ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ୧ ରୁ ବିଜ୍ଞାନ, ୨ ରୁ କଳା ଓ ବାଣିଜ୍ୟ ବିଜ୍ଞାନ ଏବଂ ମାର୍ଚ୍ଚ ୩ ରୁ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଆରମ୍ଭ ହେବ । ଫେବ୍ରୁଆରୀ ୧ ରୁ ୧୦ ପ୍ରାକ୍ଟିକାଲ୍ ପରୀକ୍ଷା ହେବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।
କୋଭିଡ୍ ଗାଇଡ୍ ଲାଇନ ଆଧାରରେ ପରୀକ୍ଷା ହେବ । ସମସ୍ତ ପରୀକ୍ଷା କେନ୍ଦ୍ର ସିସିଟିଭି ସର୍ଭେଲାନ୍ସରେ ରହିବ ବୋଲି ପରିଷଦର ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ପରୀକ୍ଷା ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସରିଛି । ଜାନୁଆରୀ ୧୫ ସୁଦ୍ଧା ପରୀକ୍ଷା କେନ୍ଦ୍ର ଚୂଡ଼ାନ୍ତ ହେବ । କୋଭିଡ୍ ର ମୌଳିକ ସତର୍କତାକୁ ପାଳନ କରାଯିବ । ପରବର୍ତ୍ତୀ ସମୟରେ ଗାଇଡଲାଇନ ଜାରି ହେଲେ ତାହା ଗ୍ରହଣ କରାଯିବ ବୋଲି ।ୟ
ଚଳିତଥର ୩ ଲକ୍ଷ ୬୬ ହଜାରରୁ ଅଧିକ ପିଲା ଯୁକ୍ତ ଦୁଇ ପରୀକ୍ଷା ଦେବେ ।