Friday, May 1, 2026 08:49 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡ଼ି ପାଖରେ ଯୁକ୍ତି ନାହିଁ, ଖାଲି ଗାଲୁ

by Our Correspondent
23 Jul, 2017- 12:55 PM
in Latest News, Politics
1 min read
0
ବିଜେଡ଼ି ପାଖରେ ଯୁକ୍ତି ନାହିଁ, ଖାଲି ଗାଲୁ

ଭୁବନେଶ୍ୱର : ନବୀନ ନିବାସର ପିଅନ ମିଟୁ ଓରଫ୍ ପୂର୍ଣ୍ଣ ପାଢ଼ୀ କେଉଁଠୁ କୋଟି କୋଟି ଟଙ୍କା ଆଣି ବିଜେଡ଼ି ଆକାଉଣ୍ଟରେ ଭରୁଥିଲେ ? ସେହି ଆକାଉଣ୍ଟରୁ ବିଭିନ୍ନ ନେତାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନସଫର ପଛରେ ସ୍ୱଚ୍ଛତା ଥିଲା କି ? ଗୋଟିଏ ଚେକ୍ ରେ ଭିନ୍ନ ଭିନ୍ନ ତାରିଖ ଆସିଲା କୁଆଡୁ ? ନିର୍ବାଚନ କମିସନଙ୍କ ପାଖରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସତ୍ୟପାଠ ଓ ବିଜେଡ଼ି ଖର୍ଚ୍ଚ ତାଲିକା ଭିତରେ ତାଳମେଳ ନାହିଁ କାହିଁକି ? ଏମିତି ଅନେକ ପ୍ରଶ୍ନର ଗୋଟିଏ ବି ଉତ୍ତର ବିଜେଡ଼ି ପାଖରେ ନାହିଁ ।

ଏହି ପ୍ରଶ୍ନ ସବୁ ନୂଆ ନୁହେଁ । ୨୦୧୪ ନିର୍ବାଚନରେ ବିଜେଡ଼ିର ଖର୍ଚ୍ଚ ଅନିୟମତତା ଅଭିଯୋଗ ବର୍ଷେ ତଳୁ ଉଠିଲାଣି । କୋଟି କୋଟି ଚିଟଫଣ୍ଡ ଟଙ୍କା ବିଜେଡ଼ି ଆକାଉଣ୍ଟକୁ ଆସିଛି ବୋଲି ଅଭିଯୋଗ ହୋଇଥିଲା । ବିରୋଧୀ ଦଳ ନେତା ନରସିଂହ ମିଶ୍ର ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଅସ୍ତବ୍ୟସ୍ତ କରିପକାଇଥିଲେ । ୩/୪ ଦିନ ଧରି ବିଧାନସଭା ଅଚଳ ହୋଇଗଲା । ବିଜେଡ଼ି ଗାଲୁ ପେଲି ପ୍ରସଙ୍ଗକୁ ଫାଙ୍କି ଦେଇଥିଲା । ମାତ୍ର ଟାଇମସ୍ ନାଓ ଖବର ପରିବେଷଣ କରିବା ପରେ ପ୍ରସଙ୍ଗଟି ପୁଣି ଚର୍ଚ୍ଚାକୁ ଆସିଛି । ସେବେଠୁଁ ମୁହଁରେ ତୁଣ୍ଡି ବାନ୍ଧିଥିବା ବିଜେପି ନେତାଙ୍କ ମୁହଁ ଖୋଲୁଛି । ହାୱାଲା ପାଣ୍ଠି ମାଧ୍ୟମରେ ବିଜେଡ଼ି କୋଟି କୋଟି ଟଙ୍କା କାରବାର କରିଛି ବୋଲି ସେମାନେ ତୁମ୍ବିତୋଫାନ କରିଛନ୍ତି ।

ବିଜେଡ଼ି ନିର୍ବାଚନୀ ପାଣ୍ଠି ଓ ଖର୍ଚ୍ଚ ଅନିୟମିତତା ଅଭିଯୋଗଟି ନିଶ୍ଚିତ ସାଂଘାତିକ । ନିର୍ବାଚନ କମିସନଙ୍କ ପାଖରେ ଦଳ ପକ୍ଷରୁ ଦାଖଲ ହୋଇଥିବା ଖର୍ଚ୍ଚ ସହ ପ୍ରାର୍ଥୀ ନିଜ ସତ୍ୟପାଠରେ ଦେଇଥିବା ଖର୍ଚ୍ଚର ତାଳମେଳ ନାହିଁ । ଖୋଦ୍ ବିଜେଡ଼ି ସୁପ୍ରିମୋଙ୍କ କ୍ଷେତ୍ରରେ ବି ସେୟା ହୋଇଛି । ନବୀନ ତାଙ୍କ ସତ୍ୟପାଠରେ ଦଳଠାରୁ ୧୦ ଲକ୍ଷ ଟଙ୍କା ନେଇଥିବା ଦର୍ଶାଇଛନ୍ତି । ୨୦୧୪ ଜୁଲାଇ ୩ ତାରିଖରେ ଚେକ୍ ନଂ ୪୪୧୬୧୯ ରେ ସେ ଏହି ଟଙ୍କା ନେଇଥିବା ସତ୍ୟପାଠ ଦେଇଛନ୍ତି । ହେଲେ ନିର୍ବାଚନ କମିସନଙ୍କ ପାଖରେ ଦାଖଲ ହିସାବରେ ବିଜେଡ଼ି ପକ୍ଷରୁ ନବୀନଙ୍କ ଖାତାରେ ୧୩ ଲକ୍ଷ ୧୦ ହଜାର ୬୨୫ ଟଙ୍କା ଦର୍ଶାଯାଇଛି । ୨୦୧୪ ଏପ୍ରିଲ୍ ୨ ତାରିଖରେ ଆରଟିଜିସି ଚେକ୍ ନଂ ୫୩୮୯୭୬୨୮୮ ରେ ଏହି ଟଙ୍କା ଦିଆଯାଇଥିବା କୁହାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏହି ସମାନ ଚେକ୍ ରେ ସାଂସଦ ପ୍ରାର୍ଥୀ ରାମଚନ୍ଦ୍ର ହାଁସଦାଙ୍କୁ ମେ ୮ ତାରିଖରେ ଦଳ ଦେଇଛି ୧୦ ଲକ୍ଷ ଟଙ୍କା । ନିଜେ ହାଁସଦା ତାଙ୍କ ସତ୍ୟପାଠରେ ନିର୍ବାଚନ କମିସନଙ୍କୁ ଏହା ଦର୍ଶାଇଛନ୍ତି । ପ୍ରଶ୍ନ ଉଠୁଛି ଭିନ୍ନ ତାରିଖ ଥାଇ ସେହି ସମାନ ଚେକ୍ ରୁ ନବୀନ ଓ ହାଁସଦାଙ୍କ ଆକାଉଣ୍ଟକୁ ଟଙ୍କା ଗଲା କେମିତି? ସୁତରାଂ ଗୋଟିଏ ଚେକ୍ ରେ ବିଭିନ୍ନ ନେତାଙ୍କ ପାଖକୁ ଭିନ୍ନ ଭିନ୍ନ ତାରିଖରେ ପାଣ୍ଠି ଦେଣନେଣ ହୋଇଥିବା ଏଥିରୁ ସ୍ପଷ୍ଟ ହେଉଛି । ଖାଲି ସେତିକି ନୁହେଁ ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀଙ୍କ ସମେତ ଅନେକ ବିଧାୟକ ଦଳ ପକ୍ଷରୁ ଟଙ୍କାଟେ ନେଇନାହାନ୍ତି ବୋଲି ସତ୍ୟପାଠରେ ଦର୍ଶାଇଥିଲା ବେଳେ ବିଜେଡ଼ି ଖାତାରେ କିନ୍ତୁ ସେମାନଙ୍କ ନାଁରେ ଟଙ୍କା ଗଡୁଛି ।

ବିଜେଡ଼ି ଏହାର ନିର୍ଦ୍ଦିଷ୍ଟ ଜବାବ ନ ଦେଇ ଗାଲୁ ପେଲିଚାଲିଛି । ଅଭିଯୋଗର ସ୍ପଷ୍ଟୀକରଣ ନ ଦେଇ ବିଜେଡ଼ି କାଠଗଡ଼ା ଚଢ଼ାଇବାର ଧମକ ଦେଇଛି । ପ୍ରସଙ୍ଗଟି ବିଧାନସଭାରେ ଆଲୋଚନା ସରିଛି ଏବଂ ବିଜେଡ଼ି ଆକାଉଣ୍ଟ ଟଙ୍କା ଦେଣନେଣରେ କୌଣସି ଅନିୟମିତତା ହୋଇନାହିଁ ବୋଲି ମୁଖପାତ୍ର ପ୍ରତାପ ଦେବ ତାଙ୍କ ଜବାବରେ କାମ ସାରିଦେଇଛନ୍ତି । ଅନ୍ୟତମ ମୁଖପାତ୍ର ଦିବ୍ୟଶଙ୍କର ମିଶ୍ର କହିଛନ୍ତି ସେମିତି କେଉଁଠି ଟିକେ ଭୁଲ୍ ଭଟକା ରହିଥାଇପାରେ । ହେଲେ ଆମେ ଓ ଆମ ପାର୍ଟି ଆକାଉଣ୍ଟରେ ସ୍ୱଚ୍ଛତା ଅଛି । ସୁବାସ ସିଂ କହିଛନ୍ତି ବିଜେପି ଜ୍ୱର ବିକଳରେ ତାଟିଆ କାମୁଡୁଛି । ମୂଳ ପ୍ରସଙ୍ଗ ଛାଡ଼ି ସେ ନୂଆପଡ଼ାରେ ବିଜେପିର ପରାଜୟ କଥା କହିଛନ୍ତି । ସୁତରାଂ ଦଳୀୟ ପାଣ୍ଠି ଓ ଖର୍ଚ୍ଚ ଅନିୟମିତା ଉପରେ ଉଠିଥିବା ପ୍ରଶ୍ନର ସଠିକ୍ ଓ ନିର୍ଦ୍ଦିଷ୍ଟ ଜବାବ କେହି ଦେଇପାରିନାହାନ୍ତି । ଚିରାଚରିତ ଢ଼ଙ୍ଗରେ ସେହି ଘୋଷା ପାଠ ଶୁଣାଇଛନ୍ତି । ଆମେ ସ୍ୱଚ୍ଛ । ଆମ ପଛରେ ଲୋକଙ୍କ ସମର୍ଥନ ଅଛି ।

Previous Post

ପାୱାର୍ ନ ଥାଇ ପାୱାରଫୁଲ୍

Next Post

ନିରଞ୍ଜନ ମାନିଲେ ସବୁ ନେତା ଚୋର !

Next Post
ନିରଞ୍ଜନ ମାନିଲେ ସବୁ ନେତା ଚୋର !

ନିରଞ୍ଜନ ମାନିଲେ ସବୁ ନେତା ଚୋର !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA