Monday, May 25, 2026 02:40 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମଧ୍ୟରାତ୍ରରୁ ଜିଏସଟି

by Our Correspondent
30 Jun, 2017- 08:47 PM
in Latest News
1 min read
0
ମଧ୍ୟରାତ୍ରରୁ ଜିଏସଟି

ନୂଆଦିଲ୍ଲୀ:  କେଇ ଘଣ୍ଟା ପରେ ସମଗ୍ର ଭାରତବର୍ଷ ଏକକ ବଜାର-ଏକକ ଟିକସ ପରିଧି ଭିତରକୁ ଚାଲିଆସିବ । ଜିଏସଟି ବା ବସ୍ତୁ ଓ ସେବା କରର ପ୍ରଚଳନ ଦ୍ୱାରା ଦେଶ ଏହି ଟିକସ ବ୍ୟବସ୍ଥାରେ ବାନ୍ଧି ହେବ । ଟିକସ ସଂସ୍କାରରେ ଜିଏସଟି ପ୍ରଚଳନ ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି । ଏହାର ପ୍ରଚଳନ ପାଇଁ ଆଜି ମଧ୍ୟରାତ୍ରରେ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ୍ ହଲରେ ଏକ ଭବ୍ୟ ସମାରୋହର ଆୟୋଜନ କରାଯାଇଛି । ରାତି ୧୧ଟାରୁ ୧୨.୩୦ ପର୍ଯ୍ୟନ୍ତ ଏହି ସମାରୋହ ଅନୁଷ୍ଠିତ ହେବ । ରାତି ୧୨ଟାରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଏସଟି ପ୍ରଚଳନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଏଥିରେ ଉପରାଷ୍ଟ୍ରପତି, ପୂର୍ବତନ ପ୍ରଧାନମନ୍ତ୍ରୀଗଣ, ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ସମେତ ସବୁ କ୍ଷେତ୍ରର ନାମୀ ଦାମୀ ବ୍ୟକ୍ତିବିଶେଷ ଯୋଗଦେବେ । ଓଡ଼ିଶାରୁ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଓ ଯୋଗାଣମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଉକ୍ତ ସମାରୋହରେ ଯୋଗଦେବେ ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଏସଟି ସମ୍ପର୍କରେ ବ୍ୟାପକ ଅବଗତ କରାଯାଇଥିଲେ ମଧ୍ୟ ତେବେ ଲୋକଙ୍କ ମନରେ ଅନେକ ଦ୍ୱନ୍ଦ ରହିଛି । ଜିଏସଟି ଜନିତ ଦରବୃଦ୍ଧି ଆଶଙ୍କାରେ ଆଜି ବଜାରରେ ଗ୍ରାହକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଖାସ୍ କରି ଇଲେକ୍ଟ୍ରୋନିକସ୍ ଦୋକାନଗୁଡ଼ିକରେ ଗ୍ରାହକଙ୍କର ନାହିଁ ନାହିଁ ନ ଥିବା ଭିଡ଼ ହୋଇଥିଲା । ଅଧିକାଂଶ ଦୋକାନୀ ପ୍ରି-ଜିଏସଟି ଅଫର ଦେଇଥିବାରୁ ଲୋକେ ସାମଗ୍ରୀ କିଣିପକାଇଥିଲେ । ଖାଲି ଇଲେକ୍ଟ୍ରୋନିକସ୍ କାହିଁକି ଗ୍ରୋସୋରି ଦୋକାନରେ ବି ଭିଡ଼ ଜମିଥିଲା । ଲୋକେ ନିଜ ଘର ପାଇଁ ଆବଶ୍ୟକ ସାମଗ୍ରୀ କିଣି ମହଜୁଦ୍ କରିବାକୁ ପସନ୍ଦ କରିଥିଲେ । ରାତି ପାହିଲେ ହୁଏତ ଦର ବଢ଼ିଯିବ ବୋଲି ସମସ୍ତଙ୍କର ଥିଲା ଆଶଙ୍କା ।

ଖୋଲାରେ ମିଳୁଥିବା ଖାଦ୍ୟ ସାମଗ୍ରୀ, ତଟକା ପନିପରିବା, ବିନା ମାର୍କା ଅଟା, ମଇଦା, ବେସନ, ଗୁଡ଼, କ୍ଷୀର, ଦହି,ଅଣ୍ଡା, ଲୁଣ ଭଳି ସାମଗ୍ରୀ ଉପରେ ଜିଏସଟି ଲାଗୁ ହେବ ନାହିଁ । ଶିକ୍ଷାସେବା ଓ ସ୍ୱାସ୍ଥ୍ୟ ସେବା ଉପରେ ବି ଲାଗୁୁହେବନି ଜିଏସଟି । ସୁତରାଂ ଏସବୁ ଶସ୍ତା ହେବ । ୫, ୧୨,୧୮ ଓ ୨୮ ପ୍ରତିଶତ ଏଭଳି ୪ଟି ସ୍ଲାବ୍ ରେ ଜିଏସଟି ଲାଗୁ ହେବ । ଚିନି, ଚା, କଫି, ଖାଇବା ତେଲ, ଶିଶୁମାନଙ୍କ ଦୁଗ୍ଧ ଖାଦ୍ୟ, ପିଡିଏସ୍ କିରୋସିନି, ଘରୋଇ ଏଲପିଜି ଆଦି ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେଉଥିବା ବେଳେ ବଟର, ଘିଅ, ବାଦାମ, ଫୁଟ ଜୁସ୍, ଛତା ଓ ମୋବାଇଲ୍ ଉପରେ ୧୨ ପ୍ରତିଶତ ଜିଏସଟି ଲାଗୁ ହେବ । କେଶ ତେଲ, ଟୁଥପେଷ୍ଟ, ସାବୁନ, ଆଇସିକ୍ରିମ୍,ଚକୋଲେଟ୍, କମ୍ପ୍ୟୁଟର ଓ ପ୍ରିଣ୍ଟର ଆଦି ସାମଗ୍ରୀ ଉପରେ ଲାଗିବ ୧୮ ପ୍ରତିଶତ ଜିଏସଟି । ଅଧିକାଂଶ ଇଲେକ୍ଟ୍ରୋନିକସ୍ ଓ ହାଇ-ଏଣ୍ଡ ଘରୋଇ ସାମଗ୍ରୀ ୨୮ ପ୍ରତିଶତ ଜିଏସଟି ସ୍ଲାବ୍ ରେ ରହିଛି । ସେଗୁଡ଼ିକ ଏବେ ମହଙ୍ଗା ହେବ ।

Previous Post

ପାଠକଙ୍କୁ ଶୋଷଣ ନୁହେଁ ତ ?

Next Post

ଅମିତ ଶାହାଙ୍କ ଲମ୍ବାଚଉଡ଼ା ସ୍ୱପ୍ନ

Next Post
ଅମିତ ଶାହାଙ୍କ ଲମ୍ବାଚଉଡ଼ା ସ୍ୱପ୍ନ

ଅମିତ ଶାହାଙ୍କ ଲମ୍ବାଚଉଡ଼ା ସ୍ୱପ୍ନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA