ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ଫଳ ପ୍ରକାଶ ପାଇଛି । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ୬୬ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନକୁ ଖସି ଆସିଛନ୍ତି । ତାଙ୍କର ଅମାନତ ଛଡ଼ିଯାଇଛି । ଶାସକ ଦଳର ଲୋକପ୍ରିୟତା ଓ ରଣକୌଶଳ ଆଗରେ ବିରୋଧୀ ଦଳ ଯେ ଫିକା, ତାହା ଏହି ଉପନିର୍ବାଚନ ଫଳ ପୁଣି ଥରେ ପ୍ରମାଣିତ କରିଛି ।







