Monday, May 25, 2026 09:03 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମାଆ ଜାଣେ ବାପ, ମନ ଜାଣେ ପାପ

by Our Correspondent
29 Sep, 2017- 12:55 PM
in Latest News, Politics
1 min read
0
ମାଆ ଜାଣେ ବାପ, ମନ ଜାଣେ ପାପ
ଭୁବନେଶ୍ୱର: ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ମର୍ଡର କେସ୍ ଟି ରାଜନୀତି ବୟାନବାଜି ଭିତରେ ବାନ୍ଧି ହୋଇଯାଉଛି । ଘଟଣାର ବାସ୍ତବତା ଛପିଗଲା ଭଳି ଲାଗୁଛି । ପୁଲିସ ତଦନ୍ତ କହୁଛି, ଲକ୍ଷ୍ମୀ ମର୍ଡରର କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଷଡ଼ଯନ୍ତ୍ରକାରୀ । ବିଜେପି ମୁଖପାତ୍ରଙ୍କ ବ୍ୟକ୍ତିଗତ ଅନୁଧ୍ୟାନ କହୁଛି, ଛତ୍ରପୁର ବିଧାୟକ ପ୍ରିୟାଂଶୁ ପ୍ରଧାନ ମୁଖ୍ୟ ଷଡ଼ଯନ୍ତ୍ରକାରୀ । ସେପଟେ ବଡ଼ବଡ଼ିଆ ଟିଭି, ପେପର୍ ଭୂମିକା ସନ୍ଦେହରେ । ପୁଲିସ ତଦନ୍ତ ରିପୋର୍ଟକୁ  ଆଖି ବୁଜିଦେଇଛନ୍ତି । ନିଜ ଏଜେନ୍ସି ତଦନ୍ତ ଖବର ଦେଖାଇବାକୁ କି ଛାପିବାକୁ ଡରୁଛନ୍ତି । ରାଜନୈତିକ ବୟାନବାଜି ଖବରକୁ ବହୁ କଷ୍ଟରେ ଛାଡୁଛନ୍ତି । କାହାକୁ ଫାସରେ ପକାଇବାକୁ ଚାହୁଁଛନ୍ତି ତାହା ବି ସମସ୍ତଙ୍କୁ ଜଣା । ତେବେ ଏସବୁ ଫାର୍ସ କାହିଁକି ? ଏହା ପଛର ରହସ୍ୟ କ’ଣ ? ଯଦି ବିଜେପି ମୁଖପାତ୍ରଙ୍କ କଥା ସତ ବୋଲି ସେମାନଙ୍କ ବିଶ୍ୱାସ, ତାହାର ପର୍ଦ୍ଦାଫାସ କରି ବିଜେଡ଼ିକୁ ଲଙ୍ଗଳା କରୁନାହାନ୍ତି କାହିଁକି ? ଖାଲି ନେତାଙ୍କ ଅଭିଯୋଗ ଛାପି ଲୋକଙ୍କୁ ଭକୁଆ ବନୋଉଛନ୍ତି କାହିଁକି ?
ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ପୁଲିସ ଦର୍ଶାଇଥିବା କୃଷ୍ଣ ନାୟକ ବିଜେପିର ଜିଲ୍ଲା ସମ୍ପାଦକ । ଧର୍ମେନ୍ଦ୍ର ପ୍ରଧାନଙ୍କ ଗଂଜାମ ଯୁଦ୍ଧର ନୂଆ ସାରଥୀ । ତେଣୁ ଏସପି ତାଙ୍କ ନାଁ ପ୍ରକାଶ କଲା ପରେ ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ବିଚଳିତ ହୋଇପଡ଼ିଛନ୍ତି । ଏସପିଙ୍କୁ ସେମାନେ ବିଜେଡ଼ି ଏଜେଣ୍ଟ ବୋଲି କହୁଛନ୍ତି । ହତ୍ୟାକାଣ୍ଡର ଠିକ୍ ୧୨ ଦିନ ପରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସ୍ଥାନୀୟ ବିଜେଡ଼ି ବିଧାୟକଙ୍କୁ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଦର୍ଶାଉଛନ୍ତି । ତେବେ ତାଙ୍କ କହିବାର ଆଧାର କ’ଣ ? ବିନା ତଦନ୍ତ କି ଆଧାରରେ ବିଜେପି ମୁଖପାତ୍ର ଏହି ଆରୋପ ଲଗାଇଥିଲେ ନିଶ୍ଚିତ ସାଂଘାତିକ ।
ଘଟଣା ଉପରେ ଧର୍ମେନ୍ଦ୍ର ପ୍ରଧାନ ମୁହଁ ଖୋଲିନାହାନ୍ତି । ଗତକାଲି ସାମ୍ବାଦିକମାନେ ତାଙ୍କୁ ଏ ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ ମଧ୍ୟ ସେ ଏଡାଇ ଚାଲିଯାଇଥିଲେ । ଖାଲି ସେତିକି ନୁହେଁ, ଫେସବୁକ୍ ଓ ସୋସିଆଲ୍ ମିଡ଼ିଆରେ ସବୁବେଳେ ଆକ୍ଟିଭ୍ ଥିବା ଧର୍ମେନ୍ଦ୍ରଙ୍କ ଫେସବୁକ୍ ଆକାଉଣ୍ଟରୁ ବ୍ରହ୍ମପୁର ମିଶ୍ରଣ ପର୍ବର ଫଟୋ ଗାଏବ ହୋଇଯାଇଛି । ମେ ୨୦ ତାରିଖରେ ଓଡ଼ିଶାରେ ଅମିତ୍ ଶାହାଙ୍କ ମୋର ବୁଥ ସବୁଠୁ ମଜବୁତ କାର୍ଯ୍ୟକ୍ରମ ବ୍ରହ୍ମପୁରରୁ ଆରମ୍ଭ ହୋଇଥିଲା । ବେଶ୍ ଜାକଜମକରେ ଅନୁଷ୍ଠିତ ଏହି ଉତ୍ସବ ଅବସରରେ କୃଷ୍ଣ ଓ ଦୁର୍ଯୋଧନ ବିଜେପିରେ ମିଶିଥିଲେ । ଧର୍ମେନ୍ଦ୍ର ସେମାନଙ୍କ ହାତଟେକି, କୋଳେଇ, କୁଣ୍ଢେଇ ଫଟୋ ଉଠାଇଥିଲେ । ମାତ୍ର ଧର୍ମେନ୍ଦ୍ରଙ୍କ ବ୍ରହ୍ମପୁର ସ୍ମରଣୀୟ ମୁହୁର୍ତ୍ତର ଫଟୋ ତାଙ୍କ ଫେସବୁକ୍ ରେ ନାହିଁ । କୃଷ୍ଣଙ୍କ ସହ ଯୁଗଳବନ୍ଦୀର ଫଟୋ ତାଙ୍କ ଫେସବୁକ୍ ଆଲବମ୍ ରୁ ଗାଏବ ହୋଇଯାଇଛି । କୃଷ୍ଣଚନ୍ଦ୍ରଙ୍କୁ ନେଇ ଧର୍ମେନ୍ଦ୍ରଙ୍କ ମନରେ ପାପ ଥିଲା କି ବୋଲି ଏବେ ପ୍ରଶ୍ନ ଉଠୁଛି ।
Previous Post

ଜୋର୍ ଧରିଲା ମର୍ଡର ପଲିଟିକ୍ସ

Next Post

ବରଗଡ଼ ବିଜେପିରେ ବିଦ୍ରୋହ

Next Post
ବରଗଡ଼ ବିଜେପିରେ ବିଦ୍ରୋହ

ବରଗଡ଼ ବିଜେପିରେ ବିଦ୍ରୋହ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA