Sunday, May 31, 2026 03:48 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୁହଁ ଇସ୍ପାତ, ପଛ ସନ୍ନିପାତ !

by Our Correspondent
23 Oct, 2017- 06:43 PM
in Latest News, Politics
1 min read
0
ମୁହଁ ଇସ୍ପାତ, ପଛ ସନ୍ନିପାତ !
Spread the love
ଭୁବନେଶ୍ୱର: ଭର୍ତ୍ତୃହରି ମହତାବଙ୍କ ପରେ ଦାମୋଦର ରାଉତ । କଂଗ୍ରେସ ସହ ମେଣ୍ଟ ସମ୍ଭାବନା ନେଇ ଗତବର୍ଷ ନଭେମ୍ବର ମାସରେ ଭର୍ତ୍ତୃହରି ବୟାନ ଦେଇଥିଲେ । ଆଉ ଆଜି.. ବିଜେଡ଼ି ସହ କଂଗ୍ରେସ ମେଣ୍ଟ କରୁ ବୋଲି ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ମନ୍ତବ୍ୟ ଦେଇଛନ୍ତି । ବିଜେପିର ମୁକାବିଲା ପାଇଁ ଧର୍ମନିରପେକ୍ଷ ଅଣବିଜେପି ଶକ୍ତି ଏକାଠି ହେବା ଦରକାର ବୋଲି ସେ କହିଛନ୍ତି । ଭର୍ତ୍ତୃହରିଙ୍କ ବୟାନ ବିଜେଡ଼ି ରାଜନୀତିକୁ ହଲଚଲ କରିଥିଲା । ଏବେ ଦାମଙ୍କ ଉକ୍ତି ଓଡ଼ିଶା ରାଜନୀତିର ବାରୁଦ ଗଦାରେ ନିଆଁ ଲଗାଇଲା ଭଳି ହୋଇଛି ।
ଏକ ସାକ୍ଷାତକାରରେ ଭର୍ତ୍ତୃହରି କହିଥିଲେ, ବିଜେପିର ଅଭିବୃଦ୍ଧିକୁ ରୋକ୍ ଲଗାଇବା ପାଇଁ ଜାତୀୟ ଦଳ କଂଗ୍ରେସ ସହ ଆଞ୍ଚଳିକ ଦଳ ବିଜେଡ଼ିର ମେଣ୍ଟ ସମ୍ଭାବନା ସୃଷ୍ଟି ହୋଇଛି । ଖୋଦ୍ ନବୀନଙ୍କ ସହ କଥା ହୋଇ ଏହା ସେ କହୁଛନ୍ତି ବୋଲି କହିଥିଲେ । ମାତ୍ର ଦଳ ଭିତରୁ ତାଙ୍କୁ ତୀବ୍ର ଆକ୍ରମଣ ହେଲା ପରେ ସେ କଥା ବୁଲାଇ ଦେଇଥିଲେ । ତାଙ୍କ ମନ୍ତବ୍ୟକୁ କଦର୍ଥ କରାଯାଇଛି ଏବଂ ସେ ଯାହା କହିଛନ୍ତି ତାଙ୍କର ବ୍ୟକ୍ତିଗତ ମତ ବୋଲି କହିଥିଲେ । ତେବେ ଇତିମଧ୍ୟରେ ବର୍ଷେ ବିତିଯାଇଛି । ବିଜେପି ଅଧିକ କ୍ରିୟାଶୀଳ ହୋଇଛି । ଅମିତ୍ ଶାହା-ଧର୍ମେନ୍ଦ୍ର ପ୍ରଧାନ ମିସନ୍-୧୨୦ ପ୍ଲସ୍ ଧରି ମୈଦାନକୁ ଓହ୍ଲାଇଛନ୍ତି । ଆଉ ଏତିକିବେଳେ ଦାମଙ୍କ ମନ୍ତବ୍ୟ ନିଶ୍ଚିତ ଭାବେ ଗୁରୁତ୍ୱ ବହନ କରୁଛି । ଉଦ୍ଦେଶ୍ୟ ଯାହା ଥାଉ ନା କାହିଁକି ବିଜେପିର ଶକ୍ତିବୃଦ୍ଧିରେ ସ୍ୱଂୟ ଦାମ ଛାନିଆଁ ହୋଇପଡ଼ିଛନ୍ତି ବୋଲି ବାର୍ତ୍ତା ଯାଇଛି । ଦାମବାବୁ ଜଣେ ସାଧାରଣ ରାଜନେତା ନୁହଁନ୍ତି । ବିଜେଡ଼ିର ବରିଷ୍ଠ(ସିଜିନିଡ୍) ନେତା ଓ ମନ୍ତ୍ରୀ । କିଏ ମାନନ୍ତୁ ନ ମାନନ୍ତୁ, ତାଙ୍କ ପାଟିରେ ଏଭଳି କଥା ସାମଗ୍ରିକ ଭାବେ ବିଜେଡ଼ିର ଭୟ ଓ ଦୁର୍ବଳତାକୁ ସୂଚାଇଛି । ମିସନ୍-୧୨୦ ପ୍ଲସ୍ ଉପରେ ଯେତେ ଦମ୍ଭ ଦେଖାଇଲେ ବି ବିଜେଡ଼ିକୁ ଯେ ଛାନିଆଁ ଗୋଡାଇଛି ତାହା ଦାମ ଜଣାଇ ଦେଇଛନ୍ତି ।
ଭର୍ତ୍ତୃହରିଙ୍କ ବୟାନ କ୍ଷତ ମନରୁ ନ ଯାଉଣୁ ଦାମବାବୁଙ୍କ ମନ୍ତବ୍ୟ ବିଜେଡ଼ି କାର୍ପଟଦାରଙ୍କ ଅକଲ ଗୁଡୁମ କରିଦେଇଛି । କାରଣ କଂଗ୍ରେସ ଓ ବିଜେପିଠାରୁ ବିଜେଡ଼ି ସମାନ ଦୂରତା ରଖୁଥିବା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କହି ଆସୁଛନ୍ତି । ବିଜେପି ଓ କଂଗ୍ରେସ ସହ ମେଣ୍ଟର ପ୍ରଶ୍ନ ଉଠୁନାହିଁ ବୋଲି ସେ ଅନେକବାର ସ୍ପଷ୍ଟ କରିଛନ୍ତି । ମଝିରେ ମଝିରେ ବିଜେପି ସହ ବିଜେଡ଼ିର ମେଣ୍ଟ ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ କଂଗ୍ରେସ ସହ ବିଜେଡ଼ିର ମେଣ୍ଟ ନେଇ ଚର୍ଚ୍ଚା ପ୍ରାୟତଃ ନାହିଁ । ଓଡ଼ିଶାର ରାଜନୈତିକ ଦୃଶ୍ୟପଟରେ ତାହା ସମ୍ଭବ ବି ନୁହେଁ । ମାତ୍ର ସାଂମ୍ପ୍ରତିକ ପରିସ୍ଥିତିରେ ଦାମଙ୍କ ମୁଣ୍ଡରେ ହଠାତ୍ ଏହି ଥିଓରି ପଶିବା ରାଜନୈତିକ ସମୀକ୍ଷକମାନଙ୍କୁ ଚକିତ କରିଛି । ବିଜେଡ଼ି-କଂଗ୍ରେସ ପ୍ରେମବନ୍ଧନ କଥା କହି ସେ ବିଜେପିକୁ ଧୂଳିସାତ କରିବା କଥା କହୁଛନ୍ତି । ଅର୍ଥାତ୍ ବିଜେଡ଼ି ଏକାକୀ ବିଜେପିକୁ ଫାଇଟ୍ ଦେବା ଅବସ୍ଥାରେ ଆଉ ନାହିଁ ବୋଲି ଦାମବାବୁ ହୃଦୟଙ୍ଗମ କରିଛନ୍ତି । ଏଇ ଦାମବାବୁ କଥାକଥାକେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଛିଗୁଲାଉଛନ୍ତି । ମିସନ୍-୧୨୦ ପ୍ଲସ୍ କୁ ବିଦ୍ରୁପ କରୁଛନ୍ତି । ୧୨୦ ସଂଖ୍ୟା ଛାଡ, ବିଜେପି ୨୦ ସଂଖ୍ୟା ଛୁଇଁବ ନାହିଁ କହୁଛନ୍ତି । ଆଉ ସେହି ଦାମବାବୁ ବିଜେପିକୁ ଏକାକୀ ସାମନା କରିବାକୁ ଡରୁଛନ୍ତି । ‘ଏ ବିଚିତ୍ର ଦାମବାବୁ । କେତେବେଳେ କ’ଣ କହୁଛନ୍ତି ତାଙ୍କ ପାଟି ବାଡ଼ବତା ମାନୁନି ।  ବୟସାଧିକ କାରଣରୁ ଦାମବାବୁ ବିଭିନ୍ନ ସମୟରେ ଏଭଳି କଥା ସବୁ କହୁଛନ୍ତି’ ବୋଲି ଦଳର ଜଣେ ପୁରୁଖା ନେତା କହିଛନ୍ତି ।
ତେବେ ସେ ଯାହାହେଉ, ଦାମଙ୍କ ମନ୍ତବ୍ୟ ବିଜେପି ପାଇଁ ବଡ଼ିଆ ଅସ୍ତ୍ର ହୋଇଛି । କଂଗ୍ରେସ ସହ ବିଜେଡ଼ିର ଭିତିରି ବୁଝାମଣା ଚାଲିଛି ବୋଲି ବିଜେପି କହି ବୁଲିଲାଣି । ଏମିତି ପ୍ରଚାର କରି ବିଜେଡ଼ି ଭୋଟବ୍ୟାଙ୍କକୁ ଧୂଳିସାତ କରିବାକୁ ସେମାନେ ଯୋଜନା କରୁଛନ୍ତି । ଆଗକୁ ବିଜେଡ଼ି ପାଇଁ ଏହା ମହଙ୍ଗା ପଡ଼ିବ ବୋଲି ଦଳର ବହୁ ନେତା ଆଶଙ୍କା ପ୍ରକାଶ କରିଛନ୍ତି ।
Previous Post

ନବକଳେବର ନାଁରେ ରାଜନୀତି ବୟାନବାଜି

Next Post

ବିଜେପିରେ ଚେଲାଚାମୁଣ୍ଡାଙ୍କ ରାଜ୍

Next Post
ବିଜେପିରେ ଚେଲାଚାମୁଣ୍ଡାଙ୍କ ରାଜ୍

ବିଜେପିରେ ଚେଲାଚାମୁଣ୍ଡାଙ୍କ ରାଜ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA