Sunday, November 15, 2026 07:42 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ହକି ବିଶ୍ୱକପ୍ ପାଇଁ ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ

by Our Correspondent
28 Dec, 2022- 03:38 PM
in Latest News, News
1 min read
0
ହକି ବିଶ୍ୱକପ୍ ପାଇଁ ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ
ଭୁବନେଶ୍ୱର: ଓଡ଼ିଶାରେ ଆୟୋଜିତ ହେଉଥିବା ହକି ବିଶ୍ୱକପ୍ ଲାଗି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହିକ୍ରମରେ ଖାଦ୍ୟଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ସକାଳେ ଚେନ୍ନାଇଠାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ୍ ଙ୍କୁ ଭେଟି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ସେହିଭଳି ଦିଲ୍ଲୀ ଗସ୍ତରେ ଥିବା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍. ଜଗନ ମୋହନ ରେଡ୍ଡୀଙ୍କୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଭେଟି ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ ।

ଚେନ୍ନାଇଠାରେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣପତ୍ର ପ୍ରଦାନ ବେଳେ ତାଙ୍କ ପୁଅ ତଥା ରାଜ୍ୟ କ୍ରୀଡ଼ାମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ ଉପସ୍ଥିତ ଥିଲେ । ମନ୍ତ୍ରୀ ଅତନୁ ନିମନ୍ତ୍ରଣପତ୍ର ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ହକି ଇଣ୍ଡିଆ ଟି-ସାର୍ଟ ଉପହାର ଦେଇଥିଲେ ।

ସେହିଭଳି ଦିଲ୍ଲୀଠାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ ବେଳେ ରାଜ୍ୟସଭାରେ ୱାଇଏସଆରସିପି ଦଳର ନେତା ବିଜୟ ସାଏ ରେଡ୍ଡୀ ଉପସ୍ଥିତ ଥିଲେ । କଥାବାର୍ତ୍ତା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ଷ୍ଟାଲିନ୍ ଏବଂ ଶ୍ରୀ ରେଡ୍ଡୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଉଦ୍ୟମକୁ ବେଶ୍ ପ୍ରଶଂସା କରିଥିଲେ ।

ଗତକାଲି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଭୋପାଳଠାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଭେଟି ବିଶ୍ୱକପ୍ ହକି ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ । ଶ୍ରୀ ଚୌହାନ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଓଡ଼ିଶାକୁ ବିଶ୍ୱକପ୍ ହକି ଦେଖି ଆସିବାର ସମ୍ଭାବନା ଦେଇଥିଲେ ।
ସୂଚନାଯୋଗ୍ୟ, ହକି ବିଶ୍ୱକପ୍ ଲାଗି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ଓଡ଼ିଶା ନିମନ୍ତ୍ରଣ କରିବାକୁ ନିଷ୍ପତ୍ତି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକର ନିଷ୍ପତ୍ତି ପରେ ୧୯ ଜଣ ମନ୍ତ୍ରୀ ବିଭିନ୍ନ ରାଜ୍ୟକୁ ଯାଇ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ ପତ୍ର ପ୍ରଦାନ କରିବାକୁ ସ୍ଥିର ହୋଇଥିଲା ।
କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କେଉଁ ମନ୍ତ୍ରୀ ନିମନ୍ତ୍ରଣ କରିବେ
ୱାଇ.ଏସ୍. ଜଗନମୋହନ ରେଡ୍ଡୀ(ଆନ୍ଧ୍ରପ୍ରଦେଶ)- ଅଶୋକ ଚନ୍ଦ୍ର ପଣ୍ଡା
କେ.ଚନ୍ଦ୍ରଶେଖର ରାଓ(ତେଲେଙ୍ଗାନା)- ଅଶୋକ ଚନ୍ଦ୍ର ପଣ୍ଡା
ପୁଷ୍କର ସିଂ ଧାମି(ଉତ୍ତରାଖଣ୍ଡ)- ଅଶ୍ୱିନୀ କୁମାର ପାତ୍ର
ପୁଡୁଚେରୀ(ଏନ.ରଙ୍ଗାସ୍ୱାମୀ)- ଅତନୁ ସବ୍ୟସାଚୀ ନାୟକ
ଏମ.କେ.ଷ୍ଟାଲିନ୍(ତାମିଲନାଡୁ)- ଅତନୁ ସବ୍ୟସାଚୀ ନାୟକ
ପୀନାରାଇ ବିଜୟନ୍(କେରଳ)- ଅତନୁ ସବ୍ୟସାଚୀ ନାୟକ
ଡକ୍ଟର ମାଣିକ ଶାହା(ତ୍ରିପୁରା)- ବାସନ୍ତୀ ହେମ୍ବ୍ରମ୍
ହେମନ୍ତ ସୋରେନ୍(ଝାଡ଼ଖଣ୍ଡ)- ଜଗନ୍ନାଥ ସାରକା୦
ଭଗୱନ୍ତ ସିଂ ମାନ୍(ପଞ୍ଜାବ)- ନବ କିଶୋର ଦାସ
ଅରବିନ୍ଦ କେଜ୍ରିୱାଲ୍(ଦିଲ୍ଲୀ)- ନିରଞ୍ଜନ ପୂଜାରୀ
ଯୋଗୀ ଆଦିତ୍ୟନାଥ(ଉତ୍ତର ପ୍ରଦେଶ)- ନିରଞ୍ଜନ ପୂଜାରୀ
ହିମନ୍ତ ବିଶ୍ୱ ଶର୍ମା(ଆସାମ)- ପ୍ରଦୀପ କୁମାର ଅମାତ୍
କୋନାଡ କଙ୍ଗକାଲ ସାଙ୍ଗମା(ମେଘାଳୟ)- ପ୍ରଦୀପ କୁମାର ଅମାତ୍
ନୀତୀଶ କୁମାର(ବିହାର)- ପ୍ରଫୁଲ୍ଲ କୁମାର ମଲ୍ଲିକ
ମମତା ବାନାର୍ଜୀ(ପଶ୍ଚିମବଙ୍ଗ)- ଉଷା ଦେବୀ
ଏକନାଥ ସିନେ୍ଧ(ମହାରାଷ୍ଟ୍ର)- ପ୍ରତାପ କେଶରୀ ଦେବ
ପ୍ରମୋଦ ସାୱନ୍ତ(ଗୋଆ)- ପ୍ରତାପ କେଶରୀ ଦେବ
ଶିବରାଜ ସିଂ ଚୌହାନ(ମଧ୍ୟ ପ୍ରଦେଶ)- ରୋହିତ ପୂଜାରୀ
ଅଶୋକ ଗେହଲଟ୍(ରାଜସ୍ଥାନ)- ରାଜେନ୍ଦ୍ର ଢ଼ୋଲକିଆ
ଭୂପେନ୍ଦ୍ର ପଟେଲ(ଗୁଜୁରାଟ)- ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ଭୂପେଶ ବାଘେଲ(ଛତିଶଗଡ଼)- ରୀତା ସାହୁ
ନେଇଫିୟୁ ରିଓ(ନାଗାଲାଣ୍ଡ)- ରୋହିତ ପୂଜାରୀ
ପ୍ରେମ ଖଣ୍ଡୁ(ଅରୁଣାଚଳ ପ୍ରଦେଶ)- ରୋହିତ ପୂଜାରୀ
ଏନ.ବିରେନ୍ ସିଂ(ମଣିପୁର)- ସମୀର ରଂଜନ ଦାଶ
ପୁ ଜୋରମାଥାଙ୍ଗା(ମିଜୋରାମ)- ସମୀର ରଂଜନ ଦାଶ
ପିଏସ ଗୋଲେ(ସିକିମ)- ଶ୍ରୀକାନ୍ତ ସାହୁ
ସୁଖବିନ୍ଦର ସିଂ ସୁଖୁ(ହିମାଚଳ ପ୍ରଦେଶ)- ଟୁକୁନି ସାହୁ
ବାସବରାଜ ବୋମାଇ(କର୍ଣ୍ଣାଟକ)- ତୁଷାରକାନ୍ତି ବେହେରା
ମନୋହର ଲାଲ(ହରିଆନା)- ପ୍ରମିଳା ମଲ୍ଲିକ
Previous Post

ଅର୍ନ୍ତଜାତୀୟ ଉଡ଼ାଣକୁ କ୍ୟାବିନେଟ୍ ମୋହର

Next Post

ଓଡ଼ିଶାରେ ନିର୍ବାଚନ ପ୍ରଚାର ଆରମ୍ଭ କଲେ ନଡ୍ଡା

Next Post
ଓଡ଼ିଶାରେ ନିର୍ବାଚନ ପ୍ରଚାର ଆରମ୍ଭ କଲେ ନଡ୍ଡା

ଓଡ଼ିଶାରେ ନିର୍ବାଚନ ପ୍ରଚାର ଆରମ୍ଭ କଲେ ନଡ୍ଡା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA