ ‘ବିଶ୍ୱ ଏକ’ ନୀତିକୁ ଆପଣାଇଛି । କିଟ୍‍ ବିଶ୍ୱବିଦ୍ୟାଳୟ ବୈଶ୍ୱିକ ମାନବିକ ମୂଲ୍ୟବୋଧ, ଦୟା ଓ କରୁଣା ଉପରେ ପର୍ଯ୍ୟବେଶିତ ଅନୁଷ୍ଠାନ । ଏ ସବୁକୁ କିଟ୍‍ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବାଦିନଠାରୁ କାର୍ଯ୍ୟରେ ପାଳନ କରିଆସୁଛି ବୋଲି ଶ୍ରୀ ସାମନ୍ତ କହିଥିଲେ ।

ନ୍ୟାସନାଲ୍‍ ବୋର୍ଡ ଅଫ୍‍ ଆକ୍ରିଡିଟେସନର ଅଧ୍ୟକ୍ଷ ପ୍ରଫେସର କେ କେ ଅଗ୍ରୱାଲ୍‍ କହିଲେ, ଜ୍ଞାନ ହେଉଛି ଏକ । ତେଣୁ ଆମର ଚିନ୍ତନ ପ୍ରକ୍ରିୟାରେ ସର୍ବଦା ବିଶ୍ୱ ଏକ ବୋଲି ରହିବା ଉଚିତ ।

ୱାର୍ଲ୍ଡ ଲିଡରସିପ୍‍ ଆକାଡେମୀ ଓ କିଟ୍‍ ବିଶ୍ୱବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଦିନ ବ୍ୟାପୀ ଚାଲିଥିବା ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ତଥା ଲିଡରସିପ୍‍ ଏକାଡେମୀର ଅଧ୍ୟକ୍ଷା ପ୍ରଫେସର ସସ୍ମିତାରାଣୀ ସାମନ୍ତ କହିଲେ, ସମଗ୍ର ବିଶ୍ୱର ଶାନ୍ତି, ନ୍ୟାୟ ଓ ସ୍ଥାୟୀ ବିକାଶ ଜରିଆରେ ବିଶ୍ୱର ପରିବର୍ତ୍ତନ ପାଇଁ ପ୍ରତିବଦ୍ଧ ଥିବା ବ୍ୟକ୍ତି ବିଶେଷ, ସଂସ୍କୃତି, ସୃଜନ, ବୈଷୟିକ ଜ୍ଞାନ, ଶିକ୍ଷକ, ଛାତ୍ରଛାତ୍ରୀ, ଗବେଷକ, ପୁଞ୍ଜି ନିବେଶକ, ସର୍ଜନାକାରୀଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବାର ଏହା ଏକ ପ୍ରୟାସ ।

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଡ. ସଞ୍ଜୁ ପଣ୍ଡା, ଭାବା ଆଟୋମିକ୍‍ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଡ. ଅଜିତ କୁମାର ମହାନ୍ତି, ଚାନ୍ଦିପୁରସ୍ଥିତ ଆଇଟିଆର୍ରବ ନିର୍ଦ୍ଦେଶକ ହରେକୃଷ୍ଣ ରଥ, ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ, ଦକ୍ଷିଣ କୋରିଆର ବେକସକ ବିଶ୍ୱବିଦ୍ୟାଳୟର ପ୍ରଫେସର ଗିଓ ସୁ ଚେ, ରୋମାନିଆର ଅରେଲ୍‍ ଭ୍ଲାସିୟୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଭାଲେଣ୍ଟିନା ବାଲାସ, କାନସାସ୍‍ ବିଶ୍ୱବିଦ୍ୟାଳୟର ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଶ୍ରୀବାସ୍ତବ, ମେଘାଳୟ ଏନ୍ଆଇଟିର ନିର୍ଦ୍ଦେଶକ ଡ. ବିଭୂତି ଭୂଷଣ ବିଶ୍ୱାଳ, ଓଡ଼ିଶାର ବିଶିଷ୍ଟ ଉଦ୍ୟୋଗୀ ପ୍ରଦୀପ ମହାନ୍ତି ପ୍ରମୁଖ ଯୋଗଦେଇ ସମାନତା ନ୍ୟାୟ, ବୈଚିତ୍ର ମଧ୍ୟରେ ଅନ୍ତର୍ଭୁକ୍ତି, ସ୍ଥିର ସଂସ୍କୃତି, ସର୍ଜନା ଜରିଆରେ ବିଶ୍ୱ କିପରି ଏକ ହୋଇପାରିବ ସେ ନେଇ ଆଲୋଚନା କରିଥିଲେ ।

ୱାର୍ଲ୍ଡ ଲିଡରସିପ୍‍ ଆକାଡେମୀର କାର୍ଯ୍ୟକାରୀ ସଦସ୍ୟ ତଥା କିଟ୍‍ ସ୍କୁଲ୍‍ ଅଫ୍‍ କମର୍ସର ନିର୍ଦ୍ଦେଶକ ପ୍ରଫେସର ଜୟନ୍ତ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।

Previous Post

ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସାମ୍ବାଦିକ ମୃତ

Next Post

ବେଙ୍ଗାଲୁରରେ ଖୋଲିଲା ‘ଛପନଭୋଗ’

Next Post
ବେଙ୍ଗାଲୁରରେ ଖୋଲିଲା ‘ଛପନଭୋଗ’

ବେଙ୍ଗାଲୁରରେ ଖୋଲିଲା 'ଛପନଭୋଗ'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA