Tuesday, June 23, 2026 11:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡିକୁ ଫେରିଆସିଲେ ବରୀ ବ୍ଲକ୍ ସଭାପତି

ଶାସକ ଦଳ ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି: ପ୍ରମିଳା

by Our Correspondent
27 Aug, 2024- 06:50 PM
in Latest News, News, Politics
1 min read
0
ବିଜେଡିକୁ ଫେରିଆସିଲେ ବରୀ ବ୍ଲକ୍ ସଭାପତି

ଭୁବନେଶ୍ୱର: ୧୦ ଦିନ ତଳେ ବରୀ ବ୍ଲକ୍ ଅଧ୍ୟକ୍ଷ ଅଶୋକ ଗେଡି ବିଜେଡି ଛାଡ଼ି ବିଜେପିକୁ ପଳାଇଥିଲେ । ତାଙ୍କ ସହ ୧୨ ସମିତି ସଭ୍ୟ ଏବଂ ୭ ବିଜେଡି ସରପଞ୍ଚ ମଧ୍ୟ ବିଜେପିକୁ ଯାଇଥିଲେ । ସେଦିନ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସେମାନଙ୍କୁ ଗେରୁଆ ଉତ୍ତରୀୟ ପକାଇ ସ୍ୱାଗତ କରିଥିଲେ ରାଜ୍ୟ ସଭାପତି ମନମୋହନ ସାମଲ । ମାତ୍ର ଆଜି ସେହି ବରୀ ବ୍ଲକ୍ ଅଧ୍ୟକ୍ଷ ଅଶୋକ ଗେଡି ଏବଂ ତାଙ୍କର ଟିମ୍ ବିଜେଡିକୁ ଫେରି ଆସି ଶଙ୍ଖଭବନରେ ସବୁଜ ଉତ୍ତରୀୟ ପିନ୍ଧିଛନ୍ତି । ବିଜେପି ତାଙ୍କୁ ପ୍ରଲୋଭନ ଦେଖାଇ ଏବଂ ଭୟଭୀତ କରି କରାୟତ୍ତ କରିବାକୁ ଚେଷ୍ଟା କରିଥିଲା ବୋଲି ବିଜେଡି ସଙ୍ଗୀନ ଅଭିଯୋଗ ଆଣିଛି ।

ବିଜେଡିକୁ ଫେରିଲା ପରେ ଶ୍ରୀ ଗେଡି ନିଜେ ଏହାର ଖୁଲାସା ନ କରି ନିଜର ଇଜ୍ଜତକୁ ଜଗିରଖି ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି, ବରୀ ବ୍ଲକ୍ ର ବିକାଶ ପାଇଁ ବିଜେପି ଯାଇଥିଲି । ଗତ ୧୧ ଦିନ ଭିତରେ ବିକାଶର କୌଣସି ବାସ୍ତବତା ଅନୁଭବ କରିପାରିଲିନି । ବିଜେପିରେ ଖାଲି ଭାଷଣବାଜି ଓ ମିଛ ପ୍ରତିଶ୍ରୁତି ଛଡ଼ା ଆଉ କିଛି ପାଇଲିନି । ତେଣୁ ମୁଁ ପୁଣିଥରେ ବିଜେଡିକୁ ଫେରି ଆସିଲି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ଥିଲି ଏବଂ ଆଗକୁ ରହିବି ବୋଲି ସେ କହିଛନ୍ତି ।

ଜିଲ୍ଲାର ବରିଷ୍ଠ ନେତା ପ୍ରଣବ ପ୍ରକାଶ(ବବି) ଦାସ କିନ୍ତୁ ବିଜେପି ଉପରେ ଗୁରୁତର ଆରୋପ ଲଗାଇଛନ୍ତି । କହିଛନ୍ତି, ବିଜେପି ଏବେ ସାରା ରାଜ୍ୟରେ କ୍ଷମତାର ଦୂରୁପଯୋଗ କରି ତଥା ବିଭିନ୍ନ ପ୍ରଲୋଭନ ଦେଖାଇ ବିଜେଡିର ନିର୍ବାଚିତ ପ୍ରତିନିଧିମାନଙ୍କୁ ନେବାକୁ ଚେଷ୍ଟା କରୁଛି । ମାତ୍ର ତାହା କରାଇ ଦିଆଯିବ ନାହିଁ ।

ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ବରୀ ବ୍ଲକ୍ ଅଧ୍ୟକ୍ଷଙ୍କ ବିଜେପି ଯିବାର ରହସ୍ୟକୁ ପୂରା ଖୋଲିଦେଇଛନ୍ତି । କହିଛନ୍ତି, ବିଜେପି କ୍ଷମତାର ଦୂରୁପଯୋଗ କରି ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି । ବରୀ ବ୍ଲକ୍ ଅଧ୍ୟକ୍ଷ ଅଶୋକ ଗେଡିଙ୍କୁ ବିଭିନ୍ନ ପ୍ରକାର ଚାପ ପ୍ରୟୋଗ କରି ପ୍ରଲୋଭନ ଦେଖାଇ ଓ ବିଭିନ୍ନ ପ୍ରକାର ଧମକ ଦେଇ ଦଳରେ ମିଶାଇ ବାହାବା ନେବାକୁ ଚେଷ୍ଟା କରିଥିଲା ବିଜେପି । ସେକଥା ଆଜି ଫସର ଫାଟିଯାଇଛି । ବରୀ ବ୍ଲକ୍ ବିକାଶ କଥା ଚିନ୍ତା ନ କରି ବିଜେପି କର୍ମୀ କିଭଳି ଫାଇଦା ପାଇବେ ସେ ନେଇ ଯୋଜନା କରିଥିଲା । ଅଶୋକ ଗେଡି ଏହା ଜାଣିଯିବା ପରେ ପୁଣି ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କ ଉପରେ ଭରସା କରି ଦଳକୁ ଫେରି ଆସିଛନ୍ତି ।

ଶଙ୍ଖଭବନରେ ଆୟୋଜିତ ମିଶ୍ରଣ ପର୍ବରେ ପ୍ରମିଳା ମଲ୍ଲିକ, ବବି ଦାସଙ୍କ ସମେତ ଉପମୁଖ୍ୟ ସଚେତକ ପ୍ରତାପ ଦେବ, ଦଳର ବରିଷ୍ଠ ଗଣମାଧ୍ୟମ ସଂଯୋଜକ ପ୍ରତାପ ଜେନା, ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

ତେବେ ବିଜେଡିର ଅଭିଯୋଗ ଉପରେ ବିଜେପିର ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।

Previous Post

ସାର୍ କହିଲେ ସାମ୍ବାଦିକଙ୍କ କଥା !

Next Post

୧୫ କୋଟିର ପେଡ୍ ନ୍ୟୁଜ୍ !

Next Post
୧୫ କୋଟିର ପେଡ୍ ନ୍ୟୁଜ୍ !

୧୫ କୋଟିର ପେଡ୍ ନ୍ୟୁଜ୍ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA