ଭୁବନେଶ୍ୱର: ଭୁବନେଶ୍ୱରର ଝିଅ ଆଏନା ରାଉତରାୟ କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୨୨ ଟାଇଟଲ୍ ହାସଲ୍ କରିଛନ୍ତି । କିଟ୍ ପକ୍ଷରୁ ଆୟୋଜିତ ‘କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୨୨ର ଫାଇନାଲ୍ ତଥା ମେଗା ରାଉଣ୍ଡ ଗୁରୁବାର ଶେଷ ହୋଇଛି । ଏହି ମେଗା ଅଡ଼ିସନ୍ ତଥା ଫାଇନାଲ୍ ରାଉଣ୍ଡରେ ସମଗ୍ର ଦେଶରୁ ୯ଜଣ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ଆଏନା ନହ୍ନିପରୀ ମୁକୁଟ ସହ ୩ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ପୁରସ୍କାର ଲାଭ କରିଛନ୍ତି ।
ସେମିଫାଇନାଲ୍କୁ ୨୬ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ଜଣ ଫାଇନାଲ୍ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଥିଲେ । ମେଘାଳୟର ରାଇସା ସେହନାୱାଜ୍ ପ୍ରଥମ ରନର୍ସଅପ୍ ହୋଇଥିବା ବେଳେ ଗୋଆର ସାଚି ରାଜେଶ ସାୱନ୍ତ ଦ୍ୱିତୀୟ ରନର୍ସ ଅପ୍ ହୋଇଥିଲେ । ଏହି ଦୁଇ ରନର୍ସ ଅପ୍ଙ୍କୁ ଯଥାକ୍ରମେ ୧ ଲକ୍ଷ ଓ ୫୦ ହଜାର ଟଙ୍କାର ନଗଦ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଥିଲା । ଫାଇନାଲ୍ ରାଉଣ୍ଡରେ ପ୍ରତିଯୋଗୀମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିଥିଲା ।








