Sunday, September 6, 2026 05:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିଟ୍‍ ସ୍କୁଲରେ ‘ବିଜ୍ଞାନ ସର୍ବତ୍ର ପୂଜ୍ୟତେ’ ବିଜ୍ଞାନ ମହୋତ୍ସବ

by Our Correspondent
22 Feb, 2022- 07:15 PM
in Latest News, News
1 min read
0
କିଟ୍‍ ସ୍କୁଲରେ ‘ବିଜ୍ଞାନ ସର୍ବତ୍ର ପୂଜ୍ୟତେ’ ବିଜ୍ଞାନ ମହୋତ୍ସବ

ଭୁବନେଶ୍ୱର: କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲରେ ଆଜାଦି କା ଅମୃତ ମହୋତ୍ସବ ପାଳନର ଅଂଶବିଶେଷ ସ୍ୱରୂପ ବିଜ୍ଞାନ ସର୍ବତ୍ର ପୂଜ୍ୟତେ ଶୀର୍ଷକ ସପ୍ତାହ ବ୍ୟାପୀ ବିଜ୍ଞାନ ମହୋତ୍ସବ ଓ ପ୍ରଦର୍ଶନୀ ମଙ୍ଗଳବାର ଉଦ୍‍ଘାଟିତ ହୋଇଛି । କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟର ମୁଖ୍ୟ ବିଜ୍ଞାନ ପରାମର୍ଶଦାତା କାର୍ଯ୍ୟାଳୟ ଓ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ବୈଷୟିକ କୌଶଳ ବିଭାଗ ଆନୁକୂଲ୍ୟରେ ଭାରତ ସରକାରଙ୍କ ଡିଏସ୍‍ଟି, ଡିବିଟି, ସିଏସ୍‍ଆଇଆର, ଏମ୍‍ଓଇଏସ୍‍, ଡିଏଇ, ଡିଓଏସ୍‍, ଆଇସିଏମ୍‍ଆର, ଏଆଇସିଟିଇ, ଡିଆର୍‍ଡିଓ, ଓଡ଼ିଶା ବିଜ୍ଞାନ ଏକାଡେମୀ, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱର ନଲେଜ ଇନୋଭେସନ୍‍ ସେଣ୍ଟର, କିଟ୍‍ ଓ କିଟ୍‍-ଟିବିଆଇ ସହଯୋଗରେ ଅନୁଷ୍ଠିତ ଏହି ବିଜ୍ଞାନ ମହୋତ୍ସବ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଆଜି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ କାରିଗରୀ କୌଶଳ ତଥା ସୂଚନା ପ୍ରଯୁକ୍ତି ବିଭାଗ ସଚିବ ମନୋଜ କୁମାର ମିଶ୍ର, ଅତିରିକ୍ତ ପ୍ରମୁଖ ବନସଂରକ୍ଷକ ତଥା ଓର୍‍ସାକ୍‍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ପି. କେ. ମଲ୍ଲିକ, ସିବିଏସ୍‍ଇର ଭୁବନେଶ୍ୱର ଆଞ୍ଚଳିକ ଅଧିକାରୀ କେ. ଶ୍ରୀନିବାସନ୍‍ଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଉଦ୍‍ଘାଟିତ ହୋଇଥିଲା ।

ଏହି ଅବସରରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଉଦ୍‍ବୋଧନ ଦେଇ ଶ୍ରୀ ମିଶ୍ର କହିଲେ, ପ୍ରକୃତି ଓ ପରିବେଶର ଗଭୀର ଅନୁଶୀଳନ ହେଉଛି ବିଜ୍ଞାନ । ଏହାକୁ ଆଗେଇ ନେବା ପ୍ରକ୍ରିୟା ହେଉଛି ବୈଷୟିକ ଜ୍ଞାନ କୌଶଳ । ବର୍ତ୍ତମାନ ସମୟରେ ବୈଷୟିକ ଜ୍ଞାନ କୌଶଳ ଆମ ଜୀବନର ଅଂଶ ବିଶେଷ ପାଲଟିଯାଇଛି, ଯାହା କି କରୋନା ମହାମାରୀରୁ ପ୍ରମାଣିତ ହୋଇଛି।

ଶ୍ରୀ ମଲ୍ଲିକ କହିଲେ, ବଞ୍ଚିବା, ବଢ଼ିବା ଏବଂ ନିର୍ଭରଶୀଳ ପାଇଁ ଆମେ ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳର ଆବଶ୍ୟକ କରିଥାଉ। ବିଜ୍ଞାନ ଓ ବୈଷୟିକ କୌଶଳ ହେଉଛି ଆମର ଦୁଇ ହାତ ସଦୃଶ। ଆମେ ଯାହା ଚିନ୍ତାକରୁ ତାହା ବିଜ୍ଞାନ ଏବଂ ଏହାକୁ କାର୍ଯ୍ୟରେ ପରିଣତ କରିବା ହେଉଛି ବୈଷୟିକ ଜ୍ଞାନ। ଛାତ୍ରଛାତ୍ରୀଙ୍କଠାରେ ବୈଜ୍ଞାନିକ ମନୋବୃତ୍ତି ବିକଶିତ କରିବା ସହ ଏହାକୁ ଅଭ୍ୟାସରେ ପରିଣତ କରିବା ଉଚିତ। ବିଜ୍ଞାନ ଓ କାରିଗରୀ କୌଶଳର ବିକଶିତ କରି ଏହାକୁ କାମରେ ଲଗାଇବା ଦ୍ୱାରା ଆମର ସ୍ୱାଧୀନତା ସୁରକ୍ଷିତ ରହିପାରିବ ବୋଲି ସେ କହିଥିଲେ।

ଏହି ଅବସରରେ ବକ୍ତବ୍ୟ ଦେଇ ଶ୍ରୀନିବାସନ୍‍ କହିଲେ ଆମ ଚାରିପଟେ ଘଟୁଥିବା ଘଟଣାକୁ ଆମେ ବୁଝିବା ଆବଶ୍ୟକ ଏବଂ ଏସବୁର ବିକାଶ ପାଇଁ ଆମେ ଆମର ଜ୍ଞାନକୁ କାର୍ଯ୍ୟରେ ଲଗାଇବା ଉଚିତ। ଆମେ ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳକୁ ଆମର ଉନ୍ନତମାନର ଜୀବନଧାରଣ ଓ ସମାଜ ପାଇଁ ବ୍ୟବହାର ଉପଯୋଗୀ କରିବା ଦିଗରେ କାର୍ଯ୍ୟ କରିବା ଉଚିତ।

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ଏବେ ହେଉଛି ଜ୍ଞାନ ଓ ବିଜ୍ଞାନର ଯୁଗ। ପୂର୍ବରୁ ଛାତ୍ରଛାତ୍ରୀମାନେ ଜ୍ଞାନ ପାଇଁ କେବଳ ପୁସ୍ତକ ଉପରେ ନିର୍ଭର କରୁଥିଲେ। ବର୍ତ୍ତମାନ ସମୟରେ ବୈଷୟିକ ଜ୍ଞାନ କୌଶଳ ଆମର ଜୀବନର ଅଂଶ ବିଶେଷ ପାଲଟିଛି। ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳ ଯୋଗୁଁ ଆମେ ଆଗକୁ ବଢ଼ି ପାରିବା ବୋଲି ତାହା ଗତ ଦୁଇବର୍ଷ ମଧ୍ୟରେ କରୋନା ମହାମାରୀରୁ ପ୍ରମାଣିତ ହୋଇପାରିଛି ବୋଲି ଶ୍ରୀ ସାମନ୍ତ କହିଥିଲେ।

ଏହି କାର୍ଯ୍ୟକ୍ରମରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଚେୟାରପର୍ସନ ଡ. ମୋନାଲିସା ବଳ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ଧନ୍ୟବାଦ ଅର୍ପଣ କରିଥିଲେ ।

ସପ୍ତାହ ବ୍ୟାପୀ ଚାଲିବାକୁ ଥିବା ଏହି ବିଜ୍ଞାନ ମହୋତ୍ସବରେ ଅଗ୍ନି, ଆକାଶ, ପୃଥିବୀ, ବ୍ରହ୍ମୋସ, ଅସ୍ତ୍ର, ନାଗ ଆଦି ବିଭିନ୍ନ କ୍ଷେପଣାସ୍ତ୍ରର ମଡେଲ ପ୍ରଦର୍ଶିତ ହେବା ସହ ଅର୍ଜୁନ ଟ୍ୟାଙ୍କ, ଆର୍ଟିଲେରୀ ଗନ୍‍ ଭଳି ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯାଇଛି । ଭୁବନେଶ୍ୱରର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୧୨ଶହରୁ ଊର୍ଦ୍ଧ୍ୱ ପ୍ରତିନିଧି ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ରମ ପାଇଁ ପଞ୍ଜୀକୃତ କରିଛନ୍ତି । ଏହି ମହୋତ୍ସବରେ ବିଭିନ୍ନ ସ୍କୁଲ୍‍ର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ନ୍ୟାସ୍‍ନାଲ୍‍ ଇନୋଭେସନ୍‍ ଫାଉଣ୍ଡେସନ୍‍ ସହଯୋଗରେ ୨୦ରୁ ଊର୍ଦ୍ଧ୍ୱ ତୃଣମୂଳସ୍ତରର ବୈଜ୍ଞାନିକଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇବେ।

ଏହି ମହୋତ୍ସବ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ସମେତ ଦେଶର ୭୫ଟି ଦେଶରେ ପାଳିତ ହେଉଥିବା ବେଳେ ପାଳିତ ହେଉଥିବା ବେଳେ ମୁଖ୍ୟ କାର୍ଯ୍ୟକ୍ରମ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି ।

Previous Post

ଚତୁର୍ଥ ପର୍ଯ୍ୟାୟରେ ୭୩% ମତଦାନ

Next Post

ସ୍ୱର୍ଗତଃ ଦେବେନ୍ଦ୍ର ମିଶ୍ରଙ୍କ ସମ୍ମାନାର୍ଥେ ରକ୍ତଦାନ ଶିବିର ଆୟୋଜିତ

Next Post
ସ୍ୱର୍ଗତଃ ଦେବେନ୍ଦ୍ର ମିଶ୍ରଙ୍କ ସମ୍ମାନାର୍ଥେ ରକ୍ତଦାନ ଶିବିର ଆୟୋଜିତ

ସ୍ୱର୍ଗତଃ ଦେବେନ୍ଦ୍ର ମିଶ୍ରଙ୍କ ସମ୍ମାନାର୍ଥେ ରକ୍ତଦାନ ଶିବିର ଆୟୋଜିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA