Sunday, June 21, 2026 02:09 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆହୁରି ବ୍ୟାପକ ହେବ ‘ଓଡିଶା ମୋ ପରିବାର’ କାର୍ଯ୍ୟକ୍ରମ

by Our Correspondent
06 Oct, 2022- 10:52 PM
in Latest News, News
1 min read
0
ଆହୁରି ବ୍ୟାପକ ହେବ ‘ଓଡିଶା ମୋ ପରିବାର’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଓଡ଼ିଶା-ମୋ ପରିବାରର ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଗତ ଦିନରେ ଓଡ଼ିଶା-ମୋ ପରିବାର ଦ୍ୱାରା ସଂପାଦନା ହୋଇଥିବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଏବଂ ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟାବଳୀ ଉପରେ ଆଲୋଚନା କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ରାଜ୍ୟର ରକ୍ତଭଣ୍ଡାର ଗୁଡ଼ିକରେ ରକ୍କ ଯୋଗାଉଥିବା ପ୍ରମୁଖ ସାମାଜିକ କାର୍ଯ୍ୟକ୍ରମ ଜୀବନବିନ୍ଦୁ ଓଡ଼ିଶା-ମୋ ପରିବାର ପରିସର ଭୁକ୍ତ ହେବାଠାରୁ ମାତ୍ର ୨୦ ମାସରେ ୨ ଲକ୍ଷରୁ ଊର୍ଦ୍ଧ୍ୱ ରକ୍ତ ସଂଗ୍ରହ କରି ସାରିଛି । ତେବେ ରକ୍ତ ଚାହିଦା ଓ ଯୋଗାଣକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ଏଥିପାଇଁ ଜୀବନବିନ୍ଦୁ ଜିଲ୍ଲା ସଂଯୋଜକମାନଙ୍କ ବ୍ୟତିତ ପ୍ରତ୍ୟକ ବ୍ଲକ ସ୍ତରରେ ସଂଯୋଜକ ମାନଙ୍କୁ ନିଯୁକ୍ତ କରାଯିବା ପାଇଁ ପ୍ରସ୍ତାବ ଉପସ୍ଥାପନା ହୋଇଥିଲା । ସେହିପରି ରାଜ୍ୟର ପ୍ରମୁଖ ୯ଟା ଡାକ୍ତରଖାନାରେ ଓଡ଼ିଶା-ମୋ ପରିବାର ଦ୍ୱାରା ହେଲ୍ପଡେସ୍କ ସ୍ଥାପନ କରାଯାଇ ରୋଗୀମାନଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦିଆଯାଉଛି। ଏହାର ଚାହିଦାକୁ ଦୃଷ୍ଟିରେ ରଖି ଅନ୍ୟ ଡାକ୍ତରଖାନା ଗୁଡ଼ିକରେ ମଧ୍ୟ ଖୁବ୍ ଶୀଘ୍ର ହେଲ୍ପଡେସ୍କ ସ୍ଥାପନା କରାଯିବ ବୋଲି ଆଲୋଚନା କରାଯାଇଥିଲା ।

ରାଜ୍ୟ ତଥା ରାଜ୍ୟ ବାହାରେ ବିପନ୍ନ ପ୍ରବାସୀ ଓଡ଼ିଆ ମାନଙ୍କୁ ସହାୟତା କ୍ଷେତ୍ରରେ ଉପୁଜୁଥିବା ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଉପୁଜୁଥିବା ଅସୁବିଧାକୁ ସୂଚାର ରୂପେ ସମାଧାନ କରିବାପାଇଁ ଓଡ଼ିଶା-ମୋ ପରିବାର ଆଗାମୀ ଦିନରେ ଗ୍ରହଣ କରିବାକୁ ଥିବା ବିଭିନ୍ନ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଶେଷରେ ଚଳିତ ମାସ ଅକ୍ଟୋବର ୧୬ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସରେ ଓଡ଼ିଶା-ମୋ ପରିବାର ଦ୍ୱାରା ବିଭିନ୍ନ ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ ବୋଲି ବୈଠକରେ ଉପସ୍ଥିତ ସାଂଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରକାଶ କରିଥିଲେ।

ଆବାହକ ଅରୁପ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାଂସଦ ପିନାକି ମିଶ୍ର, ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରଣବ ବଳବନ୍ତରାୟ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ଓଡ଼ିଶା ମୋ ପରିବାର ସଦସ୍ୟା ଶ୍ରୀମତି ଭାରତୀ ସିଂହ, ଓଡ଼ିଶା-ମୋ ପରିବାର ସହ ଆବାହକ ନଳିନୀକାନ୍ତ ପ୍ରଧାନ, ସଂପାଦକ ଦୁର୍ଗା ସାମନ୍ତରାୟ ଓ ସୁବାଷ ପାତ୍ର, ଯୁଗ୍ମ ସଂପାଦକ ରୁଦ୍ର ସାମନ୍ତରାୟ ଓ ରଞ୍ଜିତ ରାୟ, ଆଇନ ଉପଦେଷ୍ଟା ଅବନୀ ସାହୁ, ସ୍ୱାସ୍ଥ୍ୟ ଉପଦେଷ୍ଟା ଡଃ. ସତ୍ୟଜିତ ଦାଶ, ରାଜ୍ୟ ସଂଯୋଜକ ମିହିର ରାୟ ପ୍ରମୁଖ ଉପସ୍ଥିତ ଥିବାବେଳେ ଅନ୍ ଲାଇନ୍ ମାଧ୍ୟମରେ ଜୀବନବିନ୍ଦୁ ଜିଲ୍ଲା ସଂଯୋଜକ ମାନେ ଯୋଡ଼ି ହୋଇ ଏହି ସମୀକ୍ଷା ବୈଠକରେ ନିଜ ନିଜର ମନ୍ତବ୍ୟ ରଖିଥିଲେ।

Previous Post

ସମୀର-ତୁଷାର ଆଉଟ୍, ଅରୁଣ ଇନ୍

Next Post

ତେଜସ୍ୱିନୀ ବେହେରା ଓଏଏସ୍ ଟପ୍ପର

Next Post
ତେଜସ୍ୱିନୀ ବେହେରା ଓଏଏସ୍ ଟପ୍ପର

ତେଜସ୍ୱିନୀ ବେହେରା ଓଏଏସ୍ ଟପ୍ପର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA