Tuesday, May 26, 2026 07:48 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଚାର ବିଭାଗୀୟ ତଦନ୍ତ ଭେଳିକି !

by Our Correspondent
08 Nov, 2017- 10:09 PM
in Latest News, News
1 min read
0
ବିଚାର ବିଭାଗୀୟ ତଦନ୍ତ ଭେଳିକି !
ଭୁବନେଶ୍ୱର: କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ପୁଲିସ ରିପୋର୍ଟ ଗ୍ରହଣ କରିବାକୁ ରାଜ୍ୟ ସରକାର ସାହାସ କଲେନି । ଚାପରେ ପଡ଼ିଗଲେ । ଫଳ ହେଲା ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିବ । ସମାନ୍ତରାଳ ଭାବେ ବିଚାର ବିଭାଗୀୟ ତଦନ୍ତ ଚାଲିବ । କୁନ୍ଦୁଲିରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇନି ବୋଲି ପୁଲିସ ଆପତତଃ ସିଦ୍ଧାନ୍ତରେ ଉପନୀତ ହୋଇଛି । ଏହି ମର୍ମରେ ରାଜ୍ୟ ମାନବାଧିକାର ସେଲ୍ ଏଡିଜି ମହେନ୍ଦ୍ର ପ୍ରତାପ ମାନବାଧିକାର କମିଶନଙ୍କୁ ନାବାଳିକାର ଡାକ୍ତରୀ ରିପୋର୍ଟ ଦେଇଛନ୍ତି । ଏହାକୁ ନେଇ ବିରୋଧୀ ରାଜନୈତିକ ପକ୍ଷ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ତୁମ୍ବିତୋଫାନ କଲା ପରେ ସରକାର ନଇଁଛନ୍ତି । ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ଘୋଷଣା କରି ଅସନ୍ତୋଷ ଟାଳିବାକୁ ଉଦ୍ୟମ କରିଛନ୍ତି ।
ବିଚାର ବିଭାଗୀୟ ତଦନ୍ତ ଘୋଷଣାକୁ ବିରୋଧୀ ଦଳ ଗ୍ରହଣ କରିନାହାନ୍ତି । ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି । ତେବେ ସରକାରଙ୍କ ଉପରେ ଏହା ଫରକ୍ ପକାଇବାର ସମ୍ଭାବନା ନାହିଁ । ବିଚାର ବିଭାଗୀୟ ତଦନ୍ତ ଅସ୍ତ୍ର ଛାଡ଼ି ସରକାର ନିଶ୍ଚିତ ହୋଇଛନ୍ତି । ତଦନ୍ତ ହୋଇ ରିପୋର୍ଟ ଆସିଲା ବେଳକୁ ଉପନିର୍ବାଚନ, ନିର୍ବାଚନ ସରିଯାଇଥିବ । ବିରୋଧୀ ଦଳର ହୋ ହଲ୍ଲା ପାଇଁ ସୁଯୋଗ ରହିବନି । କୁନ୍ଦୁଲି ଘଟଣା ସରକାରଙ୍କୁ ଅଡୁଆରେ ପକାଇ ପାରିବନି । ଆପାତତଃ ଏହି ବିଚାର କରି ସରକାର ଆଶ୍ୱସ୍ତ ହୋଇଛନ୍ତି । ଏଣିକି ପୀଡ଼ିତା ହୁଅନ୍ତୁ କି ତାଙ୍କ ସମ୍ପର୍କୀୟ ହୁଅନ୍ତୁ ଯାହାର ଯାହା କହିବାର ଅଛି ତଦନ୍ତ କମିଶନଙ୍କ ଇଜଲାସକୁ ଯିବେ । ବିରୋଧୀ ପକ୍ଷ ବି ଗଣମାଧ୍ୟମକୁ ଆସି ଗଳା ଫଟାଇବାର ଅବକାଶ ପାଇବେନି । ରାଜ୍ୟ ସରକାର ଏହିଭଳି ଭାବେ ତାଙ୍କର ପୁରୁଣା ଚାଲ୍ ଖେଳିଛନ୍ତି । ବିଚାର ବିଭାଗୀୟ ତଦନ୍ତ ଭେଳିକି ଦେଖାଇ ସମୟ ଗଡ଼ାଇ ଦେଇଛନ୍ତି ।
ଏକଥା ସତ ଯେ ରାଜ୍ୟ ସରକାରଙ୍କ ଦ୍ୱାରା ତଦନ୍ତ କମିଶନ ନିଯୁକ୍ତି ଧାରା ଏକ ଫାର୍ସରେ ପରିଣତ ହୋଇଛି । ୨୦୧୭ ଏପ୍ରିଲ୍ ସୁଦ୍ଧା ନବୀନ ସରକାର ଅମଳରେ ୨୨ ଟି କମିଶନ୍ ଅଫ୍ ଇନକ୍ୱାରୀ ଗଠନ ହୋଇଛି । ସେଥିରୁ କ୍ୱଚିତ ନ୍ୟାୟ ମିଳିଛି । ଅଧିକାଂଶ କ୍ଷେତ୍ରରେ କମିଶନଙ୍କ ରିପୋର୍ଟ ପୂର୍ଣ୍ଣାଙ୍ଗ ପାଇଁ ୨ରୁ ୭ ବର୍ଷ ସମୟ ଲାଗିଯାଉଛି । ରିପୋର୍ଟ ଆସିଲା ପରେ ସରକାରଙ୍କ ଆକ୍ସନ୍ ଟେକେନ୍ ରିପୋର୍ଟ(ଏଟିଆର୍) ପାଇଁ ୨ରୁ ୫ ବର୍ଷ ସମୟ ଲାଗୁଛି । ବହୁ ଚର୍ଚ୍ଚିତ ୨୦୦୬ କଳିଙ୍ଗନଗର ଗୁଳିକାଣ୍ଡ ଘଟଣାର ବିଚାର ବିଭାଗୀୟ ତଦନ୍ତ ଶେଷ ପାଇଁ ୯ ବର୍ଷ ଲାଗିଗଲା । ୨୦୦୬ରେ ପୁରୀ ବଡ଼ଦେଉଳରେ ହୋଇଥିବା ଦଳାଚକଟା ଘଟଣାର ତଦନ୍ତ ରିପୋର୍ଟ ୩ ବର୍ଷରେ ଆସିଲା । ୨୦୦୭ରେ ସଂଗଠିତ କନ୍ଧମାଳ ହିଂସାର ତଦନ୍ତ କରିଥିଲେ ଜଷ୍ଟିସ୍ ବାସୁଦେବ ପାଣିଗ୍ରାହୀ । ରିପୋର୍ଟ ଆସିଲା ୮ ବର୍ଷ ପରେ, ୨୦୧୫ ମସିହାରେ । ୨୦୦୮ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣାର ତଦନ୍ତ ରିପୋର୍ଟ ୭ ବର୍ଷ ପରେ ଆସିଲା । ତଦନ୍ତ ରିପୋର୍ଟ ଆସିଲା ପରେ ବି ସରକାରଙ୍କ କାର୍ଯ୍ୟାନୁଷ୍ଠାନ ନୈରାଶ୍ୟଜନକ । ସେଥିରେ ପୀଡ଼ିତ କି ପୀଡ଼ିତାଙ୍କୁ କ୍ୱଚିତ ନ୍ୟାୟ ମିଳିଥିବାର ଦେଖାଯାଇଛି । ଏବେ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ମାମଲାର ଭବିଷ୍ୟତ ସେଇ ଧାରାକୁ ଚାଲିଯାଇଥିବା କୁହାଯାଉଛି ।
Previous Post

ସାବାସ୍ ଓଁକାର୍

Next Post

ବିଜେପିରେ ମିଶିବେ ମନୋଜ ନାୟକ !

Next Post
ବିଜେପିରେ ମିଶିବେ ମନୋଜ ନାୟକ !

ବିଜେପିରେ ମିଶିବେ ମନୋଜ ନାୟକ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA