Saturday, August 22, 2026 11:48 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଧର୍ମେନ୍ଦ୍ରଙ୍କୁ ଚାଲେଞ୍ଜ ଦେଲେ ଅରୁଣ

ଏମଏମଡିଆର ଆମେଣ୍ଡମେଣ୍ଟ ବିଲ୍

by Our Correspondent
21 Aug, 2026- 07:42 PM
in Latest News, News
1 min read
0
ଧର୍ମେନ୍ଦ୍ରଙ୍କୁ ଚାଲେଞ୍ଜ ଦେଲେ ଅରୁଣ

ଭୁବନେଶ୍ୱର: ଏମଏମଡିଆର ଆମେଣ୍ଡମେଣ୍ଟ ବିଲ୍ ସଂସଦରେ ପାସ୍ ହେବା ପରେ ଓଡ଼ିଶାର ବ୍ୟାପକ କ୍ଷତି ହେବ ବୋଲି ନବୀନ ପଟ୍ଟନାୟକ ଦେଇଥିବା ଭିଡିଓ ବାର୍ତ୍ତା ଉପରେ ବିଜେପି ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଖଣି ମନ୍ତ୍ରୀ ବିଭୁତି ଜେନାଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ବିଜୁ ଜନତା ଦଳ ଏହି ଦୁଇ ନେତା ଓ ବିଜେପି ସରକାରଙ୍କ ଉପରେ ବର୍ଷିଛି । ନବୀନ ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ଉପରେ, ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଛି ବିଜେଡି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ଼ ଅରୁଣ ସାହୁ ଓ ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ନିକଟରେ ଲୋକସଭାରେ ବିନା ଆଲୋଚନାରେ ପାସ ହୋଇଥିବା ଏହି ବିଲ୍ ଓଡିଶା ସମେତ ଦେଶର ସମସ୍ତ ଖଣିଜ ସମ୍ପଦ ଥିବା ରାଜ୍ୟର ବ୍ୟାପକ କ୍ଷତି ହେବ ବୋଲି କହିଛନ୍ତି ।

ଡ଼ ସାହୁ କହିଛନ୍ତି, ଖଣି ଖାଦାନ ଉପରେ ପ୍ରତ୍ୟେକ ରାଜ୍ୟର ଆଇନଗତ ଓ ସାମ୍ୱିଧାନିକ ଅଧିକାର ରହିଛି । ଜୁଲାଇ ୨୦୨୪ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ୯ ଜଣିଆ ଖଣ୍ଡପୀଠ ଏହା ଉପରେ ବିଚାର କରି ଖଣି ଓ ଖଣିର ଜମି ଉପରେ ରାଜ୍ୟ ମାନଙ୍କର ଅଧିକାର ରହିଛି, ତେଣୁ ରାଜ୍ୟମାନେ ଖଣିଜ ପଦାର୍ଥ ଉପରେ ଲେଭି ଓ ଟ୍ୟାକ୍ସ ଲଗାଇ ପାରିବେ ବୋଲି ମତ ଦେଇଥିଲେ । ଏହି ବିଚାରରେ, ୧ ଏପ୍ରିଲ ୨୦୦୫ରୁ ଖଣି ମାଲିକମାନଙ୍କଠାରୁ ବକେୟା ଟ୍ୟାକ୍ସ ଆଦାୟ କରିପାରିବେ ବୋଲି ଉଚ୍ଚତମ ନ୍ୟାୟାଳୟ କହିଥିଲେ । ସେହି ଅନୁସାରେ, ଓଡିଶା କେବଳ ବକେୟା ଆକାରରେ ଦେଢ଼ ଲକ୍ଷ କୋଟି ଟଙ୍କା ଆଦାୟ କରିପାରିବ ବୋଲି ଆକଳନ ହୋଇଥିଲା । ଏହାଛଡା ପ୍ରତିବର୍ଷ ଖଣି ରାଜସ୍ୱ ଅଧିକ ୧୨,୦୦୦ କୋଟି ଟଙ୍କା ଆଦାୟ ହେବ ବୋଲି ଆକଳନ ହୋଇଥିଲା । କିନ୍ତୁ ଏମଏମଡିଆର ଆମେଣ୍ଡେମେଣ୍ଟ ବିଲ୍ ଜରିଆରେ ଓଡ଼ିଶାର ନ୍ୟାର୍ଯ୍ୟ ପ୍ରାପ୍ୟକୁ କେନ୍ଦ୍ର ସରକାର ହଡ଼ପ କରିଦେଲେ ।

ଦୁଃଖ ଓ ପରିତାପର ବିଷୟ ଯେ, ଓଡ଼ିଶାରୁ ନିର୍ବାଚିତ ବିଜେପିର ୨୦ ଲୋକସଭା ସାଂସଦ ଓ ୫ ରାଜ୍ୟସଭା ସାଂସଦ, ଓଡିଶା ବିରୋଧୀ ବିଲକୁ ହାତ ଟେକି ସମର୍ଥନ କରିଥିଲେ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ଏହି ବିଲ ଦ୍ୱାରା ଓଡ଼ିଶାର ପ୍ରଭୁତ କ୍ଷତି ହେବ ବୋଲି କହି ଏହାକୁ ବିରୋଧ କରିବା ପରେ ବିଜେପି ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ନବୀନ ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି କହିଛନ୍ତି । ନବୀନ ସରକାର ୨୦୦୦ ମସିହାରେ ରାଜ୍ୟର ଦାୟିତ୍ୱ ଗ୍ରହଣ କରିବା ପରେ ଅଭାବୀ ଓଡିଶାକୁ ଦେଶର ଶ୍ରେଷ୍ଠ ଆର୍ଥିକ ପରିଚାଳନା ରାଜ୍ୟ ଭାବେ ପ୍ରତିଷ୍ଠିତ କରିପାରିଥିଲେ । ରାଜ୍ୟର ବିକାଶ ପାଇଁ ଖଣି କ୍ଷେତ୍ରରୁ ଆଦାୟ ରାଜସ୍ୱର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ ବିଜେପି ସରକାର ଏମଏମଡିଆର ଆକ୍ଟ ଆଣିବା ପରେ ରାଜ୍ୟ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଖଣି କ୍ଷେତ୍ରରୁ ଟିକସ୍ ଆଦାୟ କ୍ଷମତା କେନ୍ଦ୍ର ହାତକୁ ଟେକି ଦେଇଛି ।

ଡ଼ ସାହୁ ଆହୁରି କହିଥିଲେ, କାହା ସ୍ୱାର୍ଥରେ ଓଡ଼ିଶାର ନ୍ୟାର୍ଯ୍ୟ ପ୍ରାପ୍ୟକୁ କେନ୍ଦ୍ର ହାତକୁ ଟେକି ଦିଆଗଲା । ଏହା ଦେଶର ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ । ନବୀନଙ୍କ ସମୟରେ ଓଡ଼ିଶାର ଋଣ ଭାର ବୃଦ୍ଧି ପାଇଥିଲା ବୋଲି ଧର୍ମେନ୍ଦ୍ରଙ୍କ ବୟାନ ପିଲାଳିଆମି ଓ ହାସ୍ୟାସ୍ପଦ ବୋଲି ଡ଼ ସାହୁ କହିଛନ୍ତି । ଓଡିଶା ଦେଶର ସର୍ବନିମ୍ନ ଋଣ ଥିବା ରାଜ୍ୟର ମାନ୍ୟତା ପାଇଥିଲା । ସେହିପରି ଓଡ଼ିଶାର ମୁଣ୍ଡ ପିଛା ଋଣ ମଧ୍ୟ ଦେଶରେ ସର୍ବନିମ୍ନ ଥିଲା । ତେଣୁ, କେବଳ ମିଥ୍ୟା ତଥ୍ୟ ଦେଇ ଧର୍ମେନ୍ଦ୍ର ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି ।

ଶ୍ରୀ ବକ୍ସିପାତ୍ର କହିଛନ୍ତି, ଏମଏମଡିଆର ଆମେଣ୍ଡମେଣ୍ଟ ବିଲ ଯୋଗୁଁ ଓଡ଼ିଶାର କୌଣସି କ୍ଷତି ହେବନାହିଁ ବୋଲି ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ବାସ୍ତବତାଠାରୁ ବହୁ ଦୂରରେ । ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟର ଆଡ଼ଭୋକେଟ ଜେନେରାଲ ପିତାମ୍ୱର ଆଚାର୍ଯ୍ୟ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ସତ୍ୟପାଠ ଦାଖଲ କରିଥିଲେ, ଯେଉଁଥିରେ ଖଣିରୁ ଲେଭି ଓ ଟିକସ ଆଦାୟ ଓଡିଶା ସ୍ୱାର୍ଥ ଦୃଷ୍ଟିରୁ ନିତ୍ୟାନ୍ତ ଜରୁରୀ ଓ ବକେୟା ଖଣି ରାଜସ୍ୱ ନ ମିଳିଲେ ଓଡ଼ିଶାର ବ୍ୟାପକ କ୍ଷତି ହେବ ବୋଲି କହିଥିଲେ । ଏବେ ରାଜ୍ୟକୁ କ୍ଷତି ହେବ ନାହିଁ ବୋଲି ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ଯଦି ଠିକ, ତାହେଲେ ରାଜ୍ୟ ସରକାରଙ୍କ ତରଫରୁ ଆଡ଼ଭୋକେଟ ଜେନେରାଲଙ୍କ ଦେଇଥିବା ସତ୍ୟପାଠ ମିଥ୍ୟା ବୋଲି ବୁଝିବାକୁ ହେବ ।

ତେଣୁ ଉଚ୍ଚତମ ନ୍ୟାୟାଳୟରେ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ରଖିଥିବା ସତ୍ୟପାଠ ଠିକ୍ ନା ଧର୍ମେନ୍ଦ୍ର ପ୍ରଧାନ ଓ ଖଣିମନ୍ତ୍ରୀ ବିଭୂତି ଜେନା ଦେଇଥିବା ବିବୃତି ଠିକ୍, ବିଜେପି ଏହାର ସ୍ପଷ୍ଟୀକରଣ ଦେଉ । ନବୀନଙ୍କ ୨୪ ବର୍ଷ ଶାସନରେ ୭୮,୦୦୦ କୋଟି ଟଙ୍କା ଋଣ ହୋଇଥିଲା ବେଳେ ବିଜେପିର ଦୁଇ ବର୍ଷ ଶାସନରେ ୧,୩୮,୦୦୦ କୋଟି ଟଙ୍କା ଋଣ ହୋଇଛି । ଏଥିରୁ ସ୍ପଷ୍ଟ ହେଉଛି କିଏ କାହାକୁ ଭ୍ରମିତ କରୁଛି । ଏହି ସ୍ୱେଚ୍ଛାଚାରୀ ଆଇନ ଜରିଆରେ ଖଣି ଖାଦାନ ଓ ଖଣିଜ୍ ପଦାର୍ଥ ଉପରେ ଟିକସ ଲାଗୁ କରିବାର ଅଧିକାରକୁ ରାଜ୍ୟବାସୀଙ୍କଠାରୁ କେନ୍ଦ୍ର ସରକାର ଛଡାଇ ପାରିବେ ନାହିଁ । ଆଗାମୀ ଦିନରେ ବିଜେଡି ଏହାର ଦୃଢ ପ୍ରତିବାଦ କରିବ ।

Previous Post

ଚର୍ଚ୍ଚାରେ ସୁଜାତାଙ୍କ ଆର୍ଟିକିଲ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA