Tuesday, May 26, 2026 05:47 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନ ବାବୁ ଏବେ ସମ୍ଭାଳ !

ବିଜେଡିରେ ସଙ୍କଟ ଘନେଇଲା

by Our Correspondent
07 Apr, 2025- 06:01 PM
in Latest News, News, Politics
1 min read
0
ନବୀନ ବାବୁ ଏବେ ସମ୍ଭାଳ !

-ନବୀନ ନିବାସରେ ପାଣ୍ଡିଆନ୍ ଗୋ ବ୍ୟାକ୍ ନାରା
-ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ୪ ସାଂସଦ

ଭୁବନେଶ୍ୱର: ଯାହା କଳ୍ପନା କରି ହେଉ ନ ଥିଲା, ତାହା ଆଖିରେ ଦେଖିବାକୁ ମିଳିଲା । ନବୀନ ନିବାସ ବାରଣ୍ଡାରେ ଶୁଭିଲା ପାଣ୍ଡିଆନ୍ ହଟାଓ, ବିଜେଡି ବଞ୍ଚାଓ ନାରା । ପାଣ୍ଡିଆନ୍ ଗୋ ବ୍ୟାକ୍ ନାରା । ୱକଫ୍ ବିଲ୍ ଭୋଟିଂରେ ବିଜେଡିର ଆଭିମୁଖ୍ୟ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ବିଲ୍ ବିପକ୍ଷରେ ଭୋଟ ଦେଇଥିବା ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଆଜି ଭୁବନେଶ୍ୱର ଫେରିବା ବେଳେ ବିମାନବନ୍ଦରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ହଜାର ହଜାର କର୍ମୀ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜଣାଇ ସାଙ୍ଗରେ ନବୀନ ନିବାସ ଯାଇଥିଲେ । ଗେଟ୍ ରେ ପଶୁ ପଶୁ ସେମାନେ ସିଧାସଳଖ ପାଣ୍ଡିଆନଙ୍କୁ ଗାଳି କଲେ । ତାଙ୍କ ବିରୋଧରେ ନାରାବାଜି କଲେ । ନବୀନ ପଟ୍ଟନାୟକଙ୍କୁ ଭେଟିବା ବେଳେ ସଂଖ୍ୟାଲଘୁ କର୍ମୀମାନେ ସେମାନଙ୍କ କ୍ରୋଧ ସମ୍ବରଣ କରିପାରିଲେନି । କାହାରି ନିର୍ଦ୍ଦେଶରେ ଏସବୁ ଘଟଣା ଘଟିଗଲା, ନବୀନଙ୍କଠାରୁ ଜବାବ ମାଗିଲେ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଡ଼ି ବସିଲେ ।

ନବୀନ ପଟ୍ଟନାୟକଙ୍କୁ ପାଣ୍ଡିଆନ୍ ବଶୀଭୂତ କରି ରଖିଛନ୍ତି । ୱକଫ୍ ବିଲ୍ ପ୍ରସଙ୍ଗରେ ସେହି ପାଣ୍ଡିଆନ୍ ପଛରେ ରହି ସବୁ ଗଡ଼ବଡ଼ କରିଛନ୍ତି ବୋଲି ଦଳୀୟ ମହଲରେ ଅନେକଙ୍କର ବିଶ୍ୱାସ ଦୃଢ଼ୀଭୂତ ହୋଇଛି । ପାଣ୍ଡିଆନଙ୍କ ପାଇଁ ଦଳ ହାରିଲା ବୋଲି ନେତା ଓ କର୍ମୀଙ୍କ ମନରେ ଥିବା ପୂର୍ବ ଅସନ୍ତୋଷ ଏଇ ସୁଯୋଗରେ ବିଦ୍ରୋହର ରୂପ ନେଲାଣି । ପଣ୍ଡିଚେରୀରେ ଥିବା ଦେବାଶିଷ ସାମନ୍ତରାୟ ଆଜି ପାଣ୍ଡିଆନଙ୍କୁ ଲକ୍ଷ୍ୟ କରି ଗଣମାଧ୍ୟମରେ ଭୀଷଣ ଗାଳି ଦେବା, ଦିଲ୍ଲୀରୁ ଫେରିବା ପରେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ ତାଙ୍କର ସଂଖ୍ୟାଲଘୁ ସମର୍ଥକଙ୍କୁ ଧରି ନବୀନ ନିବାସ ଯିବା ଏବଂ ସମର୍ଥକମାନେ ନବୀନଙ୍କ ସାମନାରେ ପାଣ୍ଡିଆନଙ୍କ ବିରୋଧରେ ନାରାବାଜି କରିବା ବିଜେଡିରେ ବିଦ୍ରୋହର ବିଗୁଲ୍ ବଜେଇଛି ।

ଏହା ପୂର୍ବରୁ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ବଦ୍ରି ନାରାୟଣ ପାତ୍ର, ଶଶୀଭୂଷଣ ବେହେରା, ଭୂପିନ୍ଦର ସିଂ, ଗଣେଶ୍ୱର ବେହେରା, ପ୍ରଫୁଲ୍ଳ ସାମଲ, ପ୍ରତାପ ଜେନା ପ୍ରମୁଖ ମିଡିଆ ଓ ସୋସିଆଲ୍ ମିଡିଆରେ ନିଜର ଅସନ୍ତୋଷ ଝାଡ଼ିଛନ୍ତି । କାହା ନିର୍ଦ୍ଦେଶରେ ସସ୍ମିତ ପାତ୍ର ଏହି କାର୍ଯ୍ୟ କଲେ ବୋଲି ନବୀନଙ୍କୁ ପ୍ରଶ୍ନ କରିଥିଲେ । ପ୍ରଫୁଲ୍ଲ ଘଡ଼ାଇ ବୁଲେଇ ବଙ୍କେଇ ଏବଂ ପ୍ରଭାତ ତ୍ରିପାଠୀ ସିଧାସଳଖ ପାଣ୍ଡିଆନଙ୍କୁ ଭୀଷଣ ଗାଳି ଦେଇଛନ୍ତି ।

ତେବେ ବିଜେଡି ଘମାସାନ ସେଇଠି ଅଟକି ନାହିଁ । ପାଣ୍ଡିଆନଙ୍କୁ ସୁରକ୍ଷା ଦେବା ପାଇଁ ଆଗକୁ ଆସିଛନ୍ତି ୪ ସାଂସଦ ଶ୍ରୀମତୀ ସୁଲତା ଦେଓ, ମାନସ ମଙ୍ଗରାଜ, ନିରଞ୍ଜନ ବିଶି ଏବଂ ଶୁଭାଶିଷ ଖୁଣ୍ଟିଆ । ସମସ୍ତେ ଟୁଇଟ୍ କରି ଦେବାଶିଷ ସାମନ୍ତରାୟଙ୍କୁ ଗାଳି କରିଥିବା ବେଳେ ପାଣ୍ଡିଆନଙ୍କ ପାଇଁ ଓକିଲାତି କରିଛନ୍ତି । ୧୦ ମାସ ହେଲା ପାଣ୍ଡିଆନ୍ ରାଜନୀତିରେ ନାହାନ୍ତି । ତାଙ୍କୁ ଅଯଥାରେ ବଦନାମ କରାଯିବା ଠିକ୍ ନୁହେଁ । ଦଳର ସଭାପତି ନବୀନ ପଟ୍ଟନାୟକ ହିଁ ସବୁ ନିଷ୍ପତ୍ତି ନିଅନ୍ତି । ଯାହାର ଯାହା ଅଭିଯୋଗ ଅଛି, ପାର୍ଟି ଫୋରମ୍ ରେ ସଭାପତିଙ୍କୁ କହିପାରିବେ । ଅଯଥାରେ ମିଡିଆରେ ବୟାନବାଜି କରିବାକୁ ସେମାନେ ପୃଥକ୍ ପୃଥକ୍ ଟୁଇଟ୍ ରେ ନିନ୍ଦା କରିଛନ୍ତି ।

ଏଥିସହ ପାଣ୍ଡିଆନ ସପକ୍ଷବାଦୀ ଏବଂ ପାଣ୍ଡିଆନ ବିପକ୍ଷବାଦୀ ଭାବରେ ବିଜେଡି ଦୁଇଭାଗ ହୋଇଯାଇଛି ।

ସୂଚନାଥାଉକି, ବିଜେଡିର ପରିବର୍ତ୍ତିତ ଆଭିମୁଖ୍ୟ ସାଥୀରେ ନ ରହି ୱକଫ୍ ସଂଶୋଧନ ବିଲ୍ ବିରୋଧରେ ଭୋଟ ଦେଇ ଚର୍ଚ୍ଚାରେ ରହିଥିବା ମୁନ୍ନା ଖାଁ ଆଜି ଭୁବନେଶ୍ୱର ଫେରିଥିଲେ । ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିବା ପାଇଁ ହଜାରରୁ ଅଧିକ ସଂଖ୍ୟା ଲଘୁ ସମ୍ପ୍ରଦାୟର ବ୍ୟକ୍ତି ଏବଂ ବିଜେଡି କର୍ମୀ ଉପସ୍ଥିତ ଥିଲେ । ସେଠି ସାମ୍ବାଦିକମାନଙ୍କ ପ୍ରଶ୍ନରେ ଅତି ସ୍ପଷ୍ଟ ଭାବେ ନିଜର ପ୍ରତିକ୍ରିୟା ରଖିଥିଲେ ମୁନ୍ନା ଖାଁ ।

କହିଥିଲେ, ବିଜେଡି ଏକ ଧର୍ମନିରପେକ୍ଷ ଦଳ । ଆମର ନେତା ନବୀନ ପଟ୍ଟନାୟକ ଧର୍ମନିରପେକ୍ଷ ନେତା । ସଂସଦ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ନବୀନ ନିବାସରେ ଅନୁଷ୍ଠିତ ସଂସଦୀୟ ଦଳର ବୈଠକରେ ୱକଫ୍ ବିଲ୍ କୁ ବିରୋଧ କରିବା ପାଇଁ ନବୀନ ବାବୁ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ବିଲ୍ ବିରୋଧରେ ଭୁବନେଶ୍ୱରରେ ଏକ ରାଲି କରି ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବା ପାଇଁ ନବୀନ ବାବୁଙ୍କ ଅନୁମତି ମାଗିଥିଲି । ଆଗେଇ ଚାଲ ବୋଲି ସେ କହିଥିଲେ । ଏହାପରେ ଶଙ୍ଖ ଭବନରେ ଆୟୋଜିତ ଇଫତାର ପାର୍ଟିରେ ମଧ୍ୟ ଏହି ବିଲ୍ ପ୍ରସଙ୍ଗରେ ପୁଣି ଥରେ ଆଲୋଚନା ହୋଇଥିଲା । ଏହାକୁ ବିରୋଧ କରାଯିବ ବୋଲି ନବୀନ ବାବୁ ସେତେବେଳେ ମଧ୍ୟ ନିଦେ୍ର୍ଦଶ ଦେଇଥିଲେ ।

ତାପରେ ସଂସଦରେ ଯେତେବେଳେ ବିଲ୍ ଆସିଲା, ମୁଁ ବିରୋଧ କରି ଅଭିଭାଷଣ ରଖିଥିଲି । କିନ୍ତୁ ସଂଧ୍ୟାବେଳେ ଆମ ଦଳର ରାଜ୍ୟସଭା ନେତା ସସ୍ମିତ୍ ପାତ୍ର ଟୁଇଟ୍ କଲେ ଯେ ନିଜର ଇଚ୍ଛା ଓ ବିବେକ ଅନୁସାରେ ଭୋଟ ଦିଅ । ଆମ ସଂସଦୀୟ ଗଣତନ୍ତ୍ର ବ୍ୟବସ୍ଥାରେ ପୃଥିବୀର କେଉଁଠି ବି ବିବେକାନୁମୋଦିତ ଭୋଟ ଥିବା ମୁଁ ଜାଣିନି । ଏହି ଟୁଇଟ୍ ହେଲା ପରେ ବହୁତ ସମସ୍ୟା ଉପୁଜିଲା । ମୁଁ ଖୋଜିଲି । ତାଙ୍କୁ ପାଇଲିନି । ସେ ବିଲ୍ ସମର୍ଥନରେ ଭୋଟ ଦେଇଛନ୍ତି ବୋଲି ମିଡିଆରୁ ଜାଣିଲି । ଏହା ଆମ ଦଳ ଓ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ବହୁତ ଦୁଃଖ ଏବଂ ଆଘାତ ପହଞ୍ଚାଇଛି ।

ଯେତେବେଳେ ସେ ଟୁଇଟ୍ କଲେ ସେତେବେଳୁ ମୁଁ ତାଙ୍କୁ ପାଇନି । ସେ ଫୋନ୍ ଧରିଲେନି । ସେ କାହିଁକି ଏମିତି କଲେ, କିଏ ତାଙ୍କୁ ନିର୍ଦ୍ଦେଶ ଦେଲା ଆମକୁ କହିନାହାନ୍ତି । ନିଶ୍ଚିତ ଭାବେ ସେ ତାହାର ଜବାବ ଦେଇପାରିବେ । ବିଦେଶ ଗସ୍ତରୁ ଫେରନ୍ତୁ । କିନ୍ତୁ ମୋର ବିଶ୍ୱାସ ମାନ୍ୟବର ନବୀନ ପଟ୍ଟନାୟକ ଏକଥା କହି ନ ଥିବେ । କାହିଁକି ନା ନବୀନ ବାବୁ ଆମକୁ ନିଦେ୍ର୍ଦଶ ଦେଇଛନ୍ତି ୱକଫ୍ ବିଲ୍ କୁ ବିରୋଧ କରିବା ପାଇଁ । ଦଳର ସଭାପତିଙ୍କୁ ମୁଁ ଜଣାଇବାକୁ ଆସିଛି । ସେ ନିଷ୍ପତ୍ତି ନେବେ କ’ଣ କରାଯିବ ।

ବିଜୁ ଜନତା ଦଳ ଆମେ ସଂଖ୍ୟାଲଘୁଙ୍କ ସାଙ୍ଗେ ଅଛୁ । ଯେଉଁ ଲୋକଙ୍କ ମନରେ ହୃଦବୋଧ ହେଉଛି, ତାଙ୍କର ଯଦି ଆତ୍ମା ଡାକୁଛି ବିଜେପିକୁ ଭୋଟ ଦେବା ପାଇଁ ସେଠାକୁ ଚାଲିଯାାଉନାହାନ୍ତି କାହିଁକି? ତାଙ୍କୁ କିଏ କହିଲା ଏଠି ଦଳରେ ରହିବା ପାଇଁ । ବିଜେଡିରେ ଦୋମୁହାଁ ନୀତି ଚଳିବ ନାହିଁ ବୋଲି ମୁନ୍ନା ଖାଁ କହିଥିଲେ ।

ସିଧାସଳଖ କହିଲେ, ପାଣ୍ଡିଆନଙ୍କୁ ଲକ୍ଷ୍ୟ କରି ସମସ୍ତେ ସସ୍ମିତଙ୍କୁ ଗାଳି କରିବାରେ ଲାଗିଛନ୍ତି । ଏଭଳି ଭାବେ ବିଜେଡିରେ ବିଦ୍ରୋହର ବିଗୁଲ୍ ବାଜୁଥିଲା ବେଳେ ନବୀନ ପଟ୍ଟନାୟକ କିନ୍ତୁ ନିରବ । ପାଟି ଖୋଲୁନାହାନ୍ତି । ତାଙ୍କର ଏହି ଅସମ୍ଭବ ନିରବତା ସମସ୍ତଙ୍କୁ ଚକିତ କରିଛି ।

ଆମର ସଂଖ୍ୟାଲଘୁ ସମ୍ପ୍ରଦାୟ ଭାଇମାନେ ଆସିଥିଲେ । ୱକଫ୍ ବିଲ୍ ପ୍ରସଙ୍ଗକୁ ନେଇ ଦଳରେ ଉପୁଜିଥିବା ସମସ୍ୟାର ସମାଧାନ କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନବୀନ ପଟ୍ଟନାୟକଙ୍କ ପାଖରେ ଦାବି କରିଥିଲେ । ତେବେ ବହୁତ ଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ନବୀନ ପଟ୍ଟନାୟକ ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ତମେ ତମ ଡ୍ୟୁଟି ଠିକ୍ କରିଛ ବୋଲି ନବୀନ ବାବୁ ମୋତେ କହିଲେ ।

Previous Post

‘ବିଗ୍ ହାଉସ୍’ ଟଙ୍କାରେ ଲାଞ୍ଜିଗଡ଼ ବିଜ୍ଞାପନ!

Next Post

ସପକ୍ଷବାଦୀଙ୍କ ଚାଲ୍: ‘ପାଣ୍ଡିଆନ ବଞ୍ଚାଓ, ଦେବାଶିଷ ହଟାଓ’!

Next Post
ସପକ୍ଷବାଦୀଙ୍କ ଚାଲ୍: ‘ପାଣ୍ଡିଆନ ବଞ୍ଚାଓ, ଦେବାଶିଷ ହଟାଓ’!

ସପକ୍ଷବାଦୀଙ୍କ ଚାଲ୍: 'ପାଣ୍ଡିଆନ ବଞ୍ଚାଓ, ଦେବାଶିଷ ହଟାଓ'!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA