Friday, August 21, 2026 10:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଚର୍ଚ୍ଚାରେ ସୁଜାତାଙ୍କ ଆର୍ଟିକିଲ୍

ବନ୍ୟା ମୁକାବିଲା ନେଇ ପ୍ରଶ୍ନ

by Our Correspondent
21 Aug, 2026- 07:24 PM
in Latest News, News
1 min read
0
ଚର୍ଚ୍ଚାରେ ସୁଜାତାଙ୍କ ଆର୍ଟିକିଲ୍

ଭୁବନେଶ୍ୱର: ଆଇଏଏସ୍ ଚାକିରି ଛାଡ଼ି ରାଜନୀତିକୁ ଆସିଥିବା ସୁଜାତା ରାଉତ କାର୍ତ୍ତିକେୟନ ଖବରକାଗଜରେ ଏକ ଆର୍ଟିକିଲ୍ ଲେଖି ଚର୍ଚ୍ଚାକୁ ଆସିଛନ୍ତି । ଏକ ପ୍ରମୁଖ ଦୈନିକ ଖବରକାଗଜରେ ଲେଖିଥିବା ଆର୍ଟିକିଲ୍ ଜରିଆରେ ବର୍ତ୍ତମାନର ବନ୍ୟା ପରିଚାଳନାରେ ରାଜ୍ୟର ଡବଲ ଇଞ୍ଜିନ ସରକାରଙ୍କ ଅପାରଗତାକୁ ଲୋକଲୋଚନକୁ ଆଣିଛନ୍ତି ।

ସେ ଲେଖିଛନ୍ତି ଯେ ବିଜେଡି ଶାସନ ସମୟରେ ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଉଲ୍ଲେଖନୀୟ କାମ ପାଇଁ ଓଡ଼ିଶା ମିଳିତ ଜାତିସଂଘ ଦ୍ୱାରା ପ୍ରଶଂସିତ ହୋଇଥିଲା । ତେବେ ୨୪ ବର୍ଷରେ ଗଢ଼ି ଉଠିଥିବା ଏକ ଦୃଢ଼ ଓ ସଫଳ ପରିଚାଳନା ବ୍ୟବସ୍ଥା ୨୪ ମାସରେ ଭୁଶୁଡ଼ି ଯାଇଛି । ବର୍ତ୍ତମାନ ରାଜ୍ୟ ସମ୍ମୁଖୀନ ହୋଇଥିବା ଏକ ମଧ୍ୟମ ଧରଣର ବନ୍ୟା ପରିଚାଳନାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଏକ ମନ୍ତବ୍ୟ ‘ନବୀନ ବାବୁ ଇନ୍ଦ୍ରଙ୍କ ଫୋନ୍ ନମ୍ବର ଦିଅନ୍ତୁ’ ବନ୍ୟା ମୁକାବିଲାରେ ସରକାରଙ୍କ ଦୁର୍ବଳତାକୁ ସାମ୍ନାକୁ ଆଣୁଛି ।

ବନ୍ୟାରେ ଆଜି ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର, ବାଲେଶ୍ୱର ଆଦି ଜିଲ୍ଲାର କିଛି ଅଂଶ ଭୟଙ୍କର ଭାବେ ପ୍ରଭାବିତ ହୋଇଛି । ସାଳନ୍ଦୀ, ଜଳକା, ବୈତରଣୀ, ବ୍ରାହ୍ମଣୀ ଓ ସୁବର୍ଣ୍ଣରେଖା ନଦୀ ପ୍ରଣାଳୀରେ ବନ୍ୟା ଆସିଛି । ୧୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ହଜାର ହଜାର ହେକ୍ଟର ଫସଲ ନଷ୍ଟ ହୋଇଛି । ଅଗଣିତ ଗୋରୁଗାଈଙ୍କ ଜୀବନ ଯାଇଛି ଏବଂ ୧୦ ଲକ୍ଷରୁ ଅଧିକ ଲୋକ ଏବେ ବି ପାଣି ଘେରରେ ଦହନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି । ଖୋଲା ଛାତ ଉପରେ ଲୋକମାନେ ରହିଛନ୍ତି । ଖାଦ୍ୟ, ବିଶୁଦ୍ଧ ପାଣି, ପରିମଳ ବ୍ୟବସ୍ଥା ଓ ସ୍ୱାସ୍ଥ୍ୟସେବା ଆଦି କିଛି ନେଇ ସମସ୍ୟା ଭୋଗୁଛନ୍ତି । ଅନେକ ଘର ଭାଙ୍ଗିଯାଇଛି । ବନ୍ୟାଘେରରୁ ଉଠି ଆସି ନଦୀ ବନ୍ଧରେ ଆଶ୍ରୟ ନେଇଛନ୍ତି । ଜୀବନଜୀବିକା ଉଜୁଡ଼ି ଯାଇଛି ।

ଆଜି ଓଡ଼ିଶା ସାମ୍ନାରେ ମୌଳିକ ପ୍ରଶ୍ନ ହେଉଛି- ନଦୀ ପ୍ରଣାଳୀ, ବର୍ଷା ପୂର୍ବାନୁମାନ ବ୍ୟବସ୍ଥା, ପ୍ରଶାସନିକ କଳ, ପଞ୍ଚାୟତିରାଜ ଢ଼ାଞ୍ଚା ସବୁ ଅପରିବର୍ତ୍ତିତ ରହିଛି । ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ବି ପୂର୍ବପରି ରହିଛି । ତେବେ ସରକାର କାହିଁକି ବନ୍ୟା ପରିଚାଳନା ପାଇଁ ଇନ୍ଦ୍ରଙ୍କୁ ଦାୟୀ କରୁଛନ୍ତି? ଲୋକେ କାହିଁକି କଷ୍ଟ ପାଉଛନ୍ତି?

ଯେତେବେଳେ କର୍ମୀମାନେ ରିଲିଫ୍ ବଣ୍ଟନକୁ ନେଇ ପ୍ରତିଯୋଗିତା କରନ୍ତି, ସେତେବେଳେ ବନ୍ୟା ସେବା ନୁହେଁ ଉପାର୍ଜନର ଏକ ଉତ୍ସ ହୋଇଥାଏ । ଏହି ସମୟରେ ବନ୍ୟା ପରିଚାଳନା ଦଳୀୟ ଭିତ୍ତିରେ କରାଯିବା ପରି ସ୍ପର୍ଶକାତର ଅଭିଯୋଗ ଶାସନ ଏବଂ ରାଜଧର୍ମର ପ୍ରତ୍ୟେକ ନୀତିକୁ ଉଲ୍ଲଂଘନ କରୁଛି । ବିଜେପି ସବୁବେଳେ ଦାବି କରୁଛି ଯେ ଲୋକେ ପରିବର୍ତ୍ତନ ଚାହୁଁଥିଲେ । ବନ୍ୟା ପରିଚାଳନାରେ ବିଫଳତା ଓ ଲୋକଙ୍କ ଦୁର୍ଦ୍ଦଶା କ’ଣ ପରିବର୍ତ୍ତନର ପ୍ରତିଫଳନ ବୋଲି ସୁଜାତା ପଚାରିଛନ୍ତି । ବନ୍ୟା ମୁକାବିଲାକୁ ଦଳୀୟ ରାଜନୀତିରୁ ଉଦ୍ଧ୍ୱର୍ରେ ରଖିବାକୁ ସେ ଆହ୍ୱାନ ଦେଇଛନ୍ତି ।

Previous Post

ଆରପାରିରେ କାଳଜୟୀ ପ୍ରଣବ ପଟ୍ଟନାୟକ

Next Post

ଧର୍ମେନ୍ଦ୍ରଙ୍କୁ ଚାଲେଞ୍ଜ ଦେଲେ ଅରୁଣ

Next Post
ଧର୍ମେନ୍ଦ୍ରଙ୍କୁ ଚାଲେଞ୍ଜ ଦେଲେ ଅରୁଣ

ଧର୍ମେନ୍ଦ୍ରଙ୍କୁ ଚାଲେଞ୍ଜ ଦେଲେ ଅରୁଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA