Tuesday, June 23, 2026 01:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୁଲୁ ମାଡାମ୍ ଙ୍କ ଅନ୍ତର ଜଳୁଛି

by Our Correspondent
24 Jul, 2017- 09:15 AM
in Gossips, Latest News
1 min read
1
ସୁଲୁ ମାଡାମ୍ ଙ୍କ ଅନ୍ତର ଜଳୁଛି

ନଗଦ କଂଗ୍ରେସରୁ ବିଜେଡ଼ିକୁ ଆସିଥିବା ମାଡାମ୍ ସୁଲୋଚନା ଦାସ ଓରଫ୍ ସୁଲୁ ମାଡାମ୍ ଙ୍କ ମନ ଆମ୍ଭିଳା ହୋଇଯାଇଛି । ଯେଉଁ ସ୍ୱପ୍ନ ଓ ଆଶା ନେଇ ନେଇ ନବୀନ ନିବାସରେ ନବୀନଙ୍କୁ ଭେଟି କଥା ହୋଇଥିଲେ ଏବଂ ପରଦିନ ମିଶ୍ରଣ ପର୍ବରେ ନବୀନଙ୍କ ସହ ଝାକାସ୍ ଫଟୋ ପୋଜ୍  ଦେଇ ଗଣମାଧ୍ୟମରେ ଛାଇଗଲେ ତାହା ଏବେ ଦୁଃସ୍ୱପ୍ନ ପାଲଟିଯାଇଛି । ମିଡ଼ିଆ ଚର୍ଚ୍ଚାରେ ଦି ଦିନ ରହିଲା ପରେ ଲୋକେ ତାଙ୍କ ନାଁ ଭୁଲିଗଲେଣି । ଆଗରୁ କଂଗ୍ରେସ ମୁଖପାତ୍ର ଭାବେ ତାଙ୍କୁ ତର ନ ଥିଲା । ପ୍ରତିଦିନ ସଂଧ୍ୟା ପ୍ରାଇମ୍ ଟାଇମ୍ ରେ କେଉଁଠି ନା କେଉଁଠି ଟିଭି ପରଦାରେ ଲୋକେ ତାଙ୍କୁ ଦେଖୁଥିଲେ । ନବୀନଙ୍କ ବିରୋଧରେ ଚିଲ୍ଲେଇ ଚିଲ୍ଲେଇ ଘରକୁ ଫେରିଲା ବେଳକୁ ପାଟି ଅଠା ମାରିଯାଉଥିଲା । ମାତ୍ର ବିଜେଡ଼ିକୁ ଆସିବା ଦିନଠୁଁ  ତାହା ସ୍ମୃତି ପାଲଟିଗଲାଣି । ଟିଭିରେ ଆସିବା ଦୂରେ ଥାଉ, ପାର୍ଟି କାର୍ଯ୍ୟକ୍ରମରେ ମାଡାମ୍ ନିଜକୁ ଇନଭଲଭ୍ କରାଇବାର ସୁଯୋଗ ପାଉନାହାନ୍ତି । ଭିନ୍ନ ଗୋଠର ମଣିଷ ଭଳି ତାଙ୍କୁ ବ୍ୟବହାର କରାଯାଉଛି । ତେବେ ଏହି ଦୁଃଖକଷ୍ଟ ସତ୍ତ୍ୱେ ଦଳରେ କାମ ପାଇବା ପାଇଁ ମୁଣ୍ଡିନେତାମାନଙ୍କ ଘରକୁ ଯାଇ ନେହୁରା ହେଉଛନ୍ତି । ବିଜେଡ଼ିରେ ତାଙ୍କୁ ମିଶାଇବାରେ ମୁଖ୍ୟ ଭୂମିକା ନେଇଥିବା ଦଳର ନୂଆ ମଙ୍ଗୁଆଳ ପ୍ରତାପ ଦେବଙ୍କ ପାଖରେ ଅଧିଆ ପଡୁଛନ୍ତି । ମାତ୍ର ଦିଲ୍ଲୀ ବାହାନାରେ ପ୍ରତାପ ଆଉ ଧରାଛୁଆଁ ଦେଉନାହାନ୍ତି । ମୁଁ କିଛି କରିପାରିବିନି, ସଭାପତି ଯାହା ନିଷ୍ପତ୍ତି ନେବେ ବୋଲି ଇତିମଧ୍ୟରେ ସେ ରୋକଠୋକ୍ ଶୁଣାଇବା ପରଠୁଁ ମାଡାମ୍ ଙ୍କ ମନ ମରିଯାଇଛି । ନଗଦ ଖବର ହେଉଛି, କମ୍ ସେ କମ୍ ୬ ମାସ ଅପେକ୍ଷା କରିବା ପାଇଁ ନବୀନନିବାସ ପକ୍ଷରୁ ତାଙ୍କୁ କୁହାଯାଇଛି । ୬ ମାସ ପରେ ତାଙ୍କୁ ଦଳର ମୁଖପାତ୍ର ଥୋପ ଦିଆଯାଇଛି । ତେବେ ମାଡାମ୍ ଙ୍କ ସମ୍ଭାବ୍ୟ ନିଯୁକ୍ତିକୁ ଦଳର ଅନେକ ମହିଳା ନେତ୍ରୀ ଏବେଠୁଁ ବିରୋଧ କରିବା ଆରମ୍ଭ କରିଦେଲେଣି । ସେ କିଏ କି? ଯିଏ ଆମ ବିରୋଧରେ ବର୍ଷ ବର୍ଷ ଧରି ଗର୍ଜନ କରୁଥିଲେ ସେ ପୁଣି ଆମ ସପକ୍ଷରେ ଟିଭିରେ ଗାଇଲେ ଲୋକେ ଗ୍ରହଣ କରିବେ ତ? ଆମେ ବର୍ଷ ବର୍ଷ ଧରି ଦଳରେ ପଡ଼ିଛୁ କ’ଣ ମାଗଣାକୁ… । ଏହି ପଦେ ଦି ପଦ କଥା ସୁଲୁ ମାଡାମ୍ ଙ୍କ କାନରେ ବାଜିବା ବେଳକୁ ମନଟା ରଡ଼ ନିଆଁ ପରିକା ଜଳିପୋଡ଼ି ଯାଉଛି ।

Previous Post

ନିରଞ୍ଜନ ମାନିଲେ ସବୁ ନେତା ଚୋର !

Next Post

ବାବୁଙ୍କ ପତ୍ନୀ ବାବୁଆଣି ନୁହଁନ୍ତି

Next Post
ବାବୁଙ୍କ ପତ୍ନୀ ବାବୁଆଣି ନୁହଁନ୍ତି

ବାବୁଙ୍କ ପତ୍ନୀ ବାବୁଆଣି ନୁହଁନ୍ତି

Comments 1

  1. ନିରଞ୍ଜନ says:
    9 years ago

    ଦଳ ଡେଇଁବା ପୂର୍ବରୁ ଭାବିବାର ଥିଲା

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA