ଭୁବନେଶ୍ୱର: ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ ୨୦୨୦ ଆଜି ପ୍ରକାଶ ପାଇଛି । ଏଥିରେ ମୋଟ ୩୯୨ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୪୮ ଝିଅ ଏବଂ ୨୪୪ ପୁଅ ଅଛନ୍ତି । ପ୍ରଥମ ୧୦ ଟି ସ୍ଥାନରେ ୭ ଜଣ ଝିଅ ଅଛନ୍ତି । ପ୍ରଥମ ତିନୋଟି ସ୍ଥାନରେ ହିଁ ଝିଅଙ୍କ ବାଜିମାତ ହୋଇଛି ।
ଭୁବନେଶ୍ୱରର ୨୪ ବର୍ଷୀୟା ତେଜସ୍ୱିନୀ ବେହେରା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଦିଲ୍ଲୀ ଜେଏନୟୁରୁ ସେ ଅର୍ଥନୀତିରେ ଏମଏ ପାସ୍ କରିଛନ୍ତି । ପ୍ରଥମ ଚେଷ୍ଟାରେ ହିଁ ସେ ଏହି ସଫଳତା ପାଇଛନ୍ତି । ଭୁବନେଶ୍ୱରର ଶୁଭଙ୍କରୀ ସୁଦେଷ୍ଣା ଦାସ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେ ଜଣେ ଭେଟେନାରୀ ଡାକ୍ତର । ଦ୍ୱିତୀୟ ଚେଷ୍ଟାରେ ତାଙ୍କୁ ଏହି ସଫଳତା ମିଳିଛି । ବରଗଡ଼ର ଅନନ୍ୟା ସୃଷ୍ଟି ଶତପଥୀ ତୃତୀୟ ସ୍ଥାନରେ ଅଛନ୍ତି । ପ୍ରଥମ ଚେଷ୍ଟାରେ ସେ ଏହି ସଫଳତା ପାଇଛନ୍ତି । ବି.ଟେକ୍ ପାସ୍ ପରେ ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ୍ ସାଇନସ୍ ରୁ ସୋସିଓଲୋଜିରେ ସେ ଏମଏ କରିଛନ୍ତି ।
ପ୍ରଥମ ୨୦ ଜଣ
୧. ତେଜସ୍ୱିନୀ ବେହେରା
୨. ଶୁଭଙ୍କରୀ ସୁଦେଷ୍ଣା ଦାସ
୩. ଅନନ୍ୟା ସୃଷ୍ଟି ଶତପଥୀ
୪. ଦେବବ୍ରତ କର
୫. ଦେବବ୍ରତ ମହାରଣା
୬. ଅଭିସ୍ମିତା ତିୱାରୀ
୭. ଶୁଭଶ୍ରୀ ରଥ
୮. ଶ୍ରୀତପା ମିଶ୍ର
୯. ବିବେକାନନ୍ଦ ଷଡ଼ଙ୍ଗୀ
୧୦. ତପତି ରାଜ
୧୧. ପଙ୍କଜ କୁମାର ମହାନ୍ତ
୧୨. ତନ୍ମିତା କର
୧୩. ଅଭିଜିତ ଷଡ଼ଙ୍ଗୀ
୧୪. କସ୍ତୁରୀ ପଣ୍ଡା
୧୫. ବିଭୁପ୍ରସାଦ ସିଂହ
୧୬. ବିଶ୍ୱଜିତ ପଣ୍ଡା
୧୭. ହରପ୍ରିୟା ପୃଷ୍ଟି
୧୮. ରାମକୃଷ୍ଣ ସତ୍ୟରାଜ ଗୁରୁ
୧୯. ଅଣାକାର ନାୟକ
୨୦. ଲିତୁସ୍ମିତା ମିଶ୍ର