Monday, May 25, 2026 08:13 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜୋର୍ ଧରିଲା ମର୍ଡର ପଲିଟିକ୍ସ

by Our Correspondent
28 Sep, 2017- 07:42 PM
in Latest News, Politics
1 min read
0
ଜୋର୍ ଧରିଲା ମର୍ଡର ପଲିଟିକ୍ସ
ଭୁବନେଶ୍ୱର: ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ମର୍ଡରର ନୂଆ ଥିଓରି ବାହାର କରିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ଏସପିଙ୍କ ତଦନ୍ତରେ ବିଜେଡ଼ି ମୋହର ମାରି ନିଜେ ତଦନ୍ତକାରୀ ଅଫିସର ଭଳି ବୟାନ ଦେଇଛନ୍ତି । ତାଙ୍କ ଇନଭେଷ୍ଟିଗେସନ୍ କହୁଛି, ଲକ୍ଷ୍ମୀ ମର୍ଡର ପଛର କାରଣ ବିଜେଡ଼ି ଅର୍ନ୍ତଦ୍ୱନ୍ଦ । ଛତ୍ରପୁର ବିଧାୟକ ପ୍ରିୟାଂଶୁ ପ୍ରଧାନଙ୍କ ସହ ଲକ୍ଷ୍ମୀଙ୍କର ପଡୁ ନ ଥିଲା । ହତ୍ୟାକାଣ୍ଡ ପୂର୍ବରୁ ବିଧାୟକଙ୍କ ଘରେ ହତ୍ୟାକାରୀଙ୍କ ମେଳି ହୋଇଥିଲା । ବିଧାୟକଙ୍କ ସିସିଟିଭି କ୍ୟାମେରାରୁ ଏହା ସ୍ପଷ୍ଟ ହୋଇଯିବ ବୋଲି ଗୋଲକ କହିଛନ୍ତି । ସିଧା ସିଧା କହିଲେ, ସ୍ଥାନୀୟ ବିଜେଡ଼ି ବିଧାୟକ ହିଁ ଲକ୍ଷ୍ମୀ ହତ୍ୟାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ବିଜେପିର ଏହି ନମ୍ବର ଟୁ ମୁଖପାତ୍ର ଦର୍ଶାଇବାକୁ ଚେଷ୍ଟା କରିଛନ୍ତି । ଗତକାଲି ନମ୍ବର ୱାନ୍ ମୁଖପାତ୍ର ସଜ୍ଜନ ଶର୍ମା ଏସପିଙ୍କୁ ବିଜେଡ଼ି ଜିଲ୍ଲା ସମ୍ପାଦକ କହିଥିଲା ବେଳେ ଆଜି ତାଙ୍କ ନମ୍ବର ଟୁ ଏସପିଙ୍କୁ ବିଜେଡ଼ି ଜିଲ୍ଲା ସଭାପତି ଆସନରେ ବସାଇଛନ୍ତି ।
ଗଂଜାମ ଏସପି ଆଶିଷ ସିଂଙ୍କ ତଦନ୍ତ ଫଳକୁ ବିଜେପିର ଏହି ଧର୍ମେନ୍ଦ୍ର ମାର୍କା ନେତା ଫୋପାଡି(ଡିସକାର୍ଡ) ଦେଇଛନ୍ତି । ଲକ୍ଷ୍ମୀ ମର୍ଡରର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ବିଜେପି ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ନାୟକଙ୍କ ନାଁ ଏସପି ପଦାକୁ ଆଣିଲା ପରେ ସେମାନେ ପ୍ରତିକ୍ରିୟାଶୀଳ ହୋଇ ପଡ଼ିଛନ୍ତି । ଏଇଥିପାଇଁ ଯେ ୪ ମାସ ତଳେ ଧର୍ମେନ୍ଦ୍ର ତାଙ୍କୁ ବିଜେପିକୁ କୋଳେଇ ଆଣିଥିଲେ । ତେଣୁ ହତ୍ୟା ଷଡ଼ଯନ୍ତ୍ରରେ ଧର୍ମେନ୍ଦ୍ର ବ୍ରାଣ୍ଡେଡ୍ କୃଷ୍ଣଚନ୍ଦ୍ରଙ୍କ ନାଁ ଆସିବା ଭୁବନେଶ୍ୱରିଆ ଧର୍ମେନ୍ଦ୍ର ଗୋଷ୍ଠୀଙ୍କୁ କ୍ଷୁବ୍ଧ କରିଛି । ଏସପିଙ୍କୁ ଚୋର ଚାଣ୍ଡାଳ ଭଳି ସେମାନେ ବ୍ୟବହାର କରିଛନ୍ତି । ଲକ୍ଷ୍ମୀଙ୍କ ମର୍ଡର ପ୍ଲଟ୍ ଓ ହତ୍ୟାକାରୀଙ୍କୁ ସେମାନେ ଘରେ ବସି ଠଉରୋଉଛନ୍ତି । ଆଶ୍ଚର୍ଯ୍ୟର କଥା, ଗଂଜାମ ପୁଲିସ ଉପରୁ ସେମାନେ ଭରସା ତୁଟାଇଥିଲେ ମଧ୍ୟ ସିବିଆଇ ତଦନ୍ତ ନାଁ ଧରୁନାହାନ୍ତି । କାରଣ କ’ଣ ସେମାନେ ଜାଣିଛନ୍ତି ।
ଆହୁରି ଗମ୍ଭୀର ପ୍ରଶ୍ନଟି ଆସିଛି, ବଡ଼ବଡ଼ିଆ ମିଡ଼ିଆ ହାଉସ୍ ର ଭୂମିକା ଉପରେ । ଏସପିଙ୍କ ମୁହଁରେ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଆଖ୍ୟାୟିତ ହେଲା ପରେ ବି ଦୁଇଦିନ ହେଲା ଟିଭି, ପେପରରେ ସବିଶେଷ ଖବର ନଥିଲା । ୧୦ ଦିନ ତଳେ ଯେଉଁ ଟିଭି ଧର୍ମେନ୍ଦ୍ର-କୃଷ୍ଣଚନ୍ଦ୍ରଙ୍କ ଯୁଗଳବନ୍ଦୀର ଫଟୋ ଦେଖାଇ ଅନୁମାନରେ ହେଡଲାଇନ୍ ଷ୍ଟୋରି କରିଥିଲା ଏସପି ତାହାକୁ କନଫର୍ମ କଲାପରେ ବି ସେହି ଟିଭି ଚୁପ୍ ହୋଇଗଲା । ସବୁ ବଡ଼ବଡ଼ିଆ ମାଲିକଙ୍କ ବଡ଼ ଟିଭି କି ବଡ଼ ପେପରରେ ଖବର ନ ଥିଲା । ଆଜି ବିଜେଡ଼ି ଧର୍ମେନ୍ଦ୍ର-କୃଷ୍ଣଚନ୍ଦ୍ରଙ୍କ ଯୁଗଳ ଫଟୋ ଦେଖାଇ ପ୍ରସଙ୍ଗ ଉଠାଇବା ପରେ ଯାଇ ଟିଭିରେ ତାହା ସ୍ଥାନିତ ହୋଇଛି । ‘ଧର୍ମେନ୍ଦ୍ରଙ୍କୁ ବିଜେଡ଼ିର ଟାର୍ଗେଟ୍’ ବୋଲି ବ୍ରେକିଂ ଖବର ହୋଇଛି । ସମଗ୍ର ଘଟଣା ପଛରେ ରହସ୍ୟ କ’ଣ ତାହା କାହାରିକୁ ଅବୁଝା ନାହିଁ ।
Previous Post

ବୁଦ୍ଧିଜୀବୀ ମହଲରେ ହଇଚଇ

Next Post

ମାଆ ଜାଣେ ବାପ, ମନ ଜାଣେ ପାପ

Next Post
ମାଆ ଜାଣେ ବାପ, ମନ ଜାଣେ ପାପ

ମାଆ ଜାଣେ ବାପ, ମନ ଜାଣେ ପାପ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA