Tuesday, April 21, 2026 10:00 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ପୁଲିସ ହାତରେ ଲେଡି ବ୍ଲାକମେଲରଙ୍କ ଗରାଖ ତାଲିକା!

ତାଲିକାରେ ନେତା, ବ୍ୟବସାୟୀ, ପ୍ରଯୋଜକ

by Our Correspondent
07 Oct, 2022- 09:09 PM
in Crime, Latest News, News
1 min read
0
ପୁଲିସ ହାତରେ ଲେଡି ବ୍ଲାକମେଲରଙ୍କ ଗରାଖ ତାଲିକା!

ଭୁବନେଶ୍ୱର: ବଡ଼ବଡ଼ିଆ ପଇସାବାଲାଙ୍କୁ ସେକ୍ସ ଜାଲରେ ଫସାଇ ବ୍ଲାକମେଲିଂ କରୁଥିବା ଅର୍ଚ୍ଚନା ନାଗକୁ ପୁଲିସ ଗିରଫ କରି ଆଜି ଜେଲ୍ ପଠାଇଛି । କୁଆଡ଼େ ବ୍ଲାକମେଲିଂ କରି କୋଟି କୋଟି ଟଙ୍କା କମେଇଛି ଏହି ଲେଡି ବ୍ଲାକମେଲର । ଭୁବନେଶ୍ୱରରେ କରିଛି ଆଲିସାନ କୋଠା, ଗୋଛା ଗୋଛା ଦାମୀ ଗାଡ଼ି, ଫାର୍ମହାଉସ୍, କାର୍ ସୋ ରୁମ୍ ଏମିତି କେତେ କ’ଣ । ୫ ବର୍ଷରେ ୫୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକ ବନିଯାଇଛି ।

ବହୁ ପଇସାବାଲା ନେତା, ବ୍ୟବସାୟୀ, ବିଲଡର୍, ଫିଲ୍ମ ପ୍ରଯୋଜକଙ୍କୁ ସେ ସେକ୍ସ ଜାଲରେ ଫସାଇ ଆସୁଥିଲା । ଆଗରୁ ଥରେ ଦି ଥର ଏହି ମହିଳା ବିରୋଧରେ ପୁଲିସରେ ଅଭିଯୋଗ ହୋଇଥିଲା । ମାତ୍ର ଚାପ ପକାଇ ଖସିଯାଉଥିଲା । ମାତ୍ର ଏଥର ତା’ର ବେଳା ଖରାପ ପଡ଼ିଗଲା । ଓଲିଉଡ୍ ର ବିଶିଷ୍ଟ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଆପତ୍ତିଜନକ ଫଟୋ ଭାଇରାଲ୍ କରିବାର ଧମକ ଦେଇ ତିନି କୋଟି ଟଙ୍କା ମାଗିବା ତାକୁ ମହଙ୍ଗା ହେଲା । ନୂଆପଲ୍ଲୀ ଥାନାରେ ଶ୍ରୀ ପରିଜାଙ୍କ ଏତଲାକ୍ରମେ ପୁଲିସ ସପ୍ତାହେ କାଳ ଛାନଭିନ କରି ତାକୁ ଧରିଲା । ତେବେ ଗଣମାଧ୍ୟମକୁ ଲୁଚାଇ ତରବରିଆ ଭାବେ କୋର୍ଟ ଚାଲାଣ କରିବା ପଛର ରହସ୍ୟକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ।

ଏହି ଲେଡି ବ୍ଲାକମେଲର୍ ଙ୍କ ବ୍ଲାକମେଲିଂ ସମ୍ପର୍କରେ ଜଣେ ପୁଲିସ ଅଧିିକାରୀ ବଢ଼ିଆ ସୂଚନା ଦେଇଛନ୍ତି । ସେ ନିଜକୁ ଓକିଲ ଏବଂ ଏକ ପ୍ରତିଷ୍ଠିତ ରାଜନୈତିକ ଦଳର ସଦସ୍ୟା ଭାବେ ପରିଚୟ ଦେଉଥିଲା । ପଇସାବାଲା ନେତା, ବ୍ୟବସାୟୀ, ଫିଲ୍ମ ପ୍ରଯୋଜକ ଏପରିକି ପୁଲିସ ଅଫିସରଙ୍କୁ ଫେସବୁକ୍ ରେ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଉଥିଲା । ବନ୍ଧୁ ହେଲା ପରେ ଫୋନ୍ ନମ୍ବର ମାଗି କଥା ହେଉଥିଲା । ତା’ ପ୍ରେମରେ ଯିଏ ପଡୁଥିଲେ ତାଙ୍କୁ ନିଜ ଘରକୁ ଡାକି ଅନ୍ତରଙ୍ଗ ମୁହୁର୍ତ୍ତ କାଟୁଥିଲା । ସେହି ଘରେ ଏକ ଗୁପ୍ତ କ୍ୟାମେରା ଲଗେଇଥିଲା । ପରବର୍ତ୍ତୀ ସମୟରେ ସେହି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓକୁ ଦେଖାଇ ଡରୋଉଥିଲା ଏବଂ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲା ।

ଦୁଇବର୍ଷ ତଳେ ଅର୍ଚ୍ଚନା ଜଣେ ପ୍ରଭାବଶାଳୀ ନେତାଙ୍କୁ ଜାଲରେ ଫସାଇ ୫୦ ଲକ୍ଷ ମାଗିଥିଲା । ଘଟଣା ସମ୍ପର୍କରେ ପରିବାର ଲୋକ ଜାଣିଲା ପରେ ନେତାଙ୍କ ଘରେ ଝଡ଼ ସୃଷ୍ଟି ହୋଇଥିଲା । ଏହି ମାମଲା ଥାନାକୁ ଯାଇଥିଲା । ମାତ୍ର ପୁଲିସ ଉପରେ ଚାପ ପକାଇ ଅର୍ଚ୍ଚନା ଖସିଯାଇଥିଲା । ଗତବର୍ଷ ଜଣେ ପ୍ରତିଷ୍ଠିତ ସୁନା ବ୍ୟବସାୟୀଙ୍କଠାରୁ ସେ ୫୦ ଲକ୍ଷ ଟଙ୍କା ନେଇଥିବା ଜଣାପଡ଼ିଛି । ୫ ବର୍ଷରେ ତା ସମ୍ପତ୍ତି ୫୦ କୋଟିରୁ ଅଧିକ ବୋଲି କୁହାଯାଉଥିବାରୁ ଏମିତି କେତେ ପଇସାବାଲା ଲୋକଙ୍କୁ ତା ପ୍ରେମ ଜାଲରେ ଫସାଇ ବ୍ଲାକମେଲିଂ କରିଛି ତାହା ସହଜରେ ଅନୁମେୟ ।

ଗିରଫ ଅର୍ଚ୍ଚନାଠାରୁ ଦୁଇଟି ପେନଡ୍ରାଇଭ୍ ଏବଂ ଦୁଇଟି ମୋବାଇଲ୍ ଫୋନ୍ ପୁଲିସ ଜବତ କରିଛି । ଏଥିରେ ସବୁ ସମ୍ପର୍କ ଓ ବ୍ଲାକମେଲିଂର ତଥ୍ୟ ପ୍ରମାଣ ଥିବାରୁ ପୁଲିସ ଏହାର ଖୁଲାସା କଲେ ସବୁ ସତ୍ୟ ପଦାକୁ ଆସନ୍ତା । କେଉଁ ବଡ଼ବଡ଼ିଆମାନେ ଅର୍ଚ୍ଚନାର ଗରାଖ ଥିଲେ ତାହା ଜଣାପଡ଼ନ୍ତା । ମାତ୍ର ପୁଲିସ ଏ ଦିଗରେ ଆଗକୁ ଯେ ବଢ଼ିବ ତାହାକୁ ନେଇ ସାଧାରଣରେ ସଂଶୟ ସୃଷ୍ଟି ହୋଇଛି । ପୁଲିସ କୌଣସି ଚାପର ବଶବର୍ତ୍ତୀ ନ ହୋଇ ସବୁ ତଥ୍ୟ ପଦାକୁ ଆଣୁ ବୋଲି ସାଧାରଣରେ ବ୍ୟଗ୍ରତା ଦେଖିବାକୁ ମିଳିଛି ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନିର୍ଦ୍ଦିଷ୍ଟ ନେତା ଓ ସମ୍ପର୍କୀୟଙ୍କ ସହ ସଂପୃକ୍ତା ଲେଡି ବ୍ଲାକମେଲର୍ ଅର୍ଚ୍ଚନାର ଅନ୍ତରଙ୍ଗ(ଆପତ୍ତିଜନକ ନୁହେଁ) ଫଟୋ ଇତିମଧ୍ୟରେ ମୋବାଇଲ୍ ରୁ ମୋବାଇଲ୍ ଘୂରି ବୁଲୁଛି । ତା’ର ଏତେବଡ଼ ଜଘନ୍ୟ କାରବାର ଓ ବଳୀୟାନ୍ ପଛରେ ଏହି ନେତା ଓ ସମ୍ପର୍କୀୟଙ୍କ ବଳ ନାହିଁ ତ ବୋଲି ଏବେ ସମସ୍ତେ ପଚରାପଚାରି ହେଉଛନ୍ତି । ଏହିସବୁ ଫଟୋରେ ଅର୍ଚ୍ଚନାଙ୍କ ସ୍ୱାମୀଙ୍କୁ ବି ଦେଖିବାକୁ ମିଳୁଛି । ଫୁଲନଖରା ନିକଟରେ ତାଙ୍କ ନାଁରେ ଏକ କାର୍ ସୋ ରୁମ୍ ଥିବାରୁ ସେଥିରେ ସଂପୃକ୍ତ ନେତାଙ୍କ ପରିବାର ଟଙ୍କା ଲାଗିଥିବା ବି ଲୋକେ ଚର୍ଚ୍ଚା କରୁଛନ୍ତି ।

Previous Post

ତେଜସ୍ୱିନୀ ବେହେରା ଓଏଏସ୍ ଟପ୍ପର

Next Post

ହନିଟ୍ରାପରେ ମାଳ ମାଳ ନେତା, ବ୍ୟବସାୟୀ!

Next Post
ହନିଟ୍ରାପରେ ମାଳ ମାଳ ନେତା, ବ୍ୟବସାୟୀ!

ହନିଟ୍ରାପରେ ମାଳ ମାଳ ନେତା, ବ୍ୟବସାୟୀ!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA