Sunday, June 14, 2026 04:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ହାଇଦ୍ରାବାଦରେ ନିବେଶକଙ୍କୁ ଓଡ଼ିଶା ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

by Our Correspondent
17 Oct, 2022- 09:48 PM
in Latest News, News
1 min read
0
ହାଇଦ୍ରାବାଦରେ ନିବେଶକଙ୍କୁ ଓଡ଼ିଶା ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ହାଇଦ୍ରାବାଦରେ ଆଜି ଅନୁଷ୍ଠିତ ନିବେଶକ ସମ୍ମିଳନୀରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ନଭେମ୍ବର ୩୦ ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ମେକ୍ ଇନ ଓଡ଼ିଶା କନକ୍ଲେଭ୍ ରେ ଭାଗ ନେବା ଲାଗି ମୁଖ୍ୟମନ୍ତ୍ରୀ ନିବେଶକମାନଙ୍କୁ ଆମନ୍ତ୍ରଣ କରିଥିଲେ । ଦିନରେ ୫ ଘଣ୍ଟା ଧରି ସେ ପ୍ରାୟ ୪୦ ଶିଳ୍ପପତି/ନିବେଶକଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିଥିଲା ବେଳେ ସଂଧ୍ୟାରେ ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମରେ ୩୫୦ ନିବେଶକଙ୍କୁ ଉଦବୋଧନ ଦେଇଥିଲେ ।

ନିବେଶକଙ୍କୁ ଓଡ଼ିଶା ଆମନ୍ତ୍ରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଆମେ ନୂଆ ସମ୍ପର୍କ ଗଢ଼ିବାକୁ ଚାହୁଁଥିବା ବେଳେ ପୁରୁଣା ସମ୍ପର୍କକୁ ଆହୁରି ଦୃଢ଼ୀଭୂତ କରିବାକୁ ଚାହୁଁଛୁ । ଓଡ଼ିଶାର ଆଖିଦୃଶିଆ ଅଭିବୃଦ୍ଧିରେ ଆପଣ ସମସ୍ତଙ୍କର ସହଭାଗିତା ଆମେ ଚାହୁଁ । ଚଳିତବର୍ଷର ଓଡ଼ିଶା କାର୍ଯ୍ୟକ୍ରମ ସଫଳ ପାଇଁ ଆପଣ ସମସ୍ତଙ୍କ ସହଯୋଗ ଦରକାର କରୁଛୁ ।

ମୁଖ୍ୟମନ୍ତ୍ରୀ କହିଥିଲେ, ଆମେ ଶିଳ୍ପାୟନର ଏକ ନୂଆ ଯୁଗରେ ପାଦ ଦେଇଛୁ । ସରକାର, ଶିଳ୍ପସଂସ୍ଥା ଏବଂ ଜନସାଧାରଣଙ୍କ ସମ୍ମିଳିତ ଉଦ୍ୟମରେ ନିରନ୍ତର ଅଭିବୃଦ୍ଧି ସମ୍ଭବ ହୋଇପାରିବ । ଗତ ଦେଢ଼ ଦଶନ୍ଧିରେ ଓଡ଼ିଶାର ଅର୍ଥନୀତି ଦ୍ରୁତ ଗତିରେ ବଢ଼ି ଚାଲିଛି । ଜାତୀୟ ହାର ଠାରୁ ଏହାର ଅଭିବୃଦ୍ଧି ଅଧିକ ହୋଇଛି । ପ୍ରାକୃତିକ ସମ୍ପଦ, ଦକ୍ଷ ମାନବସମ୍ବଳ ଏବଂ ସ୍ଥିର ସରକାର ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି । ମ୍ୟାନଫ୍ୟାକଚରିଂ ଇନଭେଷ୍ଟମେଣ୍ଟରେ ଓଡ଼ିଶା ଦେଶର ପ୍ରମୁଖ ରାଜ୍ୟ ମଧ୍ୟରେ ଅନ୍ୟତମ ଏବଂ ନିକଟରେ ଭାରତ ସରକାର ଓଡ଼ିଶାକୁ ଆକଚିଭର୍ ମାନ୍ୟତା ଦେଇଛନ୍ତି ।

ଓଡ଼ିଶାର ଏହି ରୂପାନ୍ତର ଯାତ୍ରାରେ ସାମିଲ ହୋଇ ମେକ୍ ଇନ ଓଡ଼ିଶା କନକ୍ଲେଭ୍ ରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଶିଳ୍ପପତି ଏବଂ ନିବେଶକମାନଙ୍କୁ ଅନୁରୋଧ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା. ଇଲେକଟ୍ରୋନିକସ ଏବଂ ଆଇଟି ବିଭାଗର ସଚିବ ମନୋଜ ମିଶ୍ର, ଷ୍ଟାଟ ଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ଓମକାର ରାଏ, ଫିକିର ମହାନିଦେ୍ର୍ଦଶକ ଅରୁଣ ଚାୱାଲ୍ ପ୍ରମୁଖ ଉପସ୍ଥିତ ଥିଲେ ।

Previous Post

ଠିକା ନିଯୁକ୍ତି ନିୟମିତ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

Next Post

ଚର୍ଚ୍ଚାରେ ରାଜୁ ଦାସଙ୍କ ଷ୍ଟାର୍ କ୍ୟାମ୍ପନର୍ ତାଲିକା

Next Post
ଚର୍ଚ୍ଚାରେ ରାଜୁ ଦାସଙ୍କ ଷ୍ଟାର୍ କ୍ୟାମ୍ପନର୍ ତାଲିକା

ଚର୍ଚ୍ଚାରେ ରାଜୁ ଦାସଙ୍କ ଷ୍ଟାର୍ କ୍ୟାମ୍ପନର୍ ତାଲିକା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA