Wednesday, April 22, 2026 08:54 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ଅଚିହ୍ନା ଶବପାଇଁ ସାହାରା ସାଜିଲା ‘ଶେଷ ସାଥି’

ଓଡ଼ିଶା-ମୋ ପରିବାର ସଂଯୋଜନାରେ ଶେଷକୃତ୍ୟ ସମ୍ପନ୍ନ ହେଲା

by Our Correspondent
30 Dec, 2022- 08:51 PM
in News
1 min read
0
ଅଚିହ୍ନା ଶବପାଇଁ ସାହାରା ସାଜିଲା ‘ଶେଷ ସାଥି’

ଭୁବନେଶ୍ୱର: ସେବା ଓ ସମର୍ପଣର ଶକ୍ତ ସେତୁ ଓଡ଼ିଶା-ମୋ ପରିବାର ସର୍ବଦା ସାମାଜିକ ଦାୟିତ୍ଵବୋଧକୁ ସୁଚାରୁରୂପେ ତୁଲାଇଆସିଛି । ଯେତେବେଳେ କୌଣସି ଅଚିହ୍ନା,ଅଜଣା ଶବ ଅସହାୟ ଭାବେ ପଡ଼ିଥାଏ, ସେତେବେଳେ ଓଡ଼ିଶା-ମୋ ପରିବାର ତାକୁ ପ୍ରାଧାନ୍ୟ ଦେଇ ସସମ୍ମାନେ ଅନ୍ତିମ ସଂସ୍କାର କରିଥାଏ । ଠିକ୍ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ବାରଙ୍ଗ ଅଞ୍ଚଳରେ, ଓଡ଼ିଶା-ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କର ଦୃଷ୍ଟି ଗୋଚର ହେବା ପରେ ସଂଗଠନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା ।

ଘଟଣାଟି ଏପରି, ବାରଙ୍ଗ ପୁରୁଣା ଷ୍ଟେସନ ନିକଟ ଏକ ଅଧ ନିର୍ମିତ ଘରେ ଜଣେ ଯୁବକଙ୍କର ମୃତଦେହ ଦେଖିବାକୁ ମିଳିଥିଲା । ବାରଙ୍ଗ ବଜାରରେ ଏଭଳି କାଣ୍ଡ ଘଟିଥିଲେ ମଧ୍ୟ ଏ ନେଇ କେହି ସୁରାକ ପାଇନଥିଲେ। ମୃତଦେହ ବାରଙ୍ଗ, ନନ୍ଦନକାନନ ଓ ରେଳବାଇ ଫାଣ୍ଡି ମଧ୍ୟରେ ସୀମା ବିବାଦ କାରଣରୁ ପାଖାପାଖି ୮ ଘଣ୍ଟା କାଳ ସେମିତି ପଡ଼ିରହିଥିଲା। ସ୍ଥାନୀୟ ପୋଲିସ୍ ସମସ୍ତ ତଦନ୍ତ କରିସାରିବା ପରେ ଏହି ଅଚିହ୍ନା ଶବକୁ ସତ୍କାର ପାଇଁ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଯୋଗାଯୋଗ କରିଥିଲେ । ଶ୍ରୀ ସାମନ୍ତରାୟ ସଙ୍ଗେ ସଙ୍ଗେ ଏହି ବିଷୟରେ ଓଡ଼ିଶା-ମୋ ପରିବାର ଆବାହକ ଶ୍ରୀ ଅରୂପ ପଟନାୟକଙ୍କୁ ଅବଗତ କରାଇଥିଲେ । ପରେ ଶ୍ରୀ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜୟ ଓଡ଼ିଶାର ଶବ ପରିବହନ ଯାନ ‘ଶେଷ ସାଥୀ’ ମାଧ୍ୟମରେ ଶବକୁ ସତ୍ୟନଗର ଶ୍ମଶାନକୁ ନିଆଯାଇଥିଲା ଏବଂ ପୋଲିସ୍ ଦ୍ୱାରା ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯିବା ସମୟରେ ନିଜେ ଓଡ଼ିଶା-ମୋ ପରିବାରର ଯୁଗ୍ମ ସମ୍ପାଦକ ସେଠାରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତୁଲାଇଥିଲେ ।

Previous Post

୧୧ ଜିଲ୍ଲାରେ ନୂଆ ଏସପି

Next Post

ଓଡ଼ିଶାର ଆଏନା ପିନ୍ଧିଲେ କିଟ୍ ନହ୍ନିପରୀ ମୁକୁଟ

Next Post
ଓଡ଼ିଶାର ଆଏନା ପିନ୍ଧିଲେ କିଟ୍ ନହ୍ନିପରୀ ମୁକୁଟ

ଓଡ଼ିଶାର ଆଏନା ପିନ୍ଧିଲେ କିଟ୍ ନହ୍ନିପରୀ ମୁକୁଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA