Monday, May 25, 2026 01:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପୁର ମୈଦାନ ରେଡ୍ଡି

by Our Correspondent
30 Jan, 2018- 11:48 AM
in Latest News, Politics
1 min read
0
ବିଜେପୁର ମୈଦାନ ରେଡ୍ଡି
ଭୁବନେଶ୍ୱର: ଅଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରି ବିଜେପୁର ଉପନିର୍ବାଚନ ମୈଦାନକୁ ଓହ୍ଲାଇଛି ବିଜେପି । ଗତକାଲି ବିଳମ୍ବିତ ରାତିରେ ବିଜେପି କେନ୍ଦ୍ରୀୟ କମିଟି ଶ୍ରୀ ପାଣିଗ୍ରାହୀଙ୍କ ନାଁ ଘୋଷଣା କରିଛି । ବହୁପୂର୍ବରୁ ବିଜେଡ଼ି ରୀତା ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରିସାରିଛି । ତେବେ କଂଗ୍ରେସ ଏ କ୍ଷେତ୍ରରେ ପଛରେ ପଡ଼ିଯାଇଛି । ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍ ଏବଂ ଗାଈସିଲଟ୍ ବ୍ଲକ୍ ଉପାଧ୍ୟକ୍ଷ ପ୍ରଣୟ ସାହୁଙ୍କ ମଧ୍ୟରୁ କାହାକୁ ପ୍ରାର୍ଥୀ କରିବ ସ୍ଥିର କରିପାରୁନି । ଆଜି ହେମାନନ୍ଦ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ୭ ଜଣିଆ ଟିମ୍ ବିଜେପୁର ଯାଇ ସ୍ଥିତି ପରଖୁଛନ୍ତି । ସେଠାରୁ ଫେରିଲା ପରେ ପ୍ରାର୍ଥୀ ଚୂଡ଼ାନ୍ତ ହେବେ ।
୨୪ ତାରିଖରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିସହ ଆଜିଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହେବ । ଆସନ୍ତା ୨ ତାରିଖରେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ନାମାଙ୍କନପତ୍ର ଦାଖଲ କରିବାକୁ ଥିବା ବେଳେ ୫ ତାରିଖରେ ବିଜେଡ଼ି ପ୍ରାର୍ଥୀ ରୀତା ସାହୁ ନାମାଙ୍କନପତ୍ର ଦାଖଲ କରିବେ । କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ତେବେ ବିଜେପୁର ଆସନ ଜିତିବା ପାଇଁ ତିନିଟି ଯାକ ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିସାରିଲେଣି । ବିଜେଡ଼ି ପ୍ରତି ପଞ୍ଚାୟତରେ ଦଳୀୟ ନେତାଙ୍କୁ ଦାୟିତ୍ୱ ଦେଇସାରିଥିବା ବେଳେ ବିଜେପି ବସନ୍ତ ପଣ୍ଡା, କନକ ବର୍ଦ୍ଧନ ସିଂହଦେଓ, ଜୟନାରାୟଣ ମିଶ୍ରଙ୍କ ଦାୟିତ୍ୱରେ ତିନିଟି ଯାକ ବ୍ଲକ୍ ଛାଡ଼ିଛି । ତଳିଆ ବିଜେପି ନେତାମାନେ ବ୍ଲକ୍, ପଞ୍ଚାୟତକୁ ଖେଦି ଗଲେଣି । କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇସାରିଥିବା ବେଳେ ନେତାଙ୍କ ପ୍ରସ୍ତୁତିପର୍ବ କିନ୍ତୁ ପଛରେ ପଡ଼ିଯାଇଛି । ପ୍ରାର୍ଥୀ ଘୋଷଣା ହେଲା ପରେ ଦଳ ଫୁଲ ଦମ୍ ଖଟାଇବ ବୋଲି ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି ।
ବିଜେପୁରରେ ବିଜେଡ଼ି ଓ ବିଜେପି ମଧ୍ୟରେ କଡ଼ା ଟକ୍କରା ଟକ୍କରି ଆରମ୍ଭ ହୋଇସାରିଛି ସତ ହେଲେ କଂଗ୍ରେସ ବି ପଛରେ ରହିବନି ବୋଲି ଅନୁମାନ କରାଯାଉଛି । ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରାଗଲେ କଂଗ୍ରେସ ଅପେକ୍ଷାକୃତ ଭଲ କରିବ ଏବଂ ବିଜେଡ଼ି/ପ୍ରାର୍ଥୀଙ୍କୁ ଟକ୍କର ଦେଇପାରିବ ବୋଲି କୁହାଯାଉଛି । ଗାଈସିଲଟ୍ ବ୍ଲକ୍ ରେ ପ୍ରଣୟଙ୍କର ଯଥେଷ୍ଟ ପ୍ରଭାବ ଓ ଦବଦବା ଥିବାରୁ ସେ ଉଭୟ ବିଜେଡ଼ି ଓ ବିଜେପି ପ୍ରାର୍ଥୀଙ୍କୁ ଅକଳରେ ପକାଇପାରିବେ । ସୁତରାଂ ପ୍ରଣୟ ପ୍ରାର୍ଥୀ ହେଲେ ତ୍ରିମୁଖୀ ଲଢ଼େଇ ନିଶ୍ଚିତ ବୋଲି କୁହାଯାଉଛି । ଅବଶ୍ୟ ରିପୁନାଥ ସେଠ୍ ଙ୍କୁ ଦଳ ଯଦି ପ୍ରାର୍ଥୀ କରେ ତେବେ ତ୍ରିମୁଖୀ ଲଢ଼େଇ ଯେ ହେବନି ତାହା ବି କୁହାଯାଇ ନ ପାରେ । କଂଗ୍ରେସ ନେତୃତ୍ୱ ସମସ୍ତଙ୍କୁ ଏକାଠି ନେଇ ଦଳର ଭୋଟକୁ ସଂଗଠିତ କରିପାରିଲେ ବିଜେଡ଼ି ଓ ବିଜେପି ସହ ଟକ୍କର ଦେଇପାରିବେ । ତେବେ ସେ ଯାହା ହେଉ, ପ୍ରାରମ୍ଭିକ ଆକଳନରେ ସେଠାରୁ କାହାର ବିଜୟ ନେଇ ଏବେ ଠାରୁ ସୁନିଶ୍ଚିତ କରାଯାଇପାରିବନି ।
Previous Post

ମିଥ୍ୟା ସତ୍ୟପାଠ: ବୈଜୟନ୍ତଙ୍କ ବିରୋଧରେ ଜିଲ୍ଲାପାଳଙ୍କଠାରେ ଫେରାଦ

Next Post

ପଦ ହରାଇଲେ ଯୋଗେଶ ସିଂ, ଆଉ ଏକ ଉପନିର୍ବାଚନ !

Next Post
ପଦ ହରାଇଲେ ଯୋଗେଶ ସିଂ, ଆଉ ଏକ ଉପନିର୍ବାଚନ !

ପଦ ହରାଇଲେ ଯୋଗେଶ ସିଂ, ଆଉ ଏକ ଉପନିର୍ବାଚନ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA