Monday, June 15, 2026 12:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ହନିଟ୍ରାପରେ ମାଳ ମାଳ ନେତା, ବ୍ୟବସାୟୀ!

ରହସ୍ୟମୟୀ ଅର୍ଚ୍ଚନାଙ୍କ କଳାସାମ୍ରାଜ୍ୟ କାହାଣୀ

by Our Correspondent
08 Oct, 2022- 08:02 PM
in Crime, Latest News, News
1 min read
0
ହନିଟ୍ରାପରେ ମାଳ ମାଳ ନେତା, ବ୍ୟବସାୟୀ!

ଭୁବନେଶ୍ୱର: ରହସ୍ୟମୟୀ ମହିଳା ଅର୍ଚ୍ଚନା ନାଗର ହନିଟ୍ରାପ୍ କାହାଣୀ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି କରିଛି । ବଡ଼ବଡ଼ିଆଙ୍କୁ ଫସାଇବା ପାଇଁ ଏହି ମହିଳାଙ୍କ ଅପରେସନ୍ କାହାଣୀ ସମସ୍ତଙ୍କୁ ତାଜୁବ କରିଛି । ଯେତେ ବଡ଼ବଡ଼ିଆଙ୍କ ନାଁ ଆସୁଛି ତାହା ସତ ହୋଇଥିଲେ ଓଡ଼ିଶାରେ ଏହା ସବୁଠାରୁ ବଡ଼ କଳଙ୍କିତ ଅଧ୍ୟାୟ ହେବ । କାରଣ ଅର୍ଚ୍ଚନାଙ୍କ ହନିଟ୍ରାପରେ ଫସିଥିବା ବଡ଼ବଡ଼ିଆଙ୍କ ମଧ୍ୟରେ ମାଳ ମାଳ ନେତା, ବ୍ୟବସାୟୀ, ବିଲଡର, ଫିଲ୍ମ ପ୍ରଯୋଜକ ଏବଂ ଉଚ୍ଚପଦସ୍ଥ ଅଧିକାରୀ ଅଛନ୍ତି । ଯାହାର ତଥ୍ୟ ପ୍ରମାଣ ପୁଲିସ ହାତକୁ ଆସି ସାରିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି ।

ଓଲିଉଡର ବିଶିଷ୍ଟ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ୍ ମାମଲାରୁ ଏତେବଡ଼ ଜିନିଷ ସାମନାକୁ ଆସିଛି । ଗତ ସପ୍ତାହରେ ଶ୍ରୀ ପରିଜା ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ଯେ ଜନୈକା ଯୁବତୀ(ତାଙ୍କ ସହ ଭାଇରାଲ୍ ଭିଡ଼ିଓରେ ଥିବା) ଦୁଇ ବର୍ଷ ପୂର୍ବେ ସୋସିଆଲ୍ ମିଡିଆ ଜରିଆରେ ତାଙ୍କ ସହ ଯୋଗାଯୋଗରେ ଆସିଥିଲେ । ପରବର୍ତ୍ତୀ ସମୟରେ ଫିଲ୍ମରେ ସୁଯୋଗ ଦେବା ପାଇଁ ଅନୁରୋଧ କରିଥିଲେ ଏବଂ କ୍ରମଶଃ ତାଙ୍କର ନିକଟତ୍ତର ହୋଇଥିଲେ ।

ଏହି ଯୁବତୀ ବେଶ୍ ଚତୁରତାର ସହ ତାଙ୍କ ଅଜାଣତରେ ସେମାନଙ୍କ ଶାରୀରିକ ସମ୍ପର୍କ ସମୟର ଭିଡିଓ ଓ ଫଟୋ ରଖିଦେଇଥିଲେ । ଏହାପରେ ସେହି ଯୁବତୀ ତାଙ୍କୁ ଭିଡିଓ କଥା କହିଥିଲେ ଏବଂ ୫ ଲକ୍ଷ ଟଙ୍କା ମାଗିଥିଲେ । ସେ ଟଙ୍କା ଦେବାକୁ ମନା କରିବାରୁ ତଥାକଥିତ ମହିଳା ଆଇନଜୀବୀ(ଅର୍ଚ୍ଚନା ନାଗ) ତାଙ୍କୁ ଫୋନ୍ କରି ୩ କୋଟି ଟଙ୍କା ମାଗିଥିଲେ । ନ ଦେଲେ ସେହି ଯୁବତୀ ସହ ଅନ୍ତରଙ୍ଗ ସମୟର ଭିଡିଓ ଓ ଫଟୋ ଭାଇରାଲ୍ କରିଦେବେ ବୋଲି ଧମକ ଦେଇଥିଲେ ।

ଶ୍ରୀ ପରିଜା ତାଙ୍କ ଏତଲାରେ ପରୋକ୍ଷରେ ଜଣାଇ ଦେଇଥିଲେ ଯେ ଭାଇରାଲ୍ ଭିଡିଓ ଓ ଫଟୋ ମିଛ ନୁହେଁ । ଅର୍ଥାତ୍ ଉକ୍ତ ଯୁବତୀଙ୍କ ସହ ତାଙ୍କର ଅନ୍ତରଙ୍ଗ ସମ୍ପର୍କକୁ ସେ ଅସ୍ୱୀକାର କରି ନ ଥିଲେ ।

ସେ ଯାହା ହେଉ, ପରବର୍ତ୍ତୀ ସମୟରେ ଏହି ଯୁବତୀ(ପୀଡ଼ିତା) ଖଣ୍ଡଗିରି ଥାନାରେ ସେହି ମହିଳା ଆଇନଜୀବୀ ଅର୍ଚ୍ଚନା ନାଗଙ୍କ ବିରୋଧରେ ଏତଲା ଦେଇଥିଲେ । ଅର୍ଚ୍ଚନା, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଏବଂ ସମ୍ପର୍କୀୟ ଭାଇ ଖଗେଶ୍ୱର ତାଙ୍କୁ ଦେହ ବ୍ୟବସାୟରେ ଲଗାଉଥିଲେ । ଦୀର୍ଘ ୪ ବର୍ଷ ଧରି ବଡ଼ବଡ଼ିଆଙ୍କ ପାଖରେ ତାଙ୍କୁ ଭଡ଼ାରେ ଲଗାଯାଉଥିଲା ବୋଲି ସେ ଅଭିଯୋଗ କରିଥିଲେ ।

ଜଣେ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଉକ୍ତ ଯୁବତୀଙ୍କ ଅଭିଯୋଗ ସତ । ଅର୍ଚ୍ଚନା ତାଙ୍କୁ ଭଡ଼ାରେ ଲଗାଉଥିଲେ । ବଡ଼ବଡ଼ିଆଙ୍କ ସହ ସୋସିଆଲ୍ ମିଡ଼ିଆରେ ବନ୍ଧୁତା କଲା ପରେ ନିଜ ଘରକୁ ଡିନର୍ ପାଇଁ ଡାକୁଥିଲେ ଏବଂ ମନୋରଂଜନ ପାଇଁ ଉକ୍ତ ଯୁବତୀଙ୍କୁ ଛାଡ଼ି ଦେଉଥିଲେ । ତାଙ୍କର ଏକ ନିର୍ଦ୍ଦିଷ୍ଟ ରୁମ୍ ରେ ଅନ୍ତରଙ୍ଗ ସମ୍ପର୍କର ବ୍ୟବସ୍ଥା କରିଥିଲେ ଏବଂ ସେଠାରେ କ୍ୟାମେରା ଖଞ୍ଜି ଭିଡିଓ ରେକର୍ଡିଂ କରୁଥିଲେ । ସ୍ୱତନ୍ତ୍ର ଅତିଥିଙ୍କ କ୍ଷେତ୍ରରେ ସେ ନିଜେ ସାନ୍ନିଧ୍ୟ ଦେଉଥିଲେ । ପରବର୍ତ୍ତୀ ସମୟରେ ଅର୍ଚ୍ଚନା ଏହି ଭିଡିଓ ଦେଖାଇ ସଂପୃକ୍ତ ବଡ଼ବଡ଼ିଆଙ୍କୁ ବ୍ଲାକମେଲିଂ କରୁଥିଲେ । କେଉଁଠି ଲକ୍ଷ ତ ଆଉ କେଉଁଠି କୋଟିରେ ଖେଳ କରୁଥିଲେ ।

ସୂଚନା ଅନୁଯାୟୀ, ତିନିବର୍ଷ ତଳେ ଜଣେ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀଙ୍କୁ ସେ ବ୍ଲାକମେଲିଂ କରି ୫ କୋଟି ଟଙ୍କା ମାଗିଥିଲେ । ଏହାକୁ ନେଇ କଥା ଜଟିଳ ହୋଇଥିଲା । ସଂପୃକ୍ତ ରାଜନେତାଙ୍କ ପକ୍ଷରୁ ଅର୍ଚ୍ଚନାଙ୍କ ବିରୋଧରେ ମଞ୍ଚେଶ୍ୱର ଥାନାରେ ଏତଲା ଦିଆଯାଇଥିଲା । ମାତ୍ର ତାଙ୍କୁ ସୁରକ୍ଷା ଦେବାକୁ ଆଉ ଜଣେ ବରିଷ୍ଠ ରାଜନେତା ଆଗେଇ ଆସିଥିଲେ । ସେ ଏବଂ ତାଙ୍କ ପୁଅ ଥାନାକୁ ଆସି ଏତଲାକୁ ରଫାଦଫା କରିଦେଇଥିଲେ ।

ପରବର୍ତ୍ତୀ ସମୟରେ ଆଉ ଜଣେ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ, ଜଣେ ବିଶିଷ୍ଟ ଶିଳ୍ପପତି, ଜଣେ ପ୍ରତିଷ୍ଠିତ ସୁନା ବ୍ୟବସାୟୀଙ୍କୁ ହନିଟ୍ରାପ୍ ରେ ଫସାଇ ଅର୍ଚ୍ଚନା କୋଟି କୋଟି ଟଙ୍କା ନେଇଥିବା କୁହାଯାଉଛି ।

ଗତ ମେ’ ମାସରେ ଦକ୍ଷିଣ ଓଡ଼ିଶାର ଜଣେ ଯୁବ ବିଧାୟକ ମଧ୍ୟ ଅର୍ଚ୍ଚନାଙ୍କ ଜାଲରେ ଫସିଥିଲେ । ଟଙ୍କା ମାଗି ବିଫଳ ହେବା ପରେ ଏହି ବିଧାୟକଙ୍କ ନାଁରେ ଖଣ୍ଡିଗିରି ଥାନାରେ ଏତଲା ଦେଇଥିଲେ । ଏହା ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ହୋଇଥିଲା ।

ଅର୍ଚ୍ଚନାଙ୍କ ଗରାଖ ତାଲିକାରେ ଦୁଇ ଡର୍ଜନରୁ ଅଧିକ ନେତା, ବ୍ୟବସାୟୀ, ବିଲଡର, ଅଫିସର ଏବଂ ଫିଲ୍ମ ପ୍ରଯୋଜକ ଥିବା ପୁଲିସ ମହଲରୁ ସୂଚନା ଆସୁଛି । ନେତାଙ୍କ ମଧ୍ୟରେ ଏକାଧିକ ମନ୍ତ୍ରୀ ଓ ବିଧାୟକ ଅଛନ୍ତି । ଅର୍ଚ୍ଚନାଠାରୁ ଜବତ ଦୁଇଟି ପେନଡ୍ରାଇଭ ଏବଂ ଦୁଇଟି ମୋବାଇଲ୍ ରେ ଏମାନଙ୍କ ସହ ସମ୍ପର୍କର ତଥ୍ୟ ପ୍ରମାଣ ଅଛି । ତେବେ ଏ ସମ୍ପର୍କରେ କମିଶନରେଟ୍ ପୁଲିସ ପକ୍ଷରୁ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇନାହିଁ । ବଡ଼ବଡ଼ିଆଙ୍କ ସଂପୃକ୍ତି ଥିବାରୁ ପୁଲିସ ଏହି ମାମଲାକୁ ରଫାଦଫା କରିଦେବ ବୋଲି ସାଧାରଣରରେ ଆଶଙ୍କା ସୃଷ୍ଟି ହୋଇଛି ।

ସୂଚନାଥାଉକି, ଅର୍ଚ୍ଚନାଙ୍କ କଳା କାରନାମା ଓ ଭୁବନେଶ୍ୱରର ପଳାସୁଣୀ ସତ୍ୟବିହାରଠାରେ ରାଜ ଉଆସ ଭଳି ଘର, ଗାଡ଼ି, ଘୋଡ଼ା ସମସ୍ତଙ୍କୁ ଚକିତ କରିଥିବା ବେଳେ ଆଜି ତାଙ୍କର ଦୁଇଟି ଫୁଟେଜ୍ ପଦାକୁ ଆସିଛି । ଗୋଟିଏ ଭିଡ଼ିଓ ଫୁଟେଜ୍ ରେ ସେ ଭୁବନେଶ୍ୱରରର ଏକ ଷ୍ଟାର ହୋଟେଲରେ କୌଣସି ବଡ଼ବଡ଼ିଆଙ୍କ ସହ ଡିଲ୍ କରୁଥିବା ଦେଖିବାକୁ ମିଳୁଛି । ସଂପୃକ୍ତ ବଡ଼ବଡ଼ିଆଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍ କରିଦେବାକୁ ଡରାଇ ଏହି ଡିଲ୍ କରୁଥିବା ଜଣାପଡ଼ିଛି । ଅନ୍ୟ ଏକ ଫୁଟେଜ୍ ସେହି ଡିଲ୍ ସମ୍ପର୍କିତ । ମେସେଞ୍ଜରରେ ସେ କଥା ହୋଇ ଟଙ୍କା ଛିଣ୍ଡାଉଛନ୍ତି ।

ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସମ୍ପର୍କରେ ମଧ୍ୟ ଆଜି ଏକ ରୋଚକ ତଥ୍ୟ ସାମନାକୁ ଆସିଛି । ଭୁବନେଶ୍ୱରରେ ରାଜ ଉଆସ ଭଳି ଘର କରିଥିବା ଜଗବନ୍ଧୁଙ୍କର ଗାଁରେ ଘର ଖଣ୍ଡେ ନାହିଁ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅନ୍ତର୍ଗତ ବାଉଁଶବଣୀସ୍ଥିତ ଜନ୍ମମାଟିରେ ଜଗବନ୍ଧୁଙ୍କ ବାପା, ମାଆ ଗୋଟିଏ ନୂଆଁଣିଆ ଛାଳଛପର ମାଟିଘରେ ରହୁଛନ୍ତି ।

ଯୁକ୍ତ ଦୁଇ ପାଠ ପଢ଼ିଥିବା ଜଗବନ୍ଧୁ ୧୦ ବର୍ଷ ତଳେ ଗାଁରେ ବାପାଙ୍କ ସହ ତେଜରାତି ଦୋକାନ ଚଳାଉଥିଲେ । ଭୁବନେଶ୍ୱର ଆସିଲା ପରେ ଅର୍ଚ୍ଚନାଙ୍କୁ ପ୍ରେମ କରି ବିବାହ କରିଥିଲେ । ୫ ବର୍ଷରେ ଏହି ଦମ୍ପତ୍ତି ଭୁବନେଶ୍ୱରରେ ରାଜ ପ୍ରସାଦ ଭଳି ଘର କରିଛନ୍ତି । ଅର୍ଚ୍ଚନା ତାଙ୍କ ଗାଁ କଳାହାଣ୍ଡି କେସିଙ୍ଗାରେ ବିରାଟ କୋଠା ଠିଆ କରାଇଛନ୍ତି ।

Previous Post

ପୁଲିସ ହାତରେ ଲେଡି ବ୍ଲାକମେଲରଙ୍କ ଗରାଖ ତାଲିକା!

Next Post

ବେଙ୍ଗାଲୁରୁରେ ଦୁର୍ଘଟଣାଗ୍ରସ୍ତ ଓଡ଼ିଆ ସ୍ୱିଗିବୟଙ୍କୁ ଉଦ୍ଧାର କଲା ‘ଓଡିଶା ମୋ ପରିବାର’

Next Post
ବେଙ୍ଗାଲୁରୁରେ ଦୁର୍ଘଟଣାଗ୍ରସ୍ତ ଓଡ଼ିଆ ସ୍ୱିଗିବୟଙ୍କୁ ଉଦ୍ଧାର କଲା ‘ଓଡିଶା ମୋ ପରିବାର’

ବେଙ୍ଗାଲୁରୁରେ ଦୁର୍ଘଟଣାଗ୍ରସ୍ତ ଓଡ଼ିଆ ସ୍ୱିଗିବୟଙ୍କୁ ଉଦ୍ଧାର କଲା 'ଓଡିଶା ମୋ ପରିବାର'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA