ଝାରସୁଗୁଡ଼ା/ଭୁୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପାର୍ଥିବ ଶରୀର ଆଜି ପଞ୍ଚଭୂତରେ ଲୀନ ହୋଇଛି । ହଜାର ହଜାର ସମର୍ଥକ ତାଙ୍କର ପ୍ରିୟ ନେତାଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି । ପତ୍ନୀ ଏବଂ ଦୁଇ ସନ୍ତାନଙ୍କ ଆକୁଳ କ୍ରନ୍ଦନ ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଥିଲା । ଦୀର୍ଘ ୩ ଘଣ୍ଟାର ଶେଷଯାତ୍ରା ପରେ ଖେରୁଆଲ୍ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ପୁଅ ବିଶାଳ ମୁଖାଗ୍ନି ଦେଇଥିଲେ ।







