Wednesday, April 22, 2026 04:46 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଓଡ଼ିଶାରେ ନିର୍ବାଚନ ପ୍ରଚାର ଆରମ୍ଭ କଲେ ନଡ୍ଡା

by Our Correspondent
28 Dec, 2022- 06:27 PM
in Latest News, News, Politics
1 min read
0
ଓଡ଼ିଶାରେ ନିର୍ବାଚନ ପ୍ରଚାର ଆରମ୍ଭ କଲେ ନଡ୍ଡା
ଭୁବନେଶ୍ୱର: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଆଜି ଓଡ଼ିଶା ଗସ୍ତରେ ଆସି କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଏବଂ ପୁରୀ ଜିଲ୍ଲାର ବାଣପୁରଠାରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରିଥିଲେ । ଦୁଇଟିଯାକ ସଭାରେ ଯେ କେନ୍ଦ୍ରର ମୋଦି ସରକାରଙ୍କ ସଫଳତାର କାହାଣୀ କହିବା ସହିତ ଓଡ଼ିଶାରେ ବିଜେଡି ଶାସନ ହଟାଇବା ପାଇଁ ଆହ୍ୱାନ ଦେଇଥିଲେ । ସାଧାରଣ ନିର୍ବାଚନକୁ ଆହୁରି ବର୍ଷେ ଥିଲା ବେଳେ ଏହିଭଳି ଭାବେ ନଡ୍ଡା ଓଡ଼ିଶାକୁ ଫୋକସ୍ ରେ ରଖି ବିଜୟ ସଂକଳ୍ପ ସମାବେଶ ଜରିଆରେ ପ୍ରଚାର ଆରମ୍ଭ କରିଦେଇଛନ୍ତି । ଭାଷଣ ଜରିଆରେ ସେ ଦଳୀୟ ନେତା ଓ କର୍ମୀଙ୍କ ମନୋବଳ ବଢ଼ାଇବାକୁ ଉଦ୍ୟମ କରିଛନ୍ତି ।
ତୁମୁଡ଼ିବନ୍ଧ ସଭାରେ ଶ୍ରୀ ନଡ୍ଡା କେନ୍ଦ୍ରରେ ମୋଦୀ ସରକାରଙ୍କ ସଫଳତାର କାହାଣୀ ରଖିଥିଲେ । କହିଥିଲେ, ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଅନେକ କାମ କରିଛନ୍ତି । ଦେଶରେ ସର୍ବାଧିକ ୮୭ଟି ଏକଲବ୍ୟ ଆବାସିକ ସ୍କୁଲ ଓଡ଼ିଶାରେ ହୋଇଛି । ୩୦୦ କୋଟି ଟଙ୍କାରେ ଭୁବନେଶ୍ୱର ରେଳ ଷ୍ଟେସନ ଚକାଚକ ହେଉଛି । ପ୍ରତି ଘରକୁ ଟ୍ୟାପ୍ ପାଣି ପାଇଁ ୩୩୨୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ୍ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଏନସିଆରବି ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ମହିଳା ନିର୍ଯ୍ୟାତନା ଦ୍ୱିଗୁଣିତ ହୋଇଛି । ମହିଳା ଚାଲାଣରେ ଓଡ଼ିଶା ଦେଶରେ ସବୁଠାରୁ ଆଗରେ । ଓଡ଼ିଶା ପୁଲିସ ଉପରେ ମଧ୍ୟ ସବୁଠାରୁ ଅଧିକ ଆକ୍ରମଣ ହୋଇଛି । ଯେଉଁଠି ରକ୍ଷକ ନିଜେ ଅସୁରକ୍ଷିତ, ସେ ସୁରକ୍ଷା ଦେବ କେମିତି? ଏହା ଏଭଳି ଏକ ରାଜ୍ୟ, ଯେଉଁଠି ସରକାର କିଏ ଚଳାଉଛି ଜଣାପଡୁନି । ଏଭଳି ସରକାରକୁ ଛୁଟି କରିଦେବା ଦରକାର ବୋଲି କହିଲେ ।
ଆୟୁଷ୍ମାନ୍ ଭାରତ ଯୋଜନା ପ୍ରସଙ୍ଗରେ କହିଥିଲେ, ଆୟୁଷ୍ମାନ ଭାରତ ଯୋଜନାରୁ ଓଡ଼ିଶାବାସୀଙ୍କୁ ବଞ୍ଚିତ କରୁଛନ୍ତି । ରାଜ୍ୟର ହିତ କଥା କହୁଥିବା ନବୀନ ବାବୁ ୬୦ ଲକ୍ଷ ଲୋକଙ୍କୁ ବଞ୍ଚିତ କରୁଛନ୍ତି । ମୋଦି ସ୍ୱାସ୍ଥ୍ୟସେବା ଦେବାକୁ ଚାହୁଁଛନ୍ତି, ନବୀନ ସେଥିରେ ଅନ୍ତରାୟ ହେଉଛନ୍ତି । ରତ୍ନଭଣ୍ଡାରକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିଲେ । ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା ବୋଲି ପ୍ରଶ୍ନ କରି ଏହାକୁ କାହିଁକି ସୁରକ୍ଷିତ କରାଯାଉନି ବୋଲି ପ୍ରଶ୍ନ କରିଥିଲେ । ସେହିଭଳି ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଆଡ଼େ ଗଲା ବୋଲି ପଚାରିଥିଲେ ।
କେବଳ ଲୋକସଭା ନୁହେଁ, ବିଧାନସଭା କ୍ଷେତ୍ରରେ ବିଜେପିକୁ ଭୋଟ ଦେଇ ଡବଲ ଇଞ୍ଜିନ ସରକାର ଆଣିବାକୁ ଶ୍ରୀ ନଡ୍ଡା ଆହ୍ୱାନ ଦେଇଥିଲେ ।
ଦୁଇଟି ଯାକ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ । ଓଡ଼ିଆ ଜାତି କାହାରି ଜାଗିର ନୁହେଁ । ଏ ସରକାର ଆକୁଣ୍ଠ ଭ୍ରଷ୍ଟାଚାରରେ ବୁଡ଼ି ରହିଛି । ଏ ସରକାର ବଦଳାଇବାକୁ ସେ ଆହ୍ୱାନ ଦେଇଥିଲେ ।
ସଂଧ୍ୟାରେ ନାଚୁଣୀଠାରେ କାର୍ଯ୍ୟକର୍ତ୍ତାମାନଙ୍କର ବୈଠକରେ ଶ୍ରୀ ନଡ୍ଡା ଦଳୀୟ ରଣନୀତି ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
Previous Post

ହକି ବିଶ୍ୱକପ୍ ପାଇଁ ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ

Next Post

ଦୁର୍ବଳ ସଂଗଠନକୁ ସଜାଡ଼ିବା ପାଇଁ ନଡ୍ଡାଙ୍କ ଗସ୍ତ: ବିଜେଡି

Next Post
ଦୁର୍ବଳ ସଂଗଠନକୁ ସଜାଡ଼ିବା ପାଇଁ ନଡ୍ଡାଙ୍କ ଗସ୍ତ: ବିଜେଡି

ଦୁର୍ବଳ ସଂଗଠନକୁ ସଜାଡ଼ିବା ପାଇଁ ନଡ୍ଡାଙ୍କ ଗସ୍ତ: ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA