Thursday, June 25, 2026 12:06 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସର୍ବୋଚ୍ଚ ନ୍ୟାୟାଳୟ ଚାପୁଡ଼ା ପରେ…

ବିରୋଧୀ ଜଳକା, ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ସେବାୟତ

by Our Correspondent
03 Jun, 2022- 11:23 PM
in Latest News, News
1 min read
0
ସର୍ବୋଚ୍ଚ ନ୍ୟାୟାଳୟ ଚାପୁଡ଼ା ପରେ…

ଭୁବନେଶ୍ୱର: ଶ୍ରୀମନ୍ଦିର ପ୍ରକଳ୍ପ କରିଡ଼ରରେ ବେଆଇନ ନିର୍ମାଣ ଅଭିଯୋଗ ନେଇ ସୁପ୍ରିମକୋର୍ଟ ଯାଇଥିବା ବିରୋଧୀ ପକ୍ଷ ଶକ୍ତ ଚାପୁଡ଼ା ଖାଇଲା ପରେ ମୁଣ୍ଡକାନ ଆଉଁଷିଛନ୍ତି । ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ମହାପ୍ରଭୁଙ୍କ କାର୍ଯ୍ୟ ବନ୍ଦ କରିବାକୁ ଏହା ଷଡ଼ଯନ୍ତ୍ର ଥିଲା ବୋଲି ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟରୁ ସ୍ପଷ୍ଟ ହୋଇଯାଇଛି । ଶ୍ରଦ୍ଧାଳୁଙ୍କ ସ୍ୱାର୍ଥ ଉଦ୍ଦିଷ୍ଟ ମହାନ୍ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଏଭଳି ଶସ୍ତା ମାମଲାକୁ ସୁପ୍ରିମକୋର୍ଟ କଡ଼ା ଭର୍ତ୍ସନା କରିଛନ୍ତି । ଏହା ଜନସ୍ୱାର୍ଥ ନୁହେଁ, ବରଂ ବ୍ୟକ୍ତିଗତ ସ୍ୱାର୍ଥ ଥିଲା ବୋଲି କହିଛନ୍ତି । ଏହି ଅଯଥା ମାମଲା ଅଦାଲତଙ୍କ ମୂଲ୍ୟବାନ ସମୟକୁ ନଷ୍ଟ କରିଛି ବୋଲି ଖଣ୍ଡପୀଠ ବିରକ୍ତି ପ୍ରକାଶ କରି ଦୁଇ ଆବେଦନକାରୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଆଦେଶ ଦେବା ସବୁଠାରୁ ଅଧିକ ଲଜ୍ଜାର ବିଷୟ ହୋଇଛି ।

ପ୍ରକଳ୍ପ କରିଡ଼ରରେ ବେଆଇନ ନିର୍ମାଣ ଅଭିଯୋଗ ନେଇ ସୁପ୍ରିମକୋର୍ଟ ଯାଇଥିବା ଦୁଇ ଆବେଦନକାରୀ ଅଦେ୍ର୍ଧନ୍ଦୁ ଦାସ ଏବଂ ସୁମନ୍ତ ଘଡ଼େଇଙ୍କୁ ନେଇ ଅନେକଙ୍କ ମନରେ କୌତୁହଳ ସୃଷ୍ଟି ହୋଇଛି । ଏହି ମାମଲା ଉପରେ ଗତକାଲି ସୁପ୍ରିମକୋର୍ଟରେ ଦେଢ଼ଘଣ୍ଟାର ଶୁଣାଣି ପରେ ସରକାରଙ୍କ ପକ୍ଷରୁ ଲଢୁଥିବା ପୁରୀ ସାଂସଦ ପିନାକୀ ମିଶ୍ର ବାହାରେ ଗଣମାଧ୍ୟମ ଆଗରେ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ବୟାନ ରଖିଥିଲେ । ତାଙ୍କର ସନ୍ଦେହ ଥିଲା କି ଦୁଇ ଆବେଦନକାରୀ ଏତେ ସମ୍ଭଳ ଆଣିଲେ କେଉଁଠୁ? କାରଣ ସୁପ୍ରିମକୋର୍ଟରେ ସେମାନେ ଦୁଇ ଦୁଇ ଜଣ ବରିଷ୍ଠ ଓକିଲ ଛିଡ଼ା କରାଇଥିଲେ । ନିଜ ପକେଟରୁ ଏତେ ପଇସା ଦେବା ସମ୍ଭବ ହୋଇ ନ ଥିବାରୁ ଏହା ଏକ ସ୍ପନସରଡ୍ ବା ପ୍ରକ୍ସି ଲିଟିଗେସନ୍ ବୋଲି ତାଙ୍କର ଅନୁମାନ ଥିଲା ।

ସୂଚନାଥାଉକି, ବେଆଇନ ନିର୍ମାଣ ଅଭିଯୋଗ ଆଣି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଆନୁଷ୍ଠାନିକ ଭାବେ ବିଜେପି ବିରୋଧ କରିନାହିଁ । ରାଜ୍ୟ ସଂଗଠନଠାରୁ ନିଜକୁ ପୃଥକ୍ ରଖୁଥିବା କିଛି ଆତ୍ମବଡ଼ିମା ନେତା ଏହାକୁ ବିରୋଧ କରୁଥିଲେ । ସେମାନେ ହେଉଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ପୁରୀ ସଂସଦୀୟ କ୍ଷେତ୍ରର ବିଜେପି ପ୍ରାର୍ଥୀ ତଥା ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ର ।

ବୈଜୟନ୍ତ ପ୍ରଥମରୁ ଟୁଇଟ୍ କରି ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କରିବା ସହ ତାଙ୍କ ଟିଭିକୁ ପୁରୀ ପ୍ରକଳ୍ପ ନିର୍ମାଣ ବିରୋଧ କାମରେ ପୂରାପୁରି ଲଗାଇଦେଲେ । ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କ ବିରୋଧରେ ଏହାକୁ ମୁଖ୍ୟ ରାଜନୈତିକ ଅସ୍ତ୍ର କରିଦେଲେ । ପ୍ରତିଦିନ ଟୁଇଟ୍ ଏବଂ ଗଣମାଧ୍ୟମରେ ରାଜ୍ୟ ସରକାରଙ୍କ ପୁରୀ ପ୍ରକଳ୍ପ କାର୍ଯ୍ୟକୁ ଛିଗୁଲେଇ ବିବୃତି ଦେଲେ । ବଡ଼ଦାଣ୍ଡରେ ଆଇନ ଅମାନ୍ୟ ପଦଯାତ୍ରା କଲେ । ମହାପ୍ରଭୁଙ୍କ ପ୍ରତି ଭକ୍ତିଭାବ ଦେଖାଇ ବଡ଼ଦାଣ୍ଡରେ ନାଟକ କଲେ । ସେହିଭଳି ସମ୍ବିତ୍ ପାତ୍ର ଦିଲ୍ଲୀରୁ ଦୌଡ଼ି ଆସିଲେ । ଗୋଟିକ ପରେ ଗୋଟିଏ ପ୍ରେସ୍ ମିଟ୍ କରି ବର୍ଷିଲେ । ମହାପ୍ରଭୁଙ୍କୁ କୁଣ୍ଢେଇ, ମୁଣ୍ଡେଇ ବଢ଼ିଆ ଡ୍ରାମା କଲେ । ଜଗଦଗୁରୁ ଶଙ୍କରାଚାର୍ଯ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ବି ଏମାନଙ୍କୁ ଆହୁରି ଉଲ୍ଲସିତ କରିଥିଲା ।

ତେବେ ସେ ଯାହା ହେଉ, ଦୁଧ ଏବଂ ପାଣି ଅଲଗା ହୋଇଗଲା । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ସ୍ୱାଗତ କରି ଆନନ୍ଦ ପ୍ରକାଶ କରିଥିଲେ । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଥିଲେ ଯେ ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ । ଜୟ ଜଗନ୍ନାଥ ।

ରାଜ୍ୟ ସରକାର ପ୍ରକଳ୍ପ କାର୍ଯ୍ୟ ଯଥାଶୀଘ୍ର ସାରିବା ଉପରେ ଅଧିକ ଧ୍ୟାନ ଦେଇଛନ୍ତି । ସୁପ୍ରିମକୋର୍ଟ ରାୟ ଆସିଲା କ୍ଷଣି ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଏବଂ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପୁରୀ ଯାଇ ବଡ଼ଠାକୁରଙ୍କ ଦର୍ଶନ କରି ଆଶୀର୍ବାଦ ନେବା ସହ କରିଡର ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ ।

ସୁପ୍ରିମକୋର୍ଟଙ୍କ ରାୟ ଶ୍ରୀମନ୍ଦିର ସେବାୟତ ମହଲ ଏବଂ ହଜାର ହଜାର ଭକ୍ତଙ୍କ ମନରେ ଖୁସି ଖେଳାଇ ଦେଇଛି । ସଂଧ୍ୟାରେ ଶ୍ରୀମନ୍ଦିର ସେବାୟତମାନେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ଏବଂ ତାଙ୍କୁ ଖଣ୍ଡୁଆ ପାଟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

Previous Post

୩ ରାଜ୍ୟସଭା ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ

Next Post

କାଲି ପୂର୍ବାହ୍ନରେ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ

Next Post
କାଲି ପୂର୍ବାହ୍ନରେ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ

କାଲି ପୂର୍ବାହ୍ନରେ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA