Friday, June 26, 2026 02:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଶାର ଆଏନା ପିନ୍ଧିଲେ କିଟ୍ ନହ୍ନିପରୀ ମୁକୁଟ

by Our Correspondent
30 Dec, 2022- 09:04 PM
in News
1 min read
0
ଓଡ଼ିଶାର ଆଏନା ପିନ୍ଧିଲେ କିଟ୍ ନହ୍ନିପରୀ ମୁକୁଟ

ଭୁବନେଶ୍ୱର: ଭୁବନେଶ୍ୱରର ଝିଅ ଆଏନା ରାଉତରାୟ କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୨୨ ଟାଇଟଲ୍ ହାସଲ୍ କରିଛନ୍ତି । କିଟ୍ ପକ୍ଷରୁ ଆୟୋଜିତ ‘କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୨୨ର ଫାଇନାଲ୍ ତଥା ମେଗା ରାଉଣ୍ଡ ଗୁରୁବାର ଶେଷ ହୋଇଛି । ଏହି ମେଗା ଅଡ଼ିସନ୍ ତଥା ଫାଇନାଲ୍ ରାଉଣ୍ଡରେ ସମଗ୍ର ଦେଶରୁ ୯ଜଣ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ଆଏନା ନହ୍ନିପରୀ ମୁକୁଟ ସହ ୩ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ପୁରସ୍କାର ଲାଭ କରିଛନ୍ତି ।

ସେମିଫାଇନାଲ୍‌କୁ ୨୬ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ଜଣ ଫାଇନାଲ୍ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଥିଲେ । ମେଘାଳୟର ରାଇସା ସେହନାୱାଜ୍‍ ପ୍ରଥମ ରନର୍ସଅପ୍ ହୋଇଥିବା ବେଳେ ଗୋଆର ସାଚି ରାଜେଶ ସାୱନ୍ତ ଦ୍ୱିତୀୟ ରନର୍ସ ଅପ୍ ହୋଇଥିଲେ । ଏହି ଦୁଇ ରନର୍ସ ଅପ୍‌ଙ୍କୁ ଯଥାକ୍ରମେ ୧ ଲକ୍ଷ ଓ ୫୦ ହଜାର ଟଙ୍କାର ନଗଦ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଥିଲା । ଫାଇନାଲ୍ ରାଉଣ୍ଡରେ ପ୍ରତିଯୋଗୀମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିଥିଲା ।

ଏହି ପ୍ରତିଯୋଗିତାର ୧୦ଟି ବିଭିନ୍ନ ବିଭାଗ ଯଥା ମିସ୍ ରାପୁଞ୍ଜେଲ୍ (ସୁନ୍ଦର କେଶ) ପାଇଁ ଆଏନା, ଲିଟିଲ୍ ମିସ୍ ଫଟୋଜେନିକ ପାଇଁ ଝାଡ଼ଖଣ୍ଡର ଅଭିସିକା ଚାନ୍ଦ୍‌, ଲିଟିଲ୍ ମିସ୍ ସେଲ୍‌ଫି ପାଇଁ (ଫେସ୍‌ବୁକ୍‌ରେ ସର୍ବାଧିକ ଲାଇକ୍‌) ପାଇଁ ସିକିମ୍‍ର ସିଦ୍ଧିକା ପ୍ରସାଦ, ଲିଟିଲ୍ ମିସ୍ ମୋନାଲିସା ସାଚ୍ଚିି ରାଜେଶ ସାୱନ୍ତ, ଲିଟିଲ୍ ମିସ୍ ଉଇଜ୍‌କିଡ୍ (କୁଇଜ୍‌ରେ ସର୍ବାଧିକ ନମ୍ବର) ସିକିମ୍‍ର ଆନଭି ବନିଆ, ମିସ୍ ସିଣ୍ଡ୍ରେଲା (ଶ୍ରେଷ୍ଠ ବ୍ୟକ୍ତିତ୍ୱ) ପାଇଁ ଭୁବନେଶ୍ୱରର କ୍ରିଷିତା ମହାପାତ୍ର, ମିସ୍ ଉର୍ବଶୀ (ଶ୍ରେଷ୍ଠ ଜ୍ଞାନର ଅଧିକାରିଣୀ) ରାଇଶା ସାହାନାୱାଜ୍‍, ମିସ୍‍ ପର୍ସନାଲିଟି କୋଲକାତା ପାରିଜାତ ଚୌଧୁରୀ, ମିସ୍ ମୋନାଲିସା ପାଇଁ ସାଚ୍ଚି ରାଜେଶ ସାୱନ୍ତ ଏବଂ ମିସ୍ ଆକ୍ଟିଭ୍ ପାଇଁ ଭୁବନେଶ୍ୱର ଚିରଶ୍ରୀ ସାଗରିକା ପୁରସ୍କୃତ ହୋଇଥିଲେ । ପୁରସ୍କାର ବାବଦକୁ ପ୍ରତ୍ୟେକଙ୍କୁ ନଗଦ ଅର୍ଥରାଶି, ମୁକୁଟ ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା ।

ଏଥର ମୋଟ ୪୧ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଥିଲା । ସେଥି ମଧ୍ୟରୁ ଟାଇଟଲ୍ ବିଜୟିନୀଙ୍କୁ କିଟ୍ ବିଶ୍ୱବିଦ୍ୟାଳୟରେ ଯେ କୌଣସି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଶତ ପ୍ରତିଶତ ଫି ଛାଡ଼ ଅର୍ଥାତ ସର୍ବାଧିକ ୧୮ ଲକ୍ଷ ଟଙ୍କା, ୩ ଲକ୍ଷ ଟଙ୍କା ନଗଦ ଅର୍ଥରାଶି ସହ ମୋଟ୨୧ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବା ସହ ନିଜ ବାପା କିମ୍ବା ମାଆଙ୍କ ସହିତ ଏକ ସପ୍ତାହ ଦକ୍ଷିଣ କୋରିଆ ପରିଭ୍ରମଣର ସୁଯୋଗ ମିଳିବ । ସେହିପରି ପ୍ରଥମ ରନର୍ସ ଅପ୍‌ଙ୍କୁ ସମୁଦାୟ ପୁରସ୍କାର ରାଶି ୧୦ ଲକ୍ଷ ଥିବା ବେଳେ ୧ଲକ୍ଷ ଟଙ୍କା ନଗଦ ଅର୍ଥ ରାଶି ଏବଂ କିଟ୍‌ରେ ନାମ ଲେଖାଇଲେ ୫୦ ପ୍ରତିଶତ ଫି ଛାଡ଼ ଅର୍ଥାତ ସର୍ବାଧିକ ୯ ଲକ୍ଷ ଟଙ୍କା ଫି ଛାଡ଼ କରାଯିବ । ଦ୍ୱିତୀୟ ରନର୍ସଅପ୍‌କୁ ୫୦ହଜାର ଟଙ୍କା ଓ କିଟ୍‌ରେ ନାମ ଲେଖାଇଲେ ୫୦ ପ୍ରତିଶତ ଫି ଛାଡ଼ ଅର୍ଥାତ ସର୍ବାଧିକ ୯ ଲକ୍ଷ ଟଙ୍କା ଫି ଛାଡ଼ର ବ୍ୟବସ୍ଥା ରହିଛି । ଅନ୍ୟାନ୍ୟ ବର୍ଗରେ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ ନହ୍ନିପରୀର ମୁଖ୍ୟ ପୃଷ୍ଠପୋଷକ ଅଚ୍ୟୁତ ସାମନ୍ତ, ପୃଷ୍ଠପୋଷକ ମଳୟ ମହାପାତ୍ର, ନହ୍ନିପରୀ କୋର କମିଟିର ସଦସ୍ୟା ଡ. ସୁଚେତା ପ୍ରିୟବାଦିନୀ, ଡ. ଶ୍ରଦ୍ଧାଞ୍ଜଳି ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଚଳିତବର୍ଷ ନହ୍ନିପରୀର ସ୍ୱତନ୍ତ୍ର ଆକର୍ଷଣ ଥିଲା କୋରିଆର ଗ୍ଲୋରିଆ କୋରିଆନ୍‍ ଡ୍ୟାନ୍‍ସ ଗ୍ରୁପ୍‍ ଓ ସିରିଆ ମ୍ୟୁଜିକ୍‍ ଆଫ୍ରୋ ଡ୍ୟାନ୍‍, ସିନାଲିଜ୍‍ ଓ ଏମ୍‍ ଜୋନ ଡ୍ୟାନ୍‍ସ ଷ୍ଟୁଡ଼ିଓ ଦ୍ୱାରା ନୃତ୍ୟ ପରିବେଷଣ । ସେହିପରି ଅତିଥି ଭାବେ ଫେମିନା ମିସ୍‍ ଇଣ୍ଡିଆ ୱାଲ୍‍ର୍ଡ ୨୦୨୦ ମୋନସା ବାରନାସି, ଫେମିନା ମିସ୍‍ ଇଣ୍ଡିଆ ରନର୍ସ ଅପ୍‍ ୨୦୨୦ ମାନ୍ୟା ସିଂହ, ମିସ୍‍ ଦିବା ସୁପ୍ରା ନ୍ୟାସ୍‍ନାଲ୍‍ ଇଣ୍ଡିଆ ପ୍ରଜ୍ଞା ଆୟାଗରି, ଇଣ୍ଟରନ୍ୟାସ୍‍ନାଲ୍‍ ହ୍ୟୁମାନିଟି ଜେନେରାଲ୍‍ର ଗଭର୍ଣ୍ଣର ଚି ୟୁକେ ଚଙ୍ଗ, କୋରିଆ-ଭାରତ ସାଂସ୍କୃତିକ ବିନିମୟ ସଂଘର ସଭାପତି ଅଧ୍ୟକ୍ଷା ନାମ୍‍-ସୁକ୍‍ ୟଙ୍ଗ, ସିଓଲସ୍ଥିତ ମୋନାରେଟେକ୍‍ କମ୍ପାନୀର ଅଧ୍ୟକ୍ଷ ଜେ ଆର ଜୋସେଫ ଚୋ, ଅଲିମ୍ପିଆନ୍‍ ଦୂତି ଚାନ୍ଦ, ସିନେ ଅଭିନେତ୍ରୀ ଅର୍ଚ୍ଚତା ସାହୁ, ସିନେ ଅଭିନେତା ସବ୍ୟସାଚି ମହାପାତ୍ର ଓ ଫେସନ ଡିଜାଇନର ସାନ୍‍ଲିସା ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

Previous Post

ଅଚିହ୍ନା ଶବପାଇଁ ସାହାରା ସାଜିଲା ‘ଶେଷ ସାଥି’

Next Post

ମାର୍ଚ୍ଚ ୧ରୁ ଯୁକ୍ତ ଦୁଇ ପରୀକ୍ଷା

Next Post
ମାର୍ଚ୍ଚ ୧ରୁ ଯୁକ୍ତ ଦୁଇ ପରୀକ୍ଷା

ମାର୍ଚ୍ଚ ୧ରୁ ଯୁକ୍ତ ଦୁଇ ପରୀକ୍ଷା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA