Monday, May 25, 2026 11:53 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରମ୍ପଟିଂ ହେଲା କାଳ: ଭୁଲ ମାଗିଲେ ରେଳ ରାଷ୍ଟ୍ରମନ୍ତ୍ରୀ

by Our Correspondent
30 Dec, 2017- 12:21 PM
in Latest News, News
1 min read
0
ପ୍ରମ୍ପଟିଂ ହେଲା କାଳ: ଭୁଲ ମାଗିଲେ ରେଳ ରାଷ୍ଟ୍ରମନ୍ତ୍ରୀ
ଭୁବନେଶ୍ୱର: କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରାଜେନ୍ ଗୋହାଁଇ ଙ୍କୁ ଆଜି ଭୁବନେଶ୍ୱର ବିଜେପି ଅଫିସରେ ପ୍ରବଳ ହଟାହଟା ହେବାକୁ ପଡ଼ିଛି । ବିନା ତଥ୍ୟରେ ରାଜ୍ୟର ବିଜେଡ଼ି ସରକାରଙ୍କୁ ସମାଲୋଚନା କରି ଶେଷରେ କ୍ଷମା ମାଗିଛନ୍ତି । ‘ବିନା ତଥ୍ୟରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିବାରୁ ଭୁଲ୍ ମାଗୁଛି ।’ ବୋଲି ସାମ୍ବାଦିକ ସମ୍ମିଳନୀରେ ମୁକ୍ତ କଣ୍ଠରେ କହିଥିଲେ ରେଳ ରାଷ୍ଟ୍ରମନ୍ତ୍ରୀ । ତଥ୍ୟ ନ ଯୋଗାଇ ତାଙ୍କୁ ଏଭଳି କହିବା ପାଇଁ ପ୍ରବର୍ତ୍ତାଇଥିବା ବିଜେପି କର୍ମକର୍ତ୍ତାଙ୍କୁ ସେ ତାଗିଦ୍ କରିବା ସହ ରେଳ ବିଭାଗର ପଦସ୍ଥ ଅଧିକାରୀଙ୍କୁ ମନଇଚ୍ଛା ବର୍ଷିଥିଲେ ।
ଭୁବନେଶ୍ୱର ରେଳଷ୍ଟେସନ୍ ର ଦ୍ୱିତୀୟ ପ୍ରବେଶ ପଥର ଲୋକାର୍ପଣ ଏବଂ ନୂତନ ବୁକିଂ କାର୍ଯ୍ୟାଳୟ ଉଦଘାଟନ ପାଇଁ ଭୁବନେଶ୍ୱର ଆସିଛନ୍ତି ରାଜେନ୍ ଗୋହାଁଇ । ଆଜି ସକାଳୁ ତାଙ୍କର ବିଜେପି ଅଫିସରେ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ନ ଥିଲେ ମଧ୍ୟ ବିଜେପି ନେତାମାନେ ତାଙ୍କୁ ପାର୍ଟି ଅଫିସକୁ ନେଇ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ବିଭିନ୍ନ ରେଳ ପ୍ରକଳ୍ପ ନିର୍ମାଣ ବିଳମ୍ବ ପାଇଁ ରାଜ୍ୟ ସରକାର ଦାୟୀ ବୋଲି ତାଙ୍କ ପାଟିରେ କୁହାଇବାକୁ ଚାହିଁଥିଲେ । ସେୟା ହିଁ ହେଲା । ରେଳ ରାଷ୍ଟ୍ରମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ତାହାକୁ ପ୍ରମ୍ପଟିଂ କଲେ । ‘କେନ୍ଦ୍ର ସରକାର ରାଜ୍ୟକୁ ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥବରାଦ କରୁଛନ୍ତି । ମାତ୍ର ଜମି ଅଧିଗ୍ରହଣ ନ ହେବା କାରଣରୁ ପ୍ରକଳ୍ପ ଆଗେଇପାରୁନି’ କହି ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ସାମ୍ବାଦିକମାନେ ରେଳ ରାଷ୍ଟ୍ରମନ୍ତ୍ରୀଙ୍କଠାରୁ ନିର୍ଦ୍ଦିଷ୍ଟ ଭାବରେ କେଉଁ ପ୍ରକଳ୍ପ ପାଇଁ କେତେ ଅର୍ଥ ଦଆଯାଇଛି ଏବଂ ଜମି ଅଧିଗ୍ରହଣର ପ୍ରତିବନ୍ଧକତା ହେତୁ କେଉଁ ପ୍ରକଳ୍ପ ଅଟକି ରହିଛି ତାହାର ତଥ୍ୟ ଜାଣିବାକୁ ଚାହିଁଥିଲେ । ମାତ୍ର ମନ୍ତ୍ରୀ ସେଥିରେ ଇତଃସ୍ତତଃ ହୋଇପଡ଼ିଥିଲେ । ତାଙ୍କ ପାଖରେ ସେ ତଥ୍ୟ ନାହିଁ ବୋଲି ବିନମ୍ର କଣ୍ଠରେ ସ୍ୱୀକାର କରିଥିଲେ ।
ବିନା ତଥ୍ୟରେ ଆପଣ କିଭଳି ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦୁଛନ୍ତି ବୋଲି ସାମ୍ବାଦିକମାନେ ଘେରିବା ପରେ ରେଳ ରାଷ୍ଟ୍ରମନ୍ତ୍ରୀ ନିଜର ଭୁଲ୍ ବୁଝିପାରିଥିଲେ । ବିନା ଦ୍ୱିଧାରେ ସେ କହିଥିଲେ, ‘ମୋର ଭୁଲ୍ ହୋଇଯାଇଛି । ମୁଁ ଏଠାରେ କାହାରକୁ ଟାର୍ଗେଟ୍ କରିବାକୁ ଆସି ନ ଥିଲି’ ବୋଲି ଚଟାପଟ ଉତ୍ତର ଦେଇ ସେଠାରେ ଉପସ୍ଥିତ ରାଜ୍ୟ ନେତାଙ୍କ ଉପରେ ଭୀଷଣ ବିରକ୍ତି ପ୍ରକାଶ କରିଥିଲେ । ତଥ୍ୟ ଯୋଗାଡ଼ କରିବାକୁ ମୁଁ ଉଦ୍ୟମ କରିବି କହି ସାମ୍ବାଦିକ ସମ୍ମିଳନୀ ଶେଷ କରିଥିଲେ । ରେଳ ରାଷ୍ଟ୍ରମନ୍ତ୍ରୀଙ୍କ ଏଭଳି ଅବସ୍ଥା ରାଜ୍ୟ ନେତାମାନଙ୍କର ଅକଲ ଗୁଡୁମ୍ କରିଦେଇଥିଲା ।
Previous Post

ବୈଜୟନ୍ତଙ୍କୁ ସାବାଡ଼ !

Next Post

କଟକୀ ବିଜେଡ଼ି ନେତାଙ୍କ ଉପରେ ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ

Next Post
କଟକୀ ବିଜେଡ଼ି ନେତାଙ୍କ ଉପରେ ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ

କଟକୀ ବିଜେଡ଼ି ନେତାଙ୍କ ଉପରେ ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA